33.1 C
Bhubaneswar
Thursday, April 25, 2024
Homeଓଡିଶାଆବାସ ଆରୋପ ଲଗାଇଲା ବିଜେଡି

ଆବାସ ଆରୋପ ଲଗାଇଲା ବିଜେଡି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ଆରୋପ ଲଗାଇଛି ବିଜେଡି । ବରଗଡରେ ମନ୍ତ୍ରୀ ନିରଂଜନ ପୂଜାରୀ ଓ ସୁଶାନ୍ତ ସିଂ ଆରୋପ ଲଗାଇଛନ୍ତି । ଆବାସ ପୋର୍ଟାଲ ଖୋଲୁନଥିବାରୁ ବହୁ ଯୋଗ୍ୟ ହିତାଧିକାରୀ ବଂଚିତ ହେଉଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଓ ପଂଚାୟତିରାଜ ମନ୍ତ୍ରୀ କେନ୍ଦ୍ରକୁ ଜଣାଇଥିଲେ ବି ଫଳ ଶୂନ । ଯଥାଶୀଘ୍ର ପଶ୍ଚିମ ଓଡିଶା ପାଇଁ ଆବାସ ପୋର୍ଟାଲ ଖୋଲିବାକୁ ଦାବି କରିଛନ୍ତି ।

ସୂଚନାଯୋଗ୍ୟ , ଆଗାମୀ 2022 ମସିହା ସୁଦ୍ଧା ସମସ୍ତଙ୍କ ପାଇଁ ଘର ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ବାନ ଭିତ୍ତିରେ ପିଏମଏୱା ଏକ ଫ୍ଲାଗସିପ କାର୍ଯ୍ୟକ୍ରମ 20 ନଭେମ୍ବର 2016 ମସିହାରେ ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ଏହି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ଦେଶରେ ଏକ କୋଟି 26 ଲକ୍ଷ ଘର ନିର୍ମାଣ ସରିଲାଣି । ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ ସମତଳ ଅଞ୍ଚଳରେ ସମ୍ପୂର୍ଣ୍ଣ ଖର୍ଚ୍ଚ 1ଲକ୍ଷ 20ହଜାର ଓ ଉତ୍ତରପୂର୍ବାଞ୍ଚଳ, ଦୂର୍ଗମ ଅଞ୍ଚଳ, ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ, ଉଗ୍ରବାଦ ପ୍ରଭାବିତ ଜିଲ୍ଲା ଓ ପାର୍ବତ୍ୟ ରାଜ୍ୟଗୁଡିକ ହିତାଧିକାରୀଙ୍କୁ 1ଲକ୍ଷ 30 ହଜାର ଟଙ୍କା ଦେଉଛନ୍ତି ସରକାର ।

ଏହି ଯୋଜନାର ହିତାଧିକାରୀମାନଙ୍କୁ ସହାୟତା ଅର୍ଥ ଛାଡି ଅଣକୁଶଳୀ ଶ୍ରମିକ ମଜୁରୀ ବାବଦ ଅର୍ଥ ମହାତ୍ମାଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଗ୍ୟାରେଣ୍ଟି ଯୋଜନା (MNREGS) ରୁ ଏବଂ ସ୍ବଚ୍ଛ ଭାରତ ମିଶନ-ଗ୍ରାମୀଣ SBM-G, MNREGS । ସେହିଭଳି ଯୋଜାନରେ 12 ହଜାର ଟଙ୍କା ବ୍ୟୟରେ ଶୌଚାଳୟ ତିଆରି ପାଇଁ ଅର୍ଥ ପ୍ରଦାନ କରୁଛନ୍ତି କେନ୍ଦ୍ର ସରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking