29.4 C
Bhubaneswar
Sunday, May 18, 2025
Homeଦେଶ ବିଦେଶଭଲ ଟ୍ରେନିଂ ଦେଇଥିବାରୁ ବିଜେପି ମୋ ଗୁରୁ, ଯେତେ ଟାର୍ଗେଟ କରିବେ ଆମେ ଅଧିକ ସୁଧୁରିବୁ:...

ଭଲ ଟ୍ରେନିଂ ଦେଇଥିବାରୁ ବିଜେପି ମୋ ଗୁରୁ, ଯେତେ ଟାର୍ଗେଟ କରିବେ ଆମେ ଅଧିକ ସୁଧୁରିବୁ: ରାହୁଲ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିଜେପିକୁ ନିଜର ଗୁରୁ ବୋଲି କହିଛନ୍ତି। ସେ କହିଛନ୍ତି, ମୋତେ ରାସ୍ତା ଦେଖାଇଥିବାରୁ ଓ ଭଲ ଟ୍ରେନିଂ ଦେଇଥିବା ଯୋଗୁଁ ମୁଁ ବିଜେପିକୁ ମୋର ଗୁରୁ ବୋଲି ଭାବେ। ବିଶେଷ ଭାବରେ ବିଜେପି ଓ ଆରଏସଏସ୍‌ର ଲୋକଙ୍କୁ ଧନ୍ୟବାଦ ଦେବାକୁ ଚାହେଁ, କାରଣ ସେମାନେ ଯେତେ ଅଧିକ ଆକ୍ରମଣ କରିଥାନ୍ତି ଆମକୁ (କଂଗ୍ରେସ ଓ ମୋତେ) ସୁଧୁରିବାର ସୁଯୋଗ ମିଳିଥାଏ। ମୁଁ ଚାହୁଁଛି ସେମାନେ ଆହୁରି ଜୋରରେ ଆକ୍ରମଣ କରନ୍ତୁ, ଯାହାଫଳରେ କଂଗ୍ରେସ ପାର୍ଟିକୁ ନିଜର ବିଚାରଧାରା ଭଲ ଭାବରେ ବୁଝିହେବ। ଦିଲ୍ଲୀ ଏଆଇସିସି ମୁଖ୍ୟ କାର୍ଯ୍ୟାଳୟରେ ରାହୁଲ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ। ସେଠାରେ ରାହୁଲ ‘ଭାରତ ଯୋଡ଼ ଯାତ୍ରା’କୁ ନେଇ ନିଜର ଅନୁଭୂତି ଜଣାଇଛନ୍ତି।

ରାହୁଲ କହିଛନ୍ତି, ଆମେ ଜାଣୁ ବିରୋଧୀ ଦଳ ନେତା ଆମ ସହିତ ଅଛନ୍ତି। ଭାରତ ଯୋଡ଼ ଯାତ୍ରା ସମସ୍ତଙ୍କ ପାଇଁ ଖୋଲା ରହିଛି, ଯିଏବି ଚାହିଁବେ ସେମାନେ ଏଥିରେ ସାମିଲ ହୋଇପାରିବେ। ଅଖିଳେଶ ଓ ମାୟାବତୀ ଜୀ ମଧ୍ୟ ଦେଶରେ ଘୃଣାର ପରିବେଶ ଚାହାନ୍ତି ନାହିଁ।  ଆମେ କାହାକୁ ରୋକିବୁ ନାହିଁ। ଦେଶର ସ୍ଥିତି ଖୁବ୍ ଚିନ୍ତାଜନକ। ୧୦୮ ଦିନରେ ‘ଭାରତ ଯୋଡ ଯାତ୍ରା’ରେ ଆମେ ହଜାର ହଜାର ଯୁବପୀଢିଙ୍କ ସହିତ ଆଲେଚନା କରିଛୁ। ତାଙ୍କ ଭିତରୁ ୯୯ ପ୍ରତିଶତ  ପିଲା ଛୋଟମୋଟ କାମ କରିବା ବଦଳରେ ଡାକ୍ତର, ଇଞ୍ଜିନିୟର ହେବାକୁ ଚାହାନ୍ତି। ଏଭଳି ସ୍ଥିତିରେ ତାଙ୍କୁ ଛୋଟ-ମୋଟ କାମ କରିବାକୁ ପ୍ରୋତ୍ସାହିତ କରାଯାଉଛି, ଯାହାକୁ ନେଇ ସେମାନେ ଖୁସି ନାହାନ୍ତି।

ସୁରକ୍ଷା ନିୟମ ଭାଙ୍ଗିଥିବା ନେଇ ଲାଗିଥିବା ଅଭିଯୋଗକୁ ରାହୁଲ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଯେତେବେଳେ ବରିଷ୍ଠ ନେତା ବୁଲେଟ୍ ପ୍ରୁଫ୍‌ ଗାଡିରୁ ବାହାରକୁ ଆସନ୍ତି, କୌଣସି ଚିଠି ଯାଏନି। ତାଙ୍କର ନେତା ରୋଡ ଶୋ’ କରନ୍ତି, ଖୋଲା ଜିପ୍‌ରେ ଯାଆନ୍ତି। ତାଙ୍କ ପାଇଁ ପ୍ରୋଟୋକଲ୍ ଅଲଗା ଓ ମୋ ପାଇଁ ଅଲଗା। ସିଆରପିଏଫ୍ ଜାଣେ ମୋ ପାଇଁ କ’ଣ କରିବା ସରକାର ଓ କ’ଣ କରିବା ଉଚିତ ନୁହେଁ। ଉଲ୍ଲେଖନୀୟ ଯେ, କଂଗ୍ରେସ ମହାସଚିବ କେସି ବେଳୁଗୋପାଳ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ରାହୁଲଙ୍କ ସୁରକ୍ଷାକୁ ନେଇ ଏକ ଚିଠି ଲେଖିଥିଲେ। ଯେଉଁଥିରେ ସେ ‘ଭାରତ ଯୋଡ ଯାତ୍ରା’ରେ ରାହୁଲଙ୍କ ସୁରକ୍ଷାରେ ତ୍ରୁଟି ନେଇ ଅଭିଯୋଗ କରିଥିଲେ ଓ କଡା ସୁରକ୍ଷା ମାଗିଥିଲେ। ଯେଉଁଥିରେ କେନ୍ଦ୍ର ପକ୍ଷରୁ ଜବାବ ମିଳିଥିଲା ରାହୁ ୨୦୨୦ ରୁ ଏପର୍ଯ୍ୟନ୍ତ ୧୧୩ ଥର ସୁରକ୍ଷା ଘେରା ଭାଙ୍ଗିଛନ୍ତି।

ଏହା ଛଡା ରାହୁଲ ତାଙ୍କ ହାଫ୍ ଟି-ସାର୍ଟ ପିନ୍ଧିବାକୁ ନେଇ କରାଯାଉଥିବା ବିରୋଧକୁ ନେଇ ମଧ୍ୟ ମୁହଁ ଖୋଲିଛନ୍ତି। ରାହୁଲ କହିଛନ୍ତି, ଯାହାକୁ ଥଣ୍ଡା ଲାଗେ, ସେ ସ୍ବେଟର ପିନ୍ଧନ୍ତି, ମୋତେ ଏପର୍ଯ୍ୟନ୍ତ ଥଣ୍ଡା ଲାଗିନି, ଯେଉଁ ଦିନ ଲାଗିବ, ଟି-ସାର୍ଟ ଖୋଲି ଦେବି। ମୋ ଟି-ସାର୍ଟକୁ ନୋଇ କାହିଁକି ଏତେ ଚର୍ଚ୍ଚା? ମୁଁ ସ୍ବେଟର ପିନ୍ଧେନି କାରଣ ମୋତେ ଶୀତକୁ ଡର ଲାଗେନି। ଯେବେ ଥଣ୍ଡା ଲାଗିବା ​ସେତେବେଳେ ସ୍ବେଟର ପିନ୍ଧିବା ଉପରେ ଭାବିବି। ଉଲ୍ଲେଖନୀୟ ଯେ, ଦିଲ୍ଲୀରେ ପ୍ରବଳ ଶୀତ। ସେଠାରେ ମାଇନସ୍‌ ୪ଡିଗ୍ରୀ ପାଖାପାଖି ତାପମାତ୍ରାରେ ମଧ୍ୟ ରାହୁଲ ହାଫ୍‌ ଟି-ସାର୍ଟ ପିନ୍ଧି ଥିବାର ନଜର ଆସିଥିଲେ। ଏହାପରେ ବିଜେପି ପକ୍ଷରୁ କୁହାଯାଇଥିଲା, ରାହୁଲ କୁହନ୍ତୁ ସେ କ’ଣ ଖାଉଛନ୍ତି ଯେ, ତାଙ୍କୁ ଥଣ୍ଡା ଲାଗୁନି?

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking