22.1 C
Bhubaneswar
Wednesday, January 15, 2025
Homeଓଡିଶାବିଧାନସଭାରେ ମିଥ୍ୟା କହି ଅକ୍ଷମଣୀୟ ଅପରାଧ କରିଛନ୍ତି ରାଜ୍ୟ ସରକାର : ଲେଖାଶ୍ରୀ

ବିଧାନସଭାରେ ମିଥ୍ୟା କହି ଅକ୍ଷମଣୀୟ ଅପରାଧ କରିଛନ୍ତି ରାଜ୍ୟ ସରକାର : ଲେଖାଶ୍ରୀ

ଭୁବନେଶ୍ୱର : ନୟାଗଡ ଜିଲ୍ଲା ଯଦୁପୁର ଗାଁର ୫ ବର୍ଷର ଝିଅ ପରୀର ହତ୍ୟାକାଣ୍ଡର ତଦନ୍ତକୁ ନେଇ
ରାଜ୍ୟସରକାର ହୀନ ରାଜନୀତି କରିଚାଲିଛନ୍ତି । ପରୀ ହତ୍ୟାକାଣ୍ଡ ଘଟଣାରେ ତଦନ୍ତ କରୁଥିବା ଏସଆଇଟି କୋର୍ଟ ମନିଟରିଂ ବୋଲି
ରାଜ୍ୟସରକାର କହି ଓଡିଶାବାସୀଙ୍କୁ ବାରମ୍ବାର ଭ୍ରମିତ କରିଛନ୍ତି । କିନ୍ତୁ ପରୀ ହତ୍ୟାକାଣ୍ଡ ଘଟଣାର ତଦନ୍ତ ପାଇଁ ମାନ୍ୟବର ହାଇକୋର୍ଟଙ୍କୁ
ରାଜ୍ୟ ସରକାର କୌଣସି ଚିଠି ଦେଇନଥିବା ଆରଟିଆଇ ତଥ୍ୟରୁ ମିଳିଛି । କେବଳ ଶାସକ ଦଳର ମବୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେବା
ପାଇଁ ରାଜ୍ୟସରକାର ସାଢେ ୪ କୋଟି ଓଡିଆଙ୍କୁ ମିଛ କହିବା ଏବଂ ଧୋକ୍କା ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟସରକାର କାହିଁକି
ଅରୁଣ ସାହୁଙ୍କୁ ସୁରକ୍ଷା ଦେଉଛନ୍ତି? ସରକାରଙ୍କ କିଛି ଗୋଲକ ଧନ୍ଦାର ଚିଠା ଅରୁଣଙ୍କ ପାଖରେ ଅଛି କି ବୋଲି ବିଜେପି ରାଜ୍ୟ
ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।
ବିଜେଡି ସରକାର ମିଛର ପାହଡ ଉପରେ ଠିଆ ହୋଇଛନ୍ତି । ପରୀ ହତ୍ୟାକାଣ୍ଡ ଓ ଅଙ୍ଗ ତସ୍କରୀରେ ତାଙ୍କ ବରିଷ୍ଠ ମବୀ ଅରୁଣ
ସାହୁ ଓ କର୍ମୀ ବାବୁଲି ନାୟକ, କାହ୍ନୁ ବେହେରା, ଡୁଗୁ ନାୟକ, ଜୟୀ ପରିଡା ସଂପୃକ୍ତ ଥିବାରୁ ସେମାନଙ୍କୁ ବଂଚାଇବା ପାଇଁ ଗୋଟେ
ପରେ ଗୋଟେ ମିଛ ପ୍ରହଳିକା ରଚନା କରାଯାଉଛି । ପରୀ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଏହି ଦୋଷୀମାନଙ୍କୁ ରାଜ୍ୟ ସରକାର ସୁରକ୍ଷା
ଦେଇଚାଲିଛନ୍ତି । ବିଧାନସଭା ଭିତରେ ଓ ବାହାରେ ଶାସକ ଦଳ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସକ ମାନେ ବାରମ୍ବାର
ଏସଆଇଟି ତଦନ୍ତ କୋର୍ଟ ମନିଟରିଂ ହେଉଛି ବୋଲି ମିଥ୍ୟା କହିବା ଗଣତବରେ ଅକ୍ଷମଣୀୟ ଅପରାଧ ବୋଲି ଡ.ସାମନ୍ତସିଂହାର
କହିଛନ୍ତି ।

ଅରୁଣ ସାହୁଙ୍କୁ ବଂଚାଇବା ପାଇଁ ମୂଳରୁ ରାଜ୍ୟସରକାର ଷଡଯବ ରଚିଥିଲେ । ବିଧାନସଭାରେ କୋର୍ଟ ମନିଟରିଂ କଥା କହି
ପ୍ରଥମେ ମିଛ କହିଥିଲେ । ପରବର୍ତୀ କାଳରେ ଗଣମାଧ୍ୟମ ଆଗରେ ବାରମ୍ବାର ତାଙ୍କ ମବୀ, ବିଧାୟକ ଓ ମୁଖପାତ୍ରମାନେ ଏସଆଇଟି
ତଦନ୍ତ କୋର୍ଟ ମନିଟରିଂ ବୋଲି ଦୋହରାଇଥିଲେ । ଓଡିଶାର ଡିଜିପି ଶ୍ରୀ ଅଭୟ ମଧ୍ୟ ଗୋଟେ ଲିଖିତ ପ୍ରେସ ବିଜ୍ଞପ୍ତିରେ ଏସଆଇଟି
କୋର୍ଟ ମନିଟରିଂ ବୋଲି ଉଲ୍ଲେଖ କରିଥିଲେ । ଏଥିରୁ ସ୍ପଷ୍ଟ ଯେ ଅରୁଣ ସାହୁଙ୍କୁ ବଂଚାଇବା ଏବଂ ପରୀ ହତ୍ୟା ତଦନ୍ତକୁ ବାଟବଣା
କରିବା ପାଇଁ ପୋଲିସ ବିଭାଗର ସର୍ବୋଚ୍ଚସ୍ତର ମଧ୍ୟ ଷଡଯବ କରିଥିଲା । ଶାସକ ଦଳ ଏସଆଇଟି ଓ ଉଚ୍ଚପଦସ୍ତ ସରକାରୀ
ଅଫିସରମାନେ ମାନ୍ୟବର ଉଚ୍ଚନ୍ୟାୟଳୟଙ୍କ ନାଁ ନେଇ ମଧ୍ୟ ଏହି ପ୍ରସଙ୍ଗରେ ମିଛ କହିଛନ୍ତି । କଂଗ୍ରେସର ମୁଖପାତ୍ରମାନେ ବି ବିଭିନ୍ନ
ସମୟରେ ବିଜେଡି କଥାରେ ହଁ ରେ ହଁ ମିଳାଇ ଏସାଇଟି କୋର୍ଟ ମନିଟରିଂ ବୋଲି କହିଛନ୍ତି । କିନ୍ତୁ ଆଜି ଆରଟିଆଇ ତଥ୍ୟରୁ ସ୍ପଷ୍ଟ
ହୋଇଛି ଯେ, ଶାସକ ଦଳ ଓ ରାଜ୍ୟ ସରକାର ମିଳିମିଶି ରାଜ୍ୟବାସୀଙ୍କୁ ଭ୍ରମିତ କରିଛନ୍ତି ଏବଂ ସାମ୍ବିଧାନିକ ବିଧିବ୍ୟବସ୍ଥା ଯଥା
ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ନ୍ୟାୟପାଳିକାର ମାନହାନୀ କରିଛନ୍ତି । ବିଧାନସଭାରେ ମିଥ୍ୟା କହିଥିବାରୁ ବିଜେଡି ବିଧାୟକଙ୍କ ନାଁରେ
ସ୍ୱାଧୀକାର ଭଙ୍ଗ ନୋଟିସ ଆଣାଯାଉ ଏବଂ ଉଚ୍ଚନ୍ୟାୟଳୟ ନାଁ ନେଇ ମିଛ କହିଥିବାରୁ କୋର୍ଟର ଅବମାମନା ଆଧାରରେ ଦୃଢ
କାର୍ଯ୍ୟାନୁଷ୍ଠାନ ନିଆଯାଉ । ଶାସକ ଦଳ ମବୀ ଅରୁଣ ସାହୁଙ୍କୁ ମୁଖ୍ୟମବୀ ବହିଷ୍କାର କରିବା ସହ ପରୀ ହତ୍ୟାକାଣ୍ଡର ତଦନ୍ତ ଭାର
ସିବିଆଇକୁ ଦିଅନ୍ତୁ ବୋଲି ଡ.ଲେଖାଶ୍ରୀ ସାମନ୍ତସିଂହାର ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking