27.1 C
Bhubaneswar
Saturday, July 27, 2024
Homeଓଡିଶା‘ଚୋର୍ ମଚାଏ ସୋର୍’ ର ପ୍ରାକ୍ଟିସ ଜାରୀ ରଖିଛନ୍ତି ସସ୍ମିତ ବାବୁ : ମନୋଜ ମହାପାତ୍ର

‘ଚୋର୍ ମଚାଏ ସୋର୍’ ର ପ୍ରାକ୍ଟିସ ଜାରୀ ରଖିଛନ୍ତି ସସ୍ମିତ ବାବୁ : ମନୋଜ ମହାପାତ୍ର

ଭୁବନେଶ୍ୱର,: କଥାରେ ଅଛି, “ଚୋର ମଚାଏ ସୋର୍” । ପ୍ରିୟାପ୍ରିତୀ, ଅହେତୁକ ଅନୁକଂପା, କଂପାନୀ ହାତକୁ ଚାଷୀଙ୍କ ଜମି ଦେବାରେ ବିଫଳ ହେବା ପରେ ବର୍ତମାନ ଶାସକ ବିଜେଡିର ନେତା ଓ ମନ୍ତ୍ରୀ ଅଧିକ ପ୍ରତିକ୍ରିୟାଶାଳୀ ହୋଇପଡିଛନ୍ତି । ନିଜେ କରିଥିବା ଅକ୍ଷମଣୀୟ ଦୋଷ ପାଇଁ ରାଜ୍ୟବାସୀଙ୍କୁ ନିସର୍ତ କ୍ଷମା ମାଗିବା ପରିବର୍ତେ ବଡ ପାଟି କରି ବିଭ୍ରାନ୍ତ କରିବାର ପ୍ରୟାସ ଜାରୀ ରଖିଛି ଶାସକ ବିଜେଡି । ସମସ୍ତ ଆଇନକାନୁନ୍, ନୀତିନିୟମକୁ ଜଳାଞ୍ଜଳୀ ଦେଇ ନିର୍ଦ୍ଦିଷ୍ଟ ଭାବେ ବେଦାନ୍ତ କଂପାନୀ (ଅନୀଲ ଅଗ୍ରଓ୍ôାଲ ଫାଉଣ୍ଡେସନ)କୁ ହଜାର ହଜାର ଏକର ଚାଷ ଜମି ଦେବା ପଛରେ ଥିବା ରାଜ୍ୟ ସରକାରଙ୍କ ଚକ୍ରାନ୍ତକୁ ମାନ୍ୟବର ସୁପ୍ରିମକୋର୍ଟ ଅତ୍ୟନ୍ତ କଟୁ ଭାଷାରେ ସମାଲୋଚନା କରିଛନ୍ତି । କଣ ପାଇଁ ରାଜ୍ୟ ସରକାରଙ୍କ ବେଦାନ୍ତ ପ୍ରୀତି ଥିଲା ? ଏହାର ଜବାବ୍ ନଦେଇ ଶାସକ ବିଜେଡି ସାଂସଦ ଡ.ସସ୍ମିତ ପାତ୍ର ‘ଚୋର୍ ମଚାଏ ସୋର୍’ ର ପ୍ରାକ୍ଟିସ ଜାରୀ ରଖିବା ସଦୃଶ ପ୍ରଳାପ କରୁଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଛନ୍ତି ।

ମାନ୍ୟବର ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ବେଦାନ୍ତ ପ୍ରୀତିର ପର୍ଦ୍ଦାଫାଶ କରିବା ପରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର ଜବାବ୍ ରଖିଥିଲେ । ଏହା ପରେ ସସ୍ମିତ ବାବୁ କ୍ୟାମେରା ସାମ୍ନାକୁ ଆସି ଯେଉଁ ବିବୃତି ଦେଲେ, ତାହା ଅତ୍ୟନ୍ତ ହାତ୍ସ୍ୟାସ୍ପଦ । ବିବୃତି ଦେବା ପୂର୍ବରୁ ସସ୍ମିତ ପାତ୍ରଙ୍କ ‘ହୋମ୍ ଓ୍ôାର୍କ’ ଠିକ୍ ନଥିଲା । ୨୦୦୪ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିୟମଗିରି ପାହାଡକୁ ବେଦାନ୍ତ ହାତରେ ଟେକି ଦେଇଥିଲେ । ଆନେ୍ଦାଳନକୁ ଚାପି ଦେବା ପାଇଁ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଘୋଷଣା କରାଯାଇଥିଲା । ୨୦୦୯ ମସିହା ଜୁଲାଇ ମାସରେ ଅନୁଷ୍ଠିତ ବିଧାନସଭା ଅଧିବେସନ ସମୟରେ ଶାସକ ବିଜେଡି ଦଳ ନିଜ ସଂଖ୍ୟା ବଳରେ କାର୍ଯ୍ୟସୁଚୀରେ ନଥ୍ଧବ ସୁଦ୍ଧା ଗୋଟିଏ ସ୍ୱତନ୍ତ୍ର ଦିନ ନିର୍ଦ୍ଧାରଣ କରି ବେଦାନ୍ତ ବିଶ୍ୱବିଦ୍ୟାଳୟ ବିଲ୍ ପାରିତ କରିଦେଇଥିଲେ । ଏହି କାରଣରୁ ସେତେବେଳେ ବିରୋଧୀ ଦଳ ତରଫରୁ ବିଧାନସଭା ଇତିହାସରେ ଏହି ଦିବସକୁ କଳା ଦିବସ ବୋଲି କହିବା ସହିତ ଏହା ବିଧାନସଭା ନୁହେଁ ବରଂ ବେଦାନ୍ତସଭା ବୋଲି କହିଥିବା ବର୍ତମାନର ବିଜେଡି ନେତା, ମନ୍ତ୍ରୀ ଓ ମୁଖପାତ୍ର ଜାଣି ରଖିବା ଉଚିତ୍ । ୨୦୧୦ ମସିହାରେ ମାନ୍ୟବର ହାଇକୋର୍ଟ ଏବଂ ଲୋକପାଳଙ୍କ ବାରଣ ସତ୍ୱେ ରାଜ୍ୟ ସରକାର କାହିଁକି ଏବଂ କାହା ସ୍ୱାର୍ଥ ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ? ଚିରାଚରିତ ଭାବେ ଅନ୍ୟକୁ ଦୋଷ ଲଦି ଦେଇ ଖସିଯାଉଥିବା ଶାସକ ବିଜେଡି ରାଜ୍ୟବାସୀଙ୍କ ପ୍ରତି ବିଶ୍ୱାସଘାତକତା କରିଛି । ଯିଏ ଚୋରୀ କରିଥାଏ, ସେ ହିଁ ଅଧିକ ଶବ୍ଦ କରେ ଏବଂ ସସ୍ମିତ ବାବୁ ଅନୁରୁପ ଭାବେ ପ୍ରାକ୍ଟିସ ଜାରୀ ରଖିଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking