28.1 C
Bhubaneswar
Thursday, March 28, 2024
Homeଆଇପିଏଲ୍ -2022ଆଇପିଏଲ୍‌: ଗିଲ୍‌ଙ୍କ ୬୭, ଗୁଜରାଟର ତୃତୀୟ ବିଜୟ

ଆଇପିଏଲ୍‌: ଗିଲ୍‌ଙ୍କ ୬୭, ଗୁଜରାଟର ତୃତୀୟ ବିଜୟ

ମୋହାଲି : ଚଳିତ ଆଇପିଏଲ୍‌ରେ ଗୁରୁବାର ଏଠାରେ ଅଷ୍ଟାଦଶ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟାନ୍ସ ୬ ୱିକେଟ୍‌ରେ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ ପାଇ ପଞ୍ଜାବ କିଙ୍ଗ୍‌ସ ୮ ୱିକେଟ୍‌ରେ ୧୫୩ ରନ୍ କରିଥିଲା । ଦଳ ପକ୍ଷରୁ ମାଥ୍ୟୁ ଶର୍ଟ ୨୪ ବଲ୍‌ରେ ୬ଟି ଚୌକା ଓ ଗୋଟିଏ ଛକା ସହ ସର୍ବାଧିକ ୩୬ ରନ୍ କରିଥିଲେ । ଏହାଛଡ଼ା ଜିତେଶ ଶର୍ମା ୫ଟି ଚୌକା ସହ ୨୫, ସାମ୍ କୁରାନ୍ ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ୨୨, ଶାହରୁଖ୍ ଖାନ୍ ମାତ୍ର ୯ ବଲ୍‌ରେ ଗୋଟିଏ ଚୌକା ଓ ୨ଟି ଛକା ସହ ୨୨ ଏବଂ ଭାନୁକା ରାଜପକ୍ଷ ଗୋଟିଏ ଚୌକା ସହ ୨୦ ରନ୍ କରିଥିଲେ । ଗୁଜରାଟ ପକ୍ଷରୁ ମୋହିତ ଶର୍ମା ୨ଟି ଏବଂ ମହମ୍ମଦ ଶମି, ଜୋଶୁଆ ଲିଟଲ୍‌, ଆଲ୍‌ଜାରି ଜୋସେଫ୍ ଓ ରଶିଦ୍ ଖାନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ବ୍ୟାଟିଂରେ ଦଳ ୧୯.୫ ଓଭର୍‌ରେ ୪ଟି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା । ଦଳ ପକ୍ଷରୁ ଓପନର ଶୁବମାନ ଗିଲ୍ ୪୯ ବଲ୍ ଖେଳି ୭ଟି ଚୌକା ଓ ଗୋଟିଏ ଛକା ସହ ସର୍ବାଧିକ ୬୭ ରନ୍ କରିଥିଲେ । ଏହାଛଡ଼ା ସେ ନିଜ ଯୋଡ଼ିଦାର ଋଦ୍ଧିମାନ୍ ସାହାଙ୍କ ସହ ପ୍ରଥମ ୱିକେଟ୍‌ରେ ୪୮ ରନ୍ ଯୋଡ଼ିଥିଲେ । ସାହା ୧୯ ବଲ୍‌ରେ ୫ଟି ଚୌକା ସହ ୩୦ ରନ୍ କରିଥିବା ବେଳେ ସାଇ ସୁଦର୍ଶନ ୨ଟି ଚୌକା ସହ ୧୯ ଏବଂ ଡେଭିଡ୍ ମିଲର୍ ଗୋଟିଏ ଚୌକା ସହ ଅପରାଜିତ ୧୭ ରନ୍ କରିଥିଲେ । ଆହୁରି ରାହୁଲ୍ ଟେୱଟିଆ ବିଜୟ ସୂଚକ ଚୌକା ସହ ୫ ରନ୍ କରି ଅପରାଜିତ ଥିଲେ । ଦଳ ୧୯.୫ ଓଭର୍‌ରେ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା । ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂହ, କାଗିସୋ ରବାଡା, ହରପ୍ରୀତ୍ ବ୍ରାର୍ ଓ କୁରାନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking