27.1 C
Bhubaneswar
Thursday, May 29, 2025
Homeଓଡିଶାଅଭିନୟ ଜଗତରୁ ଆସିଥିବା ନେତ୍ରୀଙ୍କୁ ନ୍ୟୁଜଗୁଡାକ ସିରିଏଲ ଭଳି ଏବଂ ସିରିଏଲଗୁଡାକ ନ୍ୟୁଜ ଭଳି ଦେଖାଯିବା...

ଅଭିନୟ ଜଗତରୁ ଆସିଥିବା ନେତ୍ରୀଙ୍କୁ ନ୍ୟୁଜଗୁଡାକ ସିରିଏଲ ଭଳି ଏବଂ ସିରିଏଲଗୁଡାକ ନ୍ୟୁଜ ଭଳି ଦେଖାଯିବା ସ୍ୱାଭାବିକ : ଅର୍ପିତା ଅପରାଜିତା ବଡଜେନା

 ଦିବ୍ୟଶଂକର ମିଶ୍ର, ସମୀର ଦାସ, ଅରୁଣ ସାହୁ, ପ୍ରତାପ ଜେନାଙ୍କ ବିଭିନ୍ନ ଅପରାଧିକ ଘଟଣାରେ ଥିବା ସଂପୃକ୍ତିର ଯେଉଁ ଅଭିଯୋଗ ରହିଛି, ତାହା ଡ୍ରାମା ନା ସିରିଆଲ ଥିଲା ?

 ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରାଯାଉଥିବା ସମୟରେ ପୋଲିସର ମାତ୍ରାଧିକ ଏବଂ ଆକ୍ରୋଶମୁଳକ ଆକ୍ରମଣରେ ଯୁବମୋର୍ଚ୍ଚାର ୫୦ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତା ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି

ଭୁବନେଶ୍ୱର, : ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ରାଜ୍ୟ ସରକାରଙ୍କ ପୋଲିସ ଅଧିକାରୀ ଦିନ ଦ୍ୱିପ୍ରହରରେ ଗୁଳି କରି ହତ୍ୟା କରିବାର ମାସେ ବିତିଗଲାଣି । ତଥାପି ହତ୍ୟାକାଣ୍ଡର କାରଣ ଏବଂ ଷଡଯନ୍ତ୍ରକାରୀଙ୍କ ବିଷୟରେ ରାଜ୍ୟବାସୀ ଜାଣିପାରିଲେ ନାହିଁ । ଓଡ଼ିଶାରେ ୨୦୨୨ ମସିହାରେ ୧୩୭୯ହତ୍ୟା ଏବଂ ୩୧୮୪ଧର୍ଷଣ କେସ୍ ରୁଜୁ ହୋଉଛି । ରାଜ୍ୟରେ ପ୍ରତ୍ୟେକ ଦିନ ୪ଟି ହତ୍ୟା ଏବଂ ୧୦ଟି ଧର୍ଷଣ ଘଟୁଛି । ଗତ ୫ ବର୍ଷେରେ ୬୬ ପ୍ରତିଶତ ଅପରାଧ ବୃଦ୍ଧି ପାଇଥିବାର ଗତ କାଲି ବିଧାନସଭାରେ ରାଜ୍ୟ ସରକାର ମଧ୍ୟ ସ୍ୱୀକାରୋକ୍ତି କରିଛନ୍ତି । । ରାଜ୍ୟ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଭାରତୀୟ ଜନତା ପାର୍ଟୀ ତରଫରୁ ବିଧାନସଭା ଘେରାଓ କରାଯିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା । ଏଭଳି ସମ୍ବେଦନଶୀଳ ଘଟଣାରେ ରଙ୍ଗମଂଚ ଛାଡି ରାଜନୀତି ଏବଂ ଅଭିନେତ୍ରୀରୁ ନେତ୍ରୀ ସାଜିଥିବା ବିଜୁ ଜନତା ଦଳର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ବକ୍ତବ୍ୟ ଅତ୍ୟନ୍ତ ହାତ୍ସ୍ୟାସ୍ପଦ । ବାସ୍ତବରେ ଅଭିନୟ ଜଗତରୁ ଆସିଥିବା ନେତ୍ରୀ ଜଣଙ୍କୁ ନ୍ୟୁଜଗୁଡାକ ସିରିଏଲ ଭଳି ଏବଂ ସିରିଏଲଗୁଡାକ ନ୍ୟୁଜ ଭଳି ଦେଖାଯିବା ସ୍ୱାଭାବିକ । ତାଙ୍କର ପୂର୍ବରୁ ଅଭିନୟର ଅନୁଭବ ଥିବାରୁ ଶ୍ରୀମତୀ ମିଶ୍ର ଏଭଳି ମନ୍ତବ୍ୟ ଗଣମାଧ୍ୟମକୁ ଦେଇପାରୁଛନ୍ତି ବୋଲି ଭାରତୀୟ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ସୁଶ୍ରୀ ଅର୍ପିତା ଅପରାଜିତା ବଡଜେନା କହିଛନ୍ତି ।
ପୂର୍ବରୁ ‘ପୋଷା ଶୁଆର ଘୋଷା କଥା’ ଭଳି କଥା ଆପଣ ଶୁଣିଥିଲେ । ବିଜୁ ଜନତା ଦଳ ଏକ ନାଟକ ପ୍ରିୟ ଦଳ । ଏହି ଦଳର ନେତ୍ରମାନେ ନିଖୁଳ ଅଭିନୟ କରନ୍ତି ଯାହା ଭାରତୀୟ ଜନତା ପାର୍ଟି ଲୋକେ କରିପାରିବେ ନାହିଁ । ମମିତା ମେହେର ହତ୍ୟାକାଣ୍ଡରେ ତତ୍କାଳୀନ ମନ୍ତ୍ରୀ ଦିବ୍ୟଶଂକର ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁରେ ଶିକ୍ଷା ମନ୍ତ୍ରୀ ସମୀର ଦାସ, ପରୀ ହତ୍ୟା ଘଟଣାରେ ଅରୁଣ ସାହୁ, ମାହାଙ୍ଗା କ୍ୱାଡ୍ରପଲ୍ ହତ୍ୟା ଘଟଣାରେ ତତ୍କାଳୀନ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତିର ଯେଉଁ ଅଭିଯୋଗ ରହିଛି, ତାହା ଡ୍ରାମା ନା ସିରିଆଲ ଥିଲା ? ଏ ସଂପର୍କରେ ଶ୍ରୀମୟୀ ମିଶ୍ର କହିବା ଉଚିତ୍ ବୋଲି ସୁଶ୍ରୀ ବଡଜେନା କହିଛନ୍ତି ।
ଆଜି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରାଯାଉଥିବା ସମୟରେ ପୋଲିସର ମାତ୍ରାଧିକ ଏବଂ ଆକ୍ରୋଶମୁଳକ ଆକ୍ରମଣରେ ଯୁବମୋର୍ଚ୍ଚାର ୫୦ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତା ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ବିକ୍ଷୋଭ ସ୍ଥଳରେ କାର୍ଯ୍ୟରତ ପୋଲିସଙ୍କୁ ଉଠାଇ ଆଣି ହସପିଟାଲର ଏସି ରୁମରେ ଚିକିତ୍ସା କରାଯାଉଥିବାବେଳେ ଗୁରୁତର ଭାବେ ଆହତ ହୋଇଥିବା ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନଙ୍କୁ ଷ୍ଟ୍ରେଚରରେ ରଖାଯାଇ ଚିକିତ୍ସା କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସରକାରୀ ହସପିଟାଲରେ ଚିକିତ୍ସା ନପାଇ ବହୁ କାର୍ଯ୍ୟକର୍ତା ଫେରି ଯାଇଛନ୍ତି ବୋଲି ସୁଶ୍ରୀ ବଡଜେନା କହିଛନ୍ତି ।
ଏହି ଅବସରରେ ଯୁବମୋର୍ଚ୍ଚା ରାଜ୍ୟ ସଂପାଦିକା ଶିବାନୀ ମାଝୀ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking