28.1 C
Bhubaneswar
Thursday, July 3, 2025
Homeଓଡିଶାପାଟକୁରା କଂଗ୍ରେସ ର ବନ୍ଧୁମିଳନ ,ଶତାଧିକ ବିଜେଡି ଓ ବିଜେପି କର୍ମି ଙ୍କ କଂଗ୍ରେସ ରେ...

ପାଟକୁରା କଂଗ୍ରେସ ର ବନ୍ଧୁମିଳନ ,ଶତାଧିକ ବିଜେଡି ଓ ବିଜେପି କର୍ମି ଙ୍କ କଂଗ୍ରେସ ରେ ଯୋଗଦାନ

ପାଟକୁରା, : ଆଜି ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗରଦପୁର ବ୍ଲକର ବଙ୍ଗାଳପୁର ପଞ୍ଚାୟତର କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଙ୍କ ପୈତୃକ ବାସଭବନ ପରିଶରରେ ନିର୍ବାଚନମଣ୍ଡଳୀ ସ୍ତରୀୟ ନବବର୍ଷ ଉପଲକ୍ଷେ ଏକ ବନ୍ଧୁ ମିଳନ ଓ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବନ୍ଧୁମିଳନ ପର୍ବରେ ରାଜ୍ୟମହିଳା କଂଗ୍ରେସ କମିଟିର ସଭାନେତ୍ରୀ ଶ୍ରୀମତି ବନ୍ଦିତା ପରିଡା , ରାଜ୍ୟ କଂଗ୍ରେସ ଉପସଭାପତି ଶ୍ରୀ ଗଣେଶ୍ୱର ବେହେରା , ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ତଥା ମୁଖପାତ୍ର ଅମିୟ ପାଣ୍ଡବ,ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ରଘୁନାଥ ଶତପଥୀ , ଡେରାବିଶବ୍ଲକ କଂଗ୍ରେସ ସଭାପତି ଉମେଶ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ । । ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତି ପରିଡା କହିଥିଲେ ଯେ କଂଗ୍ରେସ ନେତା ଶ୍ରୀ ରତିକାନ୍ତ କାନୁନଗୋ ଗତ ୨୮/୧୨/୨୧ ରେ କଂଗ୍ରେସ ଦଳରେ ବିଧିବଧ ଭାବେ ଯୋଗଦାନ କରିବା ପରେ ଏହିସ୍ଥାନରେ ତାଙ୍କର ନେତୃତ୍ୱରେ ଆୟୋଜିତ ବନ୍ଧୁମିଳନ ସଭାରେ ସେ ଯୋଗଦେଇଥିଲେ । ଆଜି ୨ୟ ଥର ପାଇ ଏହି ସଭାରେ ଯୋଗଦେଇ ବୈଠକରେ ଉପସ୍ଥିତ ଥିବା କର୍ମିମାନଙ୍କର ସଂଖ୍ୟା ଓ ସେମାନଙ୍କ ମଧ୍ୟରେ ଆଗ୍ରହ ଓ ଉତ୍ସହ ଦେଖି ଭାବବିହ୍ୱଳ ହୋଇଯାଇଥିଲେ । ଏହା କଂଗ୍ରେସ ନେତା ଶ୍ରୀ କାନୁନଗୋ ତାଙ୍କର ସାଙ୍ଗଠାନିକ ଦକ୍ଷତାକୁ ଦୃଢଭାବେ ପ୍ରତିପାଦିତ କରୁଛି ବୋଲି ସେ ମତ ପ୍ରକାଶ କରିଥିଲେ । କଗ୍ରେସ କମିଟି ଉପସଭାପତି ତଥା ପିସିସି ଗଣମାଧ୍ୟମ ବିଭାଗ ଅଧକ୍ଷ ଶ୍ରୀ ବେହେରା କହିଥିଲେ ଯେ ୨୦୧୪ ରୁ ୨୦୨୨ ମଧ୍ୟରେ ଜିନିଷପତ୍ର ଗୁଡିକର ଦରଦାମ ଗୁଡିକର ଦରବୃଦ୍ଧି,ଚାଷୀମାନଙ୍କର ସମସ୍ୟା ଉପରେ କେନ୍ଦ୍ରସରକାର ଙ୍କର ଉଦାସିନତା ରାଜ୍ୟରେ ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ନ ଦିଆଯାଇ ଚାକିରି ବୟସ ସିମା ବୃଦ୍ଧିକରିବାର ପ୍ରହସନ ,କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠାନ କରିବା ପାଇଁ ରାଜ୍ୟସରକାରଙ୍କର ଅଗ୍ରାହ୍ୟ ଆଦି ଘଟଣାଗୁଡିକ ଉପରେ ଆଲୋକପାତ କରିଥଲେ । ପିସିସି ସଂପାଦକ ତଥା ମୁଖପାତ୍ର ଶ୍ରୀ ପାଣ୍ଡବ କହିଥିଲେ ଯେ ବିଜେଡି ଓ ବିଜେପି ଦଳ ଗୋଟିଏ ମା ର ଜାଆଳା ଶିଶୁ ଅଟନ୍ତି । ଉପରେ ଉପରେ କଳିକରି ଭିତରେ କୋଳାକୋଳି ହେଉଛନ୍ତି । ଯେଉଥିପାଇଁ ବିଜେପି ର ପାର୍ଥିଙ୍କୁ ବିଜେଡି ବିଧାୟକ ମାନେ ଭୋଟ ଦେଇ ରାଜ୍ୟସଭାକୁ ପଠାଇବା ଏବଂ ଲୋକସଭା ଓ ରାଜ୍ୟସଭାରେ ବିଜେପିସରକାରଙ୍କର ପ୍ରତ୍ୟେକ ବିଲ କୁ ସମର୍ଥନ କରିବା ଭଳି କାର୍ଯ୍ୟମାନ କରିଚାଲୁଛନ୍ତି । ଆଜିର ଏହିସଭାରେ ବିଜେଡିସମର୍ଥିତ ଗରଦପୁର ବ୍ଲକର ବଙ୍ଗାଳପୁର ପଞ୍ଚାୟତର ସମିତିସଭ୍ୟ କାହ୍ନୁ ଓରଫ ଜ୍ୟୋତିରଂଜନ ନାୟକ ଙ୍କ ସମେତ ଶତାଧିକ ବିଜେଡ କର୍ମି କଂଗ୍ରେସଦଳରେ ଆନୁଷ୍ଠାନିକଭାବେ ଯୋଗଦାନ କରିଥିଲେ । ଏହାବ୍ୟତିତ ଡେରାବିଶ ବ୍ଲକ କୁଶିଆପାଳ ଗ୍ରାମପଞ୍ଚାୟତର ସମିତିସଭ୍ୟ ସତ୍ୟନାରାୟଣ ମହାନ୍ତି, ସରପଞ୍ଚ ପାର୍ଥି ଅନନ୍ତ ଚରଣ ନାୟକ, ଦାନପୁର ପଞ୍ଚାୟତର ବିରବର ବାରିକ ଓ ପୂର୍ବତନ ସମିତିସଭ୍ୟ ପାର୍ଥି ଯସବନ୍ତ ନାରାୟଣ ପଣ୍ଡା, କୁରୁଜଙ୍ଗା ଗ୍ରାମପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥି କୃଷ୍ଣଚନ୍ଦ୍ର ଦାସ, ଲକ୍ଷ୍ମୀନାରାୟନପୁର ପଞ୍ଚାୟତର ପୁର୍ବତ୍ତନ ୱାର୍ଡ ସଭ୍ୟ ପ୍ରଭାକର ସାମଲ, ଓ ରଶ୍ମିରଂଜନ ପାତ୍ର ,ଗୋଲରହାଟ ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରାର୍ଥି ସଦାନନ୍ଦ ବାରିକ ଙ୍କ ସମେତ ବିଭିନ୍ନ ପଞ୍ଚାୟତର ଆଗଧାଡିରେ ଥିବା ବିଜେଡି ଓ ବିଜେପି କର୍ମି ମାନେ ଦଳ ଛାଡି ଆଜି କଂଗ୍ରେସ ଦଳ ରେ ବିଧିବଧ ଭାବେ ଯୋଗଦାନ କରିଥଲେ । ମଞ୍ଚାସିନ କଗ୍ରେସ ଦଳର ନେତୃମଣ୍ଡଳୀ କଂଗ୍ରେସ ଦଳରେ ଯୋଗଦେଇଥିବା କର୍ମିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ଦଳକୁ ସ୍ୱାଗତ କରିଥିଲେ । ଏହିସଭାରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ପାଇଁ କଂଗ୍ରେସ ସମର୍ଥିତ ପ୍ରର୍ଥମାନଙ୍କର ନାମକୁ ଶ୍ରୀ କାନୁନଗୋ ଆନୁଷ୍ଠାନିକଭାବେ ଘୋଷଣା କରିଥିଲେ ।ବର୍ତ୍ତମାନ ସରକାରଙ୍କ ଦ୍ୱାରା ଜାରିହୋଇଥିବା କୋଭିଡ ନିୟମ ପାଳନ କରାଯାଇ ଏହି ଉତ୍ସବଟି ଆୟୋଜିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking