ଝାରସୁଗୁଡା: ଝାରସୁଗୁଡା ଉପନିର୍ବାଚନ ପାଇଁ ଦାୟିତ୍ୱରୁ ବିଜେଡି ଟିମରୁ ସୁଶାନ୍ତ ସିଂ ବାଦ ପଡିଛନ୍ତି । ସୁଶାନ୍ତ ସିଂ ବାଦ ପ୍ରସଙ୍ଗରେ ବିଜେପିର ସାଧାରଣ ସମ୍ବାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ଦେଇଛନ୍ତି । ବିରୋଧୀଦଳ ନେତା କହିଥିବା କଥାକୁ ବିଜେଡି ଅଫିସିଆଲୀ ସ୍ୱୀକାର କରିଛି । ନବଦାସ ହତ୍ୟା ଘଟଣାରେ ବିଜେଡି ନେତାଙ୍କ ନାଁ ରହିଛି । ବିଜେଡି ଅଫିସିଆଲି ପ୍ରମାଣ କରିଛି ଯେ ସେହି ନେତାଙ୍କ ସମ୍ପୃକ୍ତ ଅଛି । ନବ ସମର୍ଥକଙ୍କ କ୍ରୋଧ ଅଛି,ସେଥିରୁ ବଞ୍ଚିବାକୁ ବିଜେଡି ଚେଷ୍ଟା କରୁଛି । ଜାଣିଶୁଣୀ ପର୍ଯ୍ୟବେକ୍ଷକ ତାଲିକାରୁ ସୁଶାନ୍ତ ସିଂଙ୍କୁ ବାଦ ଦିଆଯାଇଛି । ହତ୍ୟାକାଣ୍ଡ ସହ ସଂପୃକ୍ତି ଅଛି ବୋଲି ରାଜ୍ୟ ସରକାର ବିଶ୍ୱାସ କରୁଛନ୍ତି ।