ଭୁବନେଶ୍ବର : ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନଙ୍କ ନିକଟରେ ଫେରାଦ ହେଲା ବିଜେଡି । ଖୋର୍ଦ୍ଧା ଛଣଗିରିରେ ବିଧାୟକଙ୍କ ମନମାନି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇଛି ବିଜୁ ଜନତା ଦଳ। ପ୍ରଶାନ୍ତ ଜଗଦେବଙ୍କ ହିଂସା ଆଚରଣ ନେଇ ଫେରାଦ ହୋଇଛି । ଖୋର୍ଦ୍ଧା ଛଣଗିରିରେ ଆକ୍ରମଣ କରିଥିଲେ ପ୍ରଶାନ୍ତ ଜଗଦେବ । ପ୍ରଶାନ୍ତଙ୍କ ହିଂସାତ୍ମକ ଆଚରଣ ନେଇ ଜଣାଇଛନ୍ତି । ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ପ୍ରଶାନ୍ତ ଜଗଦେବ । ସାଂସଦ ପ୍ରାର୍ଥୀଙ୍କ ଉପସ୍ଥିତିରେ ଏ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ନିରବ କାହିଁକି ବୋଲି ପ୍ରଶ୍ନ ପଚାରିଛି ବିଜେଡି। ଥାନା ଅଧିକାରୀଙ୍କୁ ମଧ୍ୟ ଧମକ ଦେଇଛନ୍ତି ପ୍ରଶାନ୍ତ ଜଗଦେବ । ସାମ୍ବାଦିକ ଦେଇଥିବା ଏଫଆଇଆରକୁ ଚିରିଦେବାକୁ ସେ ଧମକ ଦେଇଛନ୍ତି ।