31.1 C
Bhubaneswar
Sunday, April 26, 2026
Homeଓଡିଶାବିଜେପିକୁ ଜବାବ ଦେଲା ବିଜେଡି

ବିଜେପିକୁ ଜବାବ ଦେଲା ବିଜେଡି

ଭୁବନେଶ୍ୱର: ମେଘନାଥ ପାଚେରିର ଫାଟକକୁ ନେଇ ରାଜନୀତି। ବିଜେପି ଅଭିଯୋଗର କଡା ଜବାବ ରଖିଲା ବିଜେଡି । ବିଜେପି ନେତା କଣ ବୈଷୟିକ ବିଶେଷଜ୍ଞ । ଯାହା କହୁଛନ୍ତି ଭାବିଚିନ୍ତି କୁହନ୍ତୁ କହିଲେ ଗଣେଶ୍ୱର ବେହେରା । ଶ୍ରୀମନ୍ଦିର ରକ୍ଷଣାବେକ୍ଷଣରେ ଗୁରୁତର ଅବହେଳା ଦେଖିବାକୁ ମିଳିଥିବା ବେଳେ । ସିଂହଦ୍ବାର ସମ୍ମୁଖରେ ଲଙ୍ଗୁଳି ମଠ ଧୂନିକୁଣ୍ଡଠାରୁ ରାମଦୟା ପରିଷଦ ପର୍ଯ୍ୟନ୍ତ ପ୍ରାୟ ୫୦ରୁ ୬୦ ଫୁଟ ଓସାରରେ ମେଘନାଦ ପାଚେରିରେ ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ଫଳସ୍ବରୂପ ମେଘନାଦ ପାଚେରିର ପଥରକାନ୍ଥରୁ ୫୦ରୁ ଅଧିକ ସ୍ଥାନରୁ ଝରଣା ଭଳି ଅନର୍ଗଳ ପାଣି ଗଳୁଥିବା ଦେଖିବାକୁ ମିଳିଛି। ଏପରିକି ସିଂହଦ୍ବାର ସମ୍ମୁଖ ରାମଦୟା ପରିଷଦ ନିକଟରେ ମେଘନାଦ ପାଚେରି ବାହାରପାର୍ଶ୍ବକୁ ଠେଲି ହୋଇଯିବା(ପେଟେଇ ଗଲା) ଭଳି ଦୃଶ୍ୟମାନ ହେଉଛି। ଯାହା ମେଘନାଦ ପାଚେରିକୁ ଭୁଶୁଡ଼ାଇଦେବା ଆଶଙ୍କା ସୃଷ୍ଟି କରିଛି। ବଡ଼କଥା ହେଉଛି, ଏଭଳି ଫାଟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ଫଳକ ପଛ ପାର୍ଶ୍ବରେ ଦେଖିବାକୁ ମିଳିଛି। ଏହାକୁ ନେଇ ରାଜନୀତି ତେଜିବାର ଦେଖିବାକୁ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking