27.1 C
Bhubaneswar
Sunday, September 8, 2024
Homeଓଡିଶାଓଡ଼ିଆ ଲୋକଙ୍କ ଭାବାବେଗ ସହ ଖେଳୁଛି ଭାରତୀୟ ଜନତା ପାର୍ଟି: ବିଜେଡି

ଓଡ଼ିଆ ଲୋକଙ୍କ ଭାବାବେଗ ସହ ଖେଳୁଛି ଭାରତୀୟ ଜନତା ପାର୍ଟି: ବିଜେଡି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରତ୍ନଭଣ୍ଡାର ମନ୍ତବ୍ୟକୁ ନେଇ ତେଜୁଛି ରାଜନୀତି । କଟକରେ ଏକ ଜନସଭାରେ ପ୍ରଧାନମନ୍ତ୍ରୀ ମୋଦି ପୁଣି ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ବିଜେଡି ସରକାରକୁ ଟାର୍ଗେଟ କରିଥିଲେ । ପରୋକ୍ଷରେ ପାଣ୍ଡିଆନଙ୍କ ଉପରେ ମଧ୍ୟ ବର୍ଷିଥିଲେ ମୋଦି । ଯାହାକୁ କାଉଣ୍ଟର କରିଛି ବିଜେଡି । ବିଜେଡି ମୁଖପାତ୍ର ସୁଲତା ଦେଓ ପ୍ରେସମିଟ କରି ଏହାର ଜବାବ ରଖିଛନ୍ତି । ରତ୍ନ ଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାର କଣ କରିବାକୁ ଯାଉଛନ୍ତି ତାହାର ତଥ୍ୟ ସେ ଗଣମାଧ୍ୟମ ସମ୍ମୁଖରେ ରଖିଛନ୍ତି ।

ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି, “ବିଜେପି ଅତି ଶୋଚନୀୟ ଭାବେ ହାରିବାକୁ ଯାଉଛି । ବିଜେପି ଓଡ଼ିଶାର ବଡ ବଡ ପ୍ରାର୍ଥୀ ଓ ଦିଗଜ୍ଜ ନେତା ହାରିବା ଭୟରେ ବୁଡିକି ରହିଛନ୍ତି । ତେଣୁ କାର୍ଯ୍ୟକର୍ତ୍ତାମାନଙ୍କ ମନୋବଳ ବଢାଇବାକୁ ତଥା ବୁଷ୍ଟ ଅପ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଦଳୀୟ କାର୍ଯ୍ୟାଳୟକୁ ଆସିବାକୁ ପଡିଲା । ଅନ୍ୟପଟେ ପୁରୀ ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ବୋଧହୁଏ ଜାଣିନାହାଁନ୍ତି ଜୁଲାଇ ମାସ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ଯାଉଛି । ତେଣୁ ରତ୍ନଭଣ୍ଡାର ପ୍ରସଙ୍ଗ ନେଇ ଯଦି ଦେଖିବା ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇଛି । ରତ୍ନଭଣ୍ଡାର କିଭଳି ଖୋଲାଯିବ ସେହି କମିଟି ତାର ପ୍ରକ୍ରିୟା ଜାରି ରଖିଛି ।

ଏହା ସହ ବିଜେପିକୁ ଟାର୍ଗେଟ କରି ସୁଲତା କହିଛନ୍ତି , ଯେହେତୁ ରାଜ୍ୟରେ ବିଜେପି ବହୁତ ଖରାପ ପ୍ରଦର୍ଶନ କରୁଛି, ତେଣୁ ହାରିବା ଭୟରେ ଆଉ କିଛି ମୁଦ୍ଦା ନପାଇ ଲୋକଙ୍କ ଭାବାବେଗ ସହ ଖେଳୁଛି ଭାରତୀୟ ଜନତା ପାର୍ଟି । ପ୍ରଧାନମନ୍ତ୍ରୀ ବୋଧେ ଜାଣିନାହାନ୍ତି ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜଙ୍କ ନେତୃତ୍ବ ରେ ଗଠିତ ପରିଚାଳନା କମିଟି ମାର୍ଗଦର୍ଶନରେ ଶ୍ରୀମନ୍ଦିର ପ୍ରଶାସନ ପରିଚାଳନା କରିଥାଏ । ଗତ ଦୁଇମାସ ତଳେ ମୁଖ୍ୟମନ୍ତ୍ରୀଙ୍କୁ ଭୁରିଭୁରି ପ୍ରଶଂସା କରୁଥିଲେ କିନ୍ତୁ ଆଜି ସେ ମୁଖ୍ୟମନ୍ତ୍ରୀଙ୍କୁ ଅପମାନ ସୂଚକ କଥା କହିଛନ୍ତି ଓ ଲୋକଙ୍କ ଭାବାବେଗ ସହ ଖେଳୁଛନ୍ତି ।

ହତୋତ୍ସାହିତ ଦଳୀୟ ନେତା ଓ କର୍ମୀଙ୍କ ମନୋବଳ ବଢାଇବାକୁ ସେ ଚିନ୍ତିତ ଥିବାରୁ ଓଡ଼ିଶା ଲୋକଙ୍କ ଭାବାବେଗ ସହ ଖେଳୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି ବୋଲି କହିଛନ୍ତି ବିଜେଡ଼ି ମୁଖପାତ୍ର ସୁଲତା ଦେଓ । ସୂଚନାଯୋଗ୍ୟ ଯେ ମୋଦୀ କହିଛନ୍ତି ଯେ ଲୋକ କହୁଛନ୍ତି ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି । ରତ୍ନଭଣ୍ଡାର ଚାବି ତାମିଲନାଡୁ କିଏ ନେଇ ଯାଇଛି ବୋଲି ପ୍ରଶ୍ନ କରିଛନ୍ତି ମୋଦି । ଶ୍ରୀମନ୍ଦିର ଓଡ଼ିଶାବାସୀଙ୍କ ଭାବାବେଗ ସହ ଜଡ଼ିତ ଥିବାରୁ ମୋଦି ରତ୍ନଭଣ୍ଡାର ପ୍ରସଙ୍ଗକୁ ଗୁରୁତ୍ବର ସହ ନେଇଛନ୍ତି । ଏହା ସହ ଓଡ଼ିଶାବାସୀଙ୍କ ଭାବାବେଗ ସହ ଖେଳୁଥିବା ଲୋକମାନଙ୍କୁ କ୍ଷମା ମିଳିବ ନାହିଁ ବୋଲି କହିଛନ୍ତି ମୋଦି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking