ଭୁବନେଶ୍ୱର: ଗଣମାଧ୍ୟମ ଆଗରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ବଡ ବୟାନ । ଶାସକ ଦଳ ଏବଂ ବିଜେପି ଦଳ ଗୃହ ଚଳାଇବା ପାଇଁ ଚାହାଁନ୍ତି ନାହିଁ ଆଉ ଚଳାଇଦେଉନାହାନ୍ତି ମଧ୍ୟ । କଂଗ୍ରେସ ଦଳ ଆଲୋଚନା କରିବା ପାଇଁ ଚାହୁଁଛନ୍ତି । ଶିକ୍ଷକ ମାନଙ୍କର ସମସ୍ୟା ନେଇ ଆଜି ମୁଲତବି ପ୍ରସ୍ତାବ କଂଗ୍ରେସ ଦଳ ତରଫରୁ ଦିଆଯାଇଥିଲା । କିନ୍ତୁ ସରକାରୀ ଦଳ ଗୃହ ଚଳେଇଦେବା ପାଇଁ ଚାହୁଁନାହାନ୍ତି ଏଥିପାଇଁ ଯେ ଯେତେବେଳେ ମୁଲତବି ପ୍ରସ୍ତାବ ଆସୁଛି ଗଣତନ୍ତ୍ର ପ୍ରତି ବିପଦ । ସେହି ସମୟରେ ଏମାନେ କହୁଛନ୍ତି କି ନାଁ କି ଏହା ଉପରେ କେହି ପ୍ରଶ୍ନ ପଚାରିପାରିବେ ନାହିଁ କିମ୍ବା ଆମେ ଆଲୋଚନା କରିବା ପାଇଁ ଦେବୁନାହିଁ ।
ମୁଲତବି ପ୍ରସ୍ତାବ ହେଉ କି ଯେକୌଣସି ମାଧ୍ୟମରେ ହେଉ ନା କାହିଁକି । ଏପଟେ ସେଇଟା କହୁଛନ୍ତି କିନ୍ତୁ ମୁଖ୍ୟମନ୍ତ୍ରୀ ଯେଉଁ ବିଷୟରେ ମୁଲତବି ପ୍ରସ୍ତାବ ଆସିଛି ଯେଉଁ ବିଷୟ ଉପରେ ପ୍ରଶ୍ନ ପଚରାଯାଉଛି ତା ଉପରେ ଉତ୍ତର ଦେଉଛନ୍ତି ଏହା ଏକ ଅସମ୍ଭବ କଥା ଚାଲିଛି । ଆଉ ଏଠାରେ ଗଣତନ୍ତ୍ର କେଉଁଠି ରହିଲା । ଗୋଟିଏ ବିଷୟ ଉପରେ ମୁଖ୍ୟମନ୍ତ୍ରୀ କହିପାରିବେ ସରକାରୀ ଦଳ କହିପାରିବେ କିନ୍ତୁ ବିରୋଧୀ ଦଳ କୌଣସି ହିସାବରେ କହିପାରିବେ ନାହିଁ, ଏହା ଦୁର୍ଭାଗ୍ୟଜନକ ।
ସେଥିପାଇଁ ବରାବର ମୁଁ କହିଛି କି ଗଣତନ୍ତ୍ର ଧ୍ୱଂସ ହୋଇଛି । ଗଣତନ୍ତ୍ର ବୋଲି କିଛି ନାହିଁ । ଏବଂ ସେଇଟା ବିଧାନସଭାରେ ବି ପ୍ରତିଫଳିତ ହେଉଛି । ସର୍ବଦଳୀୟ ବୌଠକ ଡକାଯାଇଥିଲା । କିଛି ଫଳ ବାହାରିଲା ନାହିଁ । ଆମେ ନିରାଶ ହେଲୁ । ଆଉ ରାଜ୍ୟବାସୀ ମଧ୍ୟ ନିରାଶ ହୋଇଛନ୍ତ ବୋଲି ଗଣମାଧ୍ୟମ ଆଗରେ ନିଜର ମନ୍ତବ୍ୟ ରଖିଛନ୍ତି ନରସିଂହ ମିଶ୍ର ।