41.1 C
Bhubaneswar
Tuesday, April 30, 2024
Homeଓଡିଶାବିଜେଡି ପାଖରେ ପ୍ରାର୍ଥୀ ନାହିଁ : ସାଲୁଜା

ବିଜେଡି ପାଖରେ ପ୍ରାର୍ଥୀ ନାହିଁ : ସାଲୁଜା

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା ହେବାପରେ ବିରୋଧୀ ଦଳ କଡ଼ା ସମାଲୋଚନା କରିଛନ୍ତି । ନବୀନ ଆତ୍ମବିଶ୍ୱାସ ହରାଇସାରିଛନ୍ତି । ପଶ୍ଚିମଓଡ଼ିଶାବାସୀଙ୍କୁ ବାରମ୍ବାର ଧୋକା ଦେଇ ଏବେ ପୁଣିଥରେ ଧୋକା ଦେବାକୁ ପ୍ରୟାସ କରୁଛନ୍ତି । ଲୋକେ ତାଙ୍କୁ ଉଚିତ୍ ଜବାବ ଦେବେ ସନ୍ତୋଷ ସିଂ ସାଲୁଜା କହିଛନ୍ତି । ଏହା ପ୍ରମାଣ କରୁଛି ଯେ କଣ୍ଟାବାଞ୍ଜିରେ ବିଜେଡି ପାଖରେ ପ୍ରାର୍ଥୀ ନାହାଁନ୍ତି । ମୋତେ ଡ଼ରି ବିଜେଡି ମୁଖ୍ୟମନ୍ତ୍ରୀଙ୍କୁ ପ୍ରାର୍ଥୀ କରିଛି ।

କଣ୍ଟାବାଞ୍ଜି ଲୋକଙ୍କ କାମ ପଡ଼ିଲେ କ’ଣ ଭୁବନେଶ୍ୱର ଯିବେ । ମୁଖ୍ୟମନ୍ତ୍ରୀଙ୍କୁ କେଉଁଠି ଭେଟିବେ । ମନ୍ତ୍ରୀ, ବିଧାୟକ ତ ଭେଟି ପାରୁ ନାହାଁନ୍ତି । କଣ୍ଟାବାଞ୍ଜିର ନୀରିହ, ଦାଦନ, ଗରିବ ଲୋକେ ଭେଟିପାରିବେ କି? ମୁଖ୍ୟମନ୍ତ୍ରୀ ୨୦୧୯ରେ ବିଜେପୁର ପ୍ରାର୍ଥୀ ହୋଇ ଜିତିଥିଲେ । ଜିତିବା ପରେ ସିଟ୍ ଛାଡ଼ିଥିଲେ । ପଶ୍ଚିମ ଓଡ଼ିଶାରେ ରହିଲେନି । ଏଥର ବି ସେହି ଯୋଜନାରେ ଅଛନ୍ତି । କଣ୍ଟାବାଞ୍ଜି ଲୋକ ସ୍ୱାଭିମାନୀ । ଏହାକୁ ସ୍ୱିକାର କରିବେ ନାହିଁ । ସେମାନେ ମୋ ସହ ଅଛନ୍ତି । କଂଗ୍ରେସ ସହ ଅଛନ୍ତି ଓ କଣ୍ଟାବାଞ୍ଜିରେ କଂଗ୍ରେସର ଜିତାପଟ ହେବ ବୋଲି ସନ୍ତୋଷ ସିଂ ସାଲୁଜା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking