41.1 C
Bhubaneswar
Sunday, April 28, 2024
Homeଓଡିଶାଶ୍ରୀଜଗନ୍ନାଥଙ୍କ ପରିଚୟକୁ ବିକୃତ କରୁଥିବା ବ୍ୟକ୍ତି ହିସାବରେ ଲେଖାଶ୍ରୀ ରେକର୍ଡ଼ କରିବେ

ଶ୍ରୀଜଗନ୍ନାଥଙ୍କ ପରିଚୟକୁ ବିକୃତ କରୁଥିବା ବ୍ୟକ୍ତି ହିସାବରେ ଲେଖାଶ୍ରୀ ରେକର୍ଡ଼ କରିବେ

ଭୁବନେଶ୍ୱର : ଶ୍ରୀଜଗନ୍ନାଥଙ୍କ ଜମି ପ୍ରସଙ୍ଗକୁ ନେଇ ଆଜି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାରଙ୍କର ବକ୍ତବ୍ୟକୁ ସମସ୍ତ ଜଗନ୍ନାଥପ୍ରେମୀ ନିନ୍ଦା କରିଛନ୍ତି । ନିଜର ରାଜନୈତିକ ଅଭିସନ୍ଧି ରଖି ପିପିଲି ନିର୍ବାଚନ ମଣ୍ଡଳୀର ବିଜେପି ଟିକେଟ୍ ପାଇଁ ଆଜି ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର ଭୁଲ୍ ତଥ୍ୟ ଦେଇ ସମଗ୍ର ଓଡ଼ିଶାବାସୀଙ୍କୁ ମତିଭ୍ରମ କରିବା ପାଇଁ ଅପଚେଷ୍ଟା କରୁଛନ୍ତି । ପ୍ରକୃତ କ୍ଷେତ୍ରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର କୌଣସି ଜମି ବିକ୍ରି କରିବାର ଯୋଜନା ନାହିଁ ବୋଲି ବିଜେଡ଼ି ପ୍ରବକ୍ତା ସୁଶ୍ରୀ ଇପ୍‌ସିତା ସାହୁ କହିଛନ୍ତି ।
ସୁଶ୍ରୀ ସାହୁ କହିଛନ୍ତି ଯେ, ଲେଖାଶ୍ରୀ ବାରମ୍ବାର ଜଗନ୍ନାଥ ସଂସ୍କୃତିକୁ ନେଇ ଏଭଳି ଭିତ୍ତିହୀନ ମନ୍ତବ୍ୟ ଓ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଅପମାନ କଲା ଭଳି କୁତ୍ସିତ ମନ୍ତବ୍ୟ ଦେଇଆସୁଛନ୍ତି । ଯଦି ସେ ଏସବୁ ପିପିଲି ଉପନିର୍ବାଚନରେ ନିର୍ବାଚନୀ ଟିକେଟ୍ ଆଶାରେ କହୁଥାନ୍ତି, ତା’ହେଲେ ସେ ଜାଣିରଖିବା ଉଚିତ୍ ଯେ, ପିପିଲିର ଜନତା କେବେ ବି ଶ୍ରୀଜଗନ୍ନାଥଙ୍କ ଅପମାନ ଗ୍ରହଣ କରିବେ ନାହିଁ । ଲେଖାଶ୍ରୀ ବୁଝିବା ଦରକାର ଯେ, ୨୦୦୧ରୁ ୨୦୧୦ ଭିତରେ ୨୯୧ ଏକର ଜମି ଦିଆଯାଇଥିଲା । ଯେଉଁ ସମୟରେ ଭାରତୀୟ ଜନତା ପାର୍ଟିର ନେତା ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଆଇନ୍ ମନ୍ତ୍ରୀ ଥିଲେ । ଘରୋଇ ମାଲିକାନାରେ ଥିବା ପ୍ରଭୁଙ୍କର ଜମି ୨୦୦୩ ନୀତି ଅନୁସାରେ ସମାଧାନ ହେବ । ସର୍ବସାଧାରଣଙ୍କ ସୁବିଧା ପାଇଁ ସ୍କୁଲ, କଲେଜ ଓ ହସ୍ପିଟାଲ ପାଇଁ ଜମି ବ୍ୟବସ୍ଥା କରାଯାଇଛି । ସର୍ବସାଧାରଣଙ୍କ କାର‌୍ୟ୍ୟରେ ଲାଗିବା ପାଇଁ ଜମି ନିଷ୍ପତ୍ତି ଶ୍ରୀଜଗନ୍ନାଥ ମନ୍ଦିର କମିଟି ନେଇଛି ବୋଲି ସୁଶ୍ରୀ ସାହୁ କହିଛନ୍ତି ।
ସେଥିପାଇଁ ଲେଖାଶ୍ରୀ ଯେତେ ବିକୃତ ତଥ୍ୟ ଦେଲେ ବି ପିପିଲି ନିର୍ବାଚନ ମଣ୍ଡଳୀର ବିଜେପି ଦଳର ଟିକେଟ୍ କେବେ ହେଲେ ତାଙ୍କୁ ମିଳିବ ନାହିଁ । ଆଶା କରିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ସେ କ୍ଷମା ପ୍ରାର୍ଥନା କରିବେ ଓ ମିଛ ତଥ୍ୟ ପାଇଁ ଅନୁତପ୍ତ ହେବେ ବୋଲି ସୁଶ୍ରୀ ସାହୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking