30.1 C
Bhubaneswar
Friday, April 26, 2024
Homeଓଡିଶା୨ଟି ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

୨ଟି ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର : ରାଜ୍ୟର ୨ଟି ଉପନିର୍ବାଚନ ପାଇଁ ଆଜି ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଛି । ବାଲେଶ୍ୱର ସଦର ପାଇଁ ଶ୍ରୀ ସ୍ୱରୂପ କୁମାର ଦାସ ବିଜେଡିର ପ୍ରାର୍ଥୀ ହୋଇଛନ୍ତି । ସ୍ୱରୂପ କୁମାର ଦାସ ବାଲେଶ୍ୱରର ପୂର୍ବତନ କାଉନସିଲର । ସ୍ୱରୂପଙ୍କ ଭାଇ ୨ ଥର ବାଲେଶ୍ୱର ପୌର ପରିଷଦ ଅଧ୍ୟକ୍ଷ ଥିଲେ । ସ୍ୱରୂପଙ୍କ ଭାଇ ଅନୁପ ବାଲେଶ୍ୱର ପୌର ପରିଷଦର ଅଧ୍ୟକ୍ଷ ଥିଲେ । ଅନ୍ୟପଟେ ତିର୍ତ୍ତୋଲରୁ ବିଜେଡି ପକ୍ଷରୁ ଲଢିବେ ପୂର୍ବତନ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ । ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ ହେଉଛନ୍ତି ବିଜୟ ଶଙ୍କର ଦାସ । ୨ ପ୍ରାର୍ଥୀଙ୍କ ନାଁରେ ଆଜି ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଉଭୟ ନିର୍ବାଚନ ମଣ୍ଡଳୀରେ ନୂଆ ମୁହଁଙ୍କୁ ସୁଯୋଗ ଦେଇଛି ଦଳ । ପୂର୍ବରୁ ବିଜେପି ପକ୍ଷରୁ ପୂର୍ବତନ ବିଧାୟକ ସ୍ବର୍ଗତ ମଦନ ‌ମୋହନ ଦତ୍ତଙ୍କ ପୁଅ ମାନସ କୁମାର ଦତ୍ତଙ୍କୁ ବାଲେଶ୍ୱର ସଦର ଓ କଂଗ୍ରେସ ଛାଡ଼ି ନିକଟରେ ବିଜେପିରେ ସାମିଲ ହୋଇଥିବା ରାଜକିଶୋର ବେହେରାଙ୍କୁ ତିର୍ତ୍ତୋଲରୁ ପ୍ରାର୍ଥୀ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking