28.1 C
Bhubaneswar
Saturday, April 27, 2024
Homeଓଡିଶାବିଜେଡି ଓ କଂଗ୍ରେସ ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହେଲେ ପିପିଲି ନିର୍ବାଚନମଣ୍ଡଳୀର ବହୁ...

ବିଜେଡି ଓ କଂଗ୍ରେସ ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହେଲେ ପିପିଲି ନିର୍ବାଚନମଣ୍ଡଳୀର ବହୁ ନେତୃବୃନ୍ଦ

 କଂଗ୍ରେସର ପୂର୍ବତନ ପୁରୀ ଜିଲ୍ଲା ସାଧାରଣ ସଂପାଦକ
 ପମସରା ଗ୍ରାମ ପଂଚାୟତର ସମିତି ସଭ୍ୟ ତଥା ଯୁବ ବିଜେଡି ନେତା ଏବଂ ପୂର୍ବତନ ଓରାକଳ ସରପଂଚ
 ଦଳୀୟ ଉତରୀୟ ଏବଂ ଟୋପି ପିନ୍ଧାଇ ସ୍ୱାଗତ କଲେ ରାଜ୍ୟ ସଭାପତି

ଭୁବନେଶ୍ୱର, : ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଉପସ୍ଥିତିରେ ପୁରୀ ଜିଲ୍ଲା କଂଗ୍ରେସର ପୂର୍ବତନ ସାଧାରଣ ସଂପାଦକ ତଥା ଦାଣ୍ଡମୁକୁନ୍ଦପୁର ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ଶ୍ରୀ ସତ୍ୟବାଦୀ ମିଶ୍ର; ପମସରା ଗ୍ରାମ ପଂଚାୟତ ସମିତି ସଭ୍ୟ ତଥା ଯୁବ ବିଜେଡି ନେତା ଶ୍ରୀ ସରୋଜ ପ୍ରଧାନ, ଓରାକଳ ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ଓ ବରିଷ୍ଠ ବିଜେଡି ନେତା ଶ୍ରୀ ମନୋଜ ଗୁରୁ ନିଜ ନିଜ ସମର୍ଥକଙ୍କ ଗ୍ରହଣରେ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ନୂତନ ଭାବେ ବିଜେପିରେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସୁଦାମ ବରାଳ, ଉପେନ୍ଦ୍ର ପ୍ରଧାନ, ଗଦାଧର ମଲ୍ଲିକ, ପ୍ରଦୀପ ଖଟୋଇ, ବନମାଳୀ ପରିଡା, ସୁବାଷ ସ୍ୱାଇଁ, ଉମେଶ ସ୍ୱାଇଁ, ବିଶ୍ୱଭୂଷଣ ଖୁଂଟିଆ, ଭବାନୀ ନାଏକ, ସରୋଜ ସ୍ୱାଇଁ, ସୁଧୀର ପ୍ରଧାନ, ଯୁଧିଷ୍ଠିର ପ୍ରଧାନ, ଦୁର୍ଯ୍ୟୋଧନ ସ୍ୱାଇଁ ପ୍ରମୁଖ ନେତୃବୃନ୍ଦ ନିଜ ନିଜ ସମର୍ଥକଙ୍କ ଗ୍ରହଣରେ ବିଜେପିରେ ସାମିଲ ହୋଇଛନ୍ତି ।
ଆଜିର ମିଶ୍ରଣ ଫଳରେ ପିପିଲି ନିର୍ବାଚନମଣ୍ଢଳୀରେ ବିଜେପିର ସଂଗଠନ ଆହୁରୀ ସୁଦୃଢ ହୋଇଛି । ସମସ୍ତେ ଏକାଠି ହୋଇ ଦୁର୍ନୀତିଖୋର ଓ ଭ୍ରଷ୍ଟାଚାରୀ ଶାସକ ବିଜେଡି ବିରୁଦ୍ଧରେ ନିଶ୍ଚିତ ବିଜୟୀ ହେବୁ ବୋଲି ଶ୍ରୀ ମହାନ୍ତି ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଏହି ମିଶ୍ରଣ ପର୍ବ ଅବସରରେ ପୁରୀ ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକ, ରାଜ୍ୟ ଗଣମାଧ୍ୟମ ସହ ପ୍ରମୁଖ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking