27.2 C
Bhubaneswar
Tuesday, June 9, 2026
Homeଓଡିଶାବିଜେଡି ସବୁବେଳେ ଏକ୍ସପେରିମେଣ୍ଟ୍ କରେ:ସନ୍ତୃପ୍ତ

ବିଜେଡି ସବୁବେଳେ ଏକ୍ସପେରିମେଣ୍ଟ୍ କରେ:ସନ୍ତୃପ୍ତ

ଭୁବନେଶ୍ବର: ବିଜେଡି ସବୁବେଳେ ଏକ୍ସପେରିମେଣ୍ଟ୍ କରେ। ରାଜନୀତି ଜିତିବା ପାଇଁ କରାଯାଏ ନାହିଁ ଲୋକଙ୍କ କଲ୍ୟାଣ ପାଇଁ କରାଯାଏ। ଜିତିବା ପାଇଁ ଯିଏ ଚାହେଁ ସେ ଟଙ୍କା ଖର୍ଚ୍ଚ କରି ଭୋଟ ନେବାକୁ ଚାହେଁ ନୂଆପଡ଼ାରେ ଆମେ ଜିତିବୁ। ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତ୍ରୀଙ୍କୁ ଦଳ ପ୍ରାର୍ଥୀ କରିଛି। ବିଜୁ ଜନତା ଦଳର ସମସ୍ତେ ଏକାଠି କାମ କରିବେ । ବିଜେଡି ଏଥିର ଅଧିକ ଭୋଟରେ ଜିତିବ। ସ୍ବର୍ଗତ ରାଜୁ ଢୋଲକିଆଙ୍କ ସମର୍ଥକମାନେ ଆମ ସହିତ ରହିଛନ୍ତି ବୋଲି ସନ୍ତୃପ୍ତ ମିଶ୍ର କହିଛନ୍ତି।

ଏହାଛଡ଼ା ସେ କହିଛନ୍ତି ଯେ ଭାରତ ବର୍ଷରେ ଯେଉଁ କିଣାବିକା ରାଜନୀତି ହେଉଛି ତା ବିରୋଧରେ ଜନମତ ନିଶ୍ଚିତ ଯିବ। ରାଜୁ ଢୋଲକିଆଙ୍କ ପରିବାର ବିଜେଡି ସହିତ ନାହାନ୍ତି ପ୍ରଶ୍ନରେ ବିଜେଡି ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର କହିଛନ୍ତି, ପରିବାର ସହିତ ରହିକି ଧୃତରାଷ୍ଟ୍ର ଅସୁବିଧାରେ ପଡ଼ିଥିଲେ । ପିସିସି ସଭାପତି ଯଦି ଡିଲ୍ ନେଇ ଅଧିକ କିଛି ଜାଣିଥିବେ କହୁନାହାନ୍ତି କାହିଁକି? ଭାରତ ବର୍ଷର ନାଗରିକ ଭାବେ ସବୁଠି ନିର୍ବାଚନ ଲଢ଼ିପାରିବେ। ଥୋମାସ ଆଲଭା ଏଡିସନ୍‌ଙ୍କ ଉଦାହରଣ ଦେଇ ସନ୍ତୃପ୍ତ କହିଛନ୍ତି, ଗୋଟିଏ ଲାଇଟ ବଲ ପାଇଁ ସେ ୩୬ ଥର ବିଫଳ ହୋଇଥିଲେ। ଏକ୍ସପେରିମେଣ୍ଟ୍‌ରେ ମାନବ ଯାତିର ବିକାଶ ହୋଇଥାଏ ବୋଲି ସନ୍ତୃପ୍ତ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking