33.1 C
Bhubaneswar
Friday, May 3, 2024
HomeUncategorizedବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟଙ୍କ ୭୭ ତମ ଜନ୍ମ ଦିବସ...

ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟଙ୍କ ୭୭ ତମ ଜନ୍ମ ଦିବସ ପାଳିତ

ଭୁବନେଶ୍ୱର – ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟଙ୍କର ୭୭ ତମ ଜନ୍ମ ଦିବସ ତାଙ୍କ ଭୁବନେଶ୍ୱର ବାସଭବନ ଠାରେ ପାଳିତ ହୋଇଯାଇଛି ।
ଏହି ଉପଲକ୍ଷେ ଆୟୋଜିତ ଏକ ରକ୍ତଦାନ ଶିବିରକୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଉଦ୍‌ଘାଟନ କରିବା ସହ ଶ୍ରୀ ରାଉତରାୟଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇବା ସହ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ପରେ ମାଉସୀମା ମନ୍ଦିର ପରିସରରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ବୃକ୍ଷରୋପଣ କରିଥିଲେ । ଶ୍ରୀ ରାଉତରାୟଙ୍କ ଜନ୍ମଦିନ ଅବସରରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମକୁ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା ଉଦ୍‌ଘାଟନ କରିଥିଲେ । ଏହି ଉପଲକ୍ଷେ ସକାଳେ ଲିଙ୍ଗରାଜ ମନ୍ଦିର, ରାମେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ସହ ଦୀପଦାନ କରାଯାଇଥିଲା । ପୂର୍ବାହ୍ନରେ ଜଟଣୀ ରେଳବାଇ ହସ୍‌ପିଟାଲ ସମେତ ଜଟଣୀ ହସ୍‌ପିଟାଲ ଏବଂ ପୁରୁଣା ଭୁବନେଶ୍ୱରସ୍ଥିତ ମ୍ୟୁନିସିପାଲିଟି ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଂଟନ କରାଯାଇଥିଲା । ଏହି ଅବସରରେ ଗରିବ, ଅବହେଳିତ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଦଳମତ ନିର୍ବିଶେଷରେ ସମସ୍ତ ଯୁବ ଛାତ୍ର ମହିଳା ଏବଂ ଶୁଭେଚ୍ଛୁମାନେ ଯୋଗଦେଇ ସଫଳ କରିଥିଲେ ।
ଅପରାହ୍ନରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଶ୍ରୀ ରାଉତରାୟ ଜନ୍ମଦିନର କେକ୍ କାଟିବା ପରେ ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ପରେ କଂଗ୍ରେସ ଭବନ ପରିସରରେ ଶ୍ରୀ ରାଉତରାୟ ବୃକ୍ଷରୋପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ କୋଭିଡ୍ – ୧୯ ର ନିୟମାବଳୀ ଅନୁସାରେ କରାଯାଇଥିଲା ଏବଂ ସୁର ରାଉତରାୟ ଜୟନ୍ତୀ କମିଟିର ସଦସ୍ୟମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking