19.1 C
Bhubaneswar
Friday, November 22, 2024
Homeଓଡିଶାମହାତ୍ମା ଗାନ୍ଧୀଙ୍କ ଜୀବନି

ମହାତ୍ମା ଗାନ୍ଧୀଙ୍କ ଜୀବନି

ଭୁବନେଶ୍ୱର: ମୋହନ ଦାସ କରମ ଚାନ୍ଦ ଗାନ୍ଧୀ । ଯାହାକୁ ସମସ୍ତେ ଶ୍ରଦ୍ଧାରେ ବାପୁଜୀ ବା ଗାନ୍ଧିଜୀ ବୋଲି ସମ୍ବୋଧନ କରନ୍ତି । ଭାରତକୁ ଇଂରେଜମାନଙ୍କ କବଳକୁ ସ୍ୱାଧୀନ କରାଇବା ପାଇଁ ନିଜ ପରିବାରକୁ ଛାଡି ଜେଲରେ ରହିଥିଲେ ଗାନ୍ଧୀ । ଏବଂ ଭାରତୀୟମାନଙ୍କ ପାଇଁ ଜୀବନ ମଧ୍ୟ ଦେଇ ଦେଲେ । ଏ ହେଉଛନ୍ତି ଜଣେ ରାଷ୍ଟ୍ରବାଦ ମଣିଷ । ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଗୁଜୁରାଟର ପୋରବନ୍ଦରରେ ଏକ ବଣିକ ପରିବାରରେ ଜନ୍ମଗ୍ରହଣ କରିଥିଲେ ମହାତ୍ମା ଗାନ୍ଧୀ । ତାଙ୍କ ବାପାଙ୍କ ନାମ ଥିଲା କରମଚାନ୍ଦ ଉତ୍ତମଚାନ୍ଦ ଗାନ୍ଧୀ । ସେ ପୋରବନ୍ଦରର ମୁଖ୍ୟମନ୍ତ୍ରୀ ଥିଲେ । ଗାନ୍ଧୀଜିଙ୍କ ମା’ଙ୍କ ନାମ ଥିଲା ପୁତୁଳିବାଇ । ସେ ଜମେ ଧର୍ମପରାୟଣ ମହିଳା ଥିଲେ । ଗାନ୍ଧିଜି ତାଙ୍କ ମାଆଙ୍କ ଧାର୍ମିକ ଭାବନା ଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ୯ବର୍ଷ ବୟସରେ ରାଜକୋଟର ଏକ ସ୍ଥାନୀୟ ସ୍କୁଲରେ ନାମ ଲେଖାଇଥିଲେ । ୧୧ ବର୍ଷ ବୟସରେ ସେ ରାଜକୋଟ ହାଇସ୍କୁଲରେ ନା ଲେଖାଇଥିଲେ । ତେବେ ଲାଜକୁଳା ସ୍ୱଭାବର ଥିଲେ ଗାନ୍ଧି । ଖେଳକୁଦରେ ଆଗ୍ରହ ରଖୁନଥିଲେ ଗାନ୍ଧି । ୧୮୮୩ରେ ତାଙ୍କର ବିବାହ ହୋଇଥିଲା କସ୍ତୁରିବାଇ ମାଖାଞ୍ଜି କପାଡିଆଙ୍କ ସହ ହୋଇଥିଲା । ଯାହାକୁ ସେ ସ୍ନେହରେ କସ୍ତୁରବା ଡାକନ୍ତି । ୧୮୮୫ ମସିହାରେ ଗାନ୍ଧିଜୀଙ୍କର ପ୍ରଥମ ସନ୍ତାନ ଜାତ ହୋଇଥିଲା । କିନ୍ତୁ ଅଳ୍ପଦିନ ପରେ ତାର ମୃତ୍ୟୁ ହୋଇଥିଲା । ପରେ ଗାନ୍ଧିଜୀଙ୍କର ୪ଟି ପୁତ୍ର ସନ୍ତାନ ଜାତ ହୋଇଥିଲେ । ଯାହାର ନାମ ଥିଲା ହରିଲାଲ, ମନିଲାଲ, ରାମଦାସ ଓ ଦେବଦାସ । ୧୮୮୭ରେ ୧୮ ବର୍ଷ ବୟସରେ ଆହମ୍ମଦାବାଦ ହାଇସ୍କୁଲରୁ ଗ୍ରାଜୁଏସନ ହାସଲ କରିଥିଲେ । ୧୮୮୮ରେ ଭାବନଗର ର ଏକମାତ୍ର ଡିଗ୍ରୀ କଲେଜ ସାମଲଦାସ କଲେଜରେ ନାମ ଲେଖାଇଥିଲେ । କିନ୍ତୁ ସେ ପାଠପଢା ଅଧାରୁ ଛାଡି ପୋର୍‌ବନ୍ଦରରେ ଥିବା ତାଙ୍କ ପରିବାରକୁ ଫେରିଆସିଥିଲେ । ୧୮୮୮ରେ ସେ ଓକିଲାତି ପଢିବା ପାଇଁ ଇଂଲଣ୍ଡ ଯାତ୍ରା କରିଥିଲେ । ଏବଂ ଏଥିରେ ତାଙ୍କ ବଡଭାଇ ଲକ୍ଷମୀ ଦାସ ତାଙ୍କୁ ସମର୍ଥନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking