37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗକେଉଁଠି କଳା, ଗୋରା ଭେଦଭାବର ଶିକାର ହୋଇଥିଲେ ଗାନ୍ଧିଜୀ

କେଉଁଠି କଳା, ଗୋରା ଭେଦଭାବର ଶିକାର ହୋଇଥିଲେ ଗାନ୍ଧିଜୀ

ଭୁବନେଶ୍ୱର : ବାରିଷ୍ଟର ହେବା ଲକ୍ଷ୍ୟରେ ଲଣ୍ଡନର ଇନର ଟେମ୍ପଲରେ ଗାନ୍ଧିଜୀ ଓକିଲାତି ଓ ବିଧି ଶାସ୍ତ୍ରରେ ନାମ ଲେଖାଇଥିଲେ । ଲଣ୍ଡନରେ କିଛି ପାଶ୍ଚାତ୍ୟ କଷ୍ଟୁମ ଟକିଙ୍ଗ ଓ ଡ୍ୟାନସିଂକୁ ଆପଣାଇଥିଲେ । କିନ୍ତୁ ଶାକାହାରୀ ଖାଦ୍ୟ ଖାଇବା ଛାଡିନଥିଲେ । କାରଣ ସେ ଇଂଲଣ୍ଡ ଯିବା ପୂର୍ବରୁ ତାଙ୍କ ମାଙ୍କ ପାଖରେ ଶପଥ ନେଇଥିଲେ ଯେ, ସେ ଆମିଷ ଓ ଆଲକହଲ ପ୍ରତି ଆକର୍ଷିତ ହେବେ ନାହିଁ । ଜୁନ ୧୮୯୧ ରେ ୨୨ ବର୍ଷ ବୟସରେ ସେ ପ୍ରଥମେ ଓକିଲାତି ପାଇଁ ଡାକରା ପାଇଥିଲେ । ତା ପରେ ସେ ଫେରିଆସିଥିଲେ ଭାରତକୁ । ଭାରତ ଫେରିବା ପରେ ବମ୍ବେରେ ଗାନ୍ଧିଜୀ ଓକିଲାତି କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ଏଥିରେ ସେ ସଫଳ ହୋଇନଥିଲେ । ତା ପରେ ସେ ରାଜକୋଟ ଫେରିଆସି ଲୋକଙ୍କ ମକଦ୍ଦମା ପାଇଁ ଅର୍ଜି ଲେଖୁଥିଲେ । ଏପ୍ରିଲ ମାସ ୧୮୯୩ ମସିହାରେ ୨୩ ବର୍ଷ ବୟସରେ ସେ ଦକ୍ଷିଣ ଆଫ୍ରିକାରେ ରହୁଥିବା ଜଣେ ଭାରତୀୟ ବଂଶଦ୍ଦଭଙ୍କ ଓକିଲାତି ପାଇଁ ଦକ୍ଷିଣ ଆଫ୍ରିକା ଯାତ୍ରା କରିଥିଲେ । ସେଠି ତାଙ୍କର କାର୍ଯ୍ୟ ୧୮୯୪ରେ ସରିଯାଇଥିଲା । ଦକ୍ଷିଣ ଆଫ୍ରିକାରେ ପହଂଚିବା ପରେ ଗାନ୍ଧିଜୀ କଳା, ଗୋରା ଭେଦଭାବର ଶିକାର ହୋଇଥିଲେ । ତାଙ୍କୁ ୟୁରୋପିଆନ ଲୋକଙ୍କ ସହ ବସି ଟ୍ରେନରେ ଯାତ୍ରା କରିବାକୁ ଦିଆଯାଇନଥିଲା । ଏବଂ ଡ୍ରାଇଭର ବସିଥିବା ବଗିର ତଳେ ବସିବାକୁ ଦିଆଯାଇଥିଲା । ଥରେ ଗାନ୍ଧିଜୀ ୟୁରୋପିଆନ ଘର ସମ୍ମୁଖ ଦେଇ ଯାଉଥିବାରୁ ତାଙ୍କୁ ଠେଲି ନାଳ ଭିତରକୁ ପକାଇ ଦିଆଯାଇଥିଲା । ଏମିତିକି ଥରେ ଟ୍ରେନରେ ଫାଷ୍ଟକ୍ଲାସ ବଗିରୁ ଠେଲି ଦିଆଯାଇଥିଲା । ସେତେବେଳେ ଭାରତୀୟମାନଙ୍କୁ ଫୁଟପାତ ଉପରେ ଚାଲିବାକୁ ଦିଆଯାଉନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking