ସିଭିଲ ସୋସାଇଟି ର ସଟ୍‌ଡାଉନ୍‌ ଡାକରା

ବଲାଙ୍ଗିର: ବଲାଙ୍ଗିରରେ ବିଗତ କିଛି ସପ୍ତାହ ହେବ କରୋନା ପରିସ୍ଥିତି ଭୟଙ୍କର ରୁପ ନେଉଛି । ବିଶେଶତଃ ସହରାଞ୍ଚଳରେ ଦିନକୁ ଦିନ ନୁତନ ମୁଣ୍ଡ ଗଡିବାର ଖବର ସାରା ସହରକୁ ଭୟଭିତ କରୁଛି । ଏଭଳି ସମୟରେ କରୋନା ସଂକ୍ରମଣର ଅନୁପାତ ରେ ସହର ସ୍ୱାସ୍ଥ୍ୟ ବ୍ୟବସ୍ଥା ଆହୁରି ଆହୁରି ଦୁର୍ବଳ ହେଉଥିବା ବେଳେ ବଲାଙ୍ଗିର ଜନତା ସରକାର ତଥା ପ୍ରଶାସନ ଉପରେ ଭରଷା ତୁଟେଇ ଦେଇଥିବା ଶୁଣିବାକୁ ମିଳିଛି । ତେବେ ସିଭିଲ୍‌ ସୋସାଇଟି ଦୁଇ ଦିନ ତଳେ ଏକ ସର୍ବଦଳିୟ ସଭାର ଆୟୋଜନ କରି ସର୍ବସମ୍ମତି କ୍ରମେ କରୋନା ନିୟନ୍ତ୍ରଣର ଦାଇତ୍ୱ ନିଜ ହାତକୁ ନେବା ସହ ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବା ପାଇଁ ୭ଦିନ ପାଇଁ ବଲାଙ୍ଗିର ସଟ୍‌ ଡାଉନ୍‌ ର ଡାକରା ଦେଇଛି । ଏହି ଡାକରା କ୍ରମେ ଆଜି ବଲାଙ୍ଗିର ରେ ଦୋକାନ ବଜାର ବନ୍ଦ ରହିଥିବା ସ୍ଥଳେ ସଂକ୍ରମଣ ଭୟରେ ସଟ୍‌ ଡାଉନ ଡାକରାକୁ ଅନେକାଂଶରେ ସମର୍ଥନ ମିଳୁଥିବା ଦେଖାଯାଇଛି । ୬ ମାସର ସଟ୍‌ଡାଉନ୍‌ ଓ ଲକଡାଉନ୍‌ରେ ନିଜର ଆର୍ଥିକ ପରିଶ୍ଥିତି ଭୁଷୁଡି ପଡିଥିବା ସତ୍ୱେ ଗରିବ ଜନସାଧାରଣ ପୁଣି ଥରେ ସଟ୍‌ଡାଉନ୍‌ ଡାକରାକୁ ଆଦରିବାକୁ ବାଧ୍ୟ ହେଉଛନ୍ତି ବୋଲେ ଲୋକେ କହୁଛନ୍ତି ।

ତେବେ, ଅନଲକ୍‌ ୪ ସମୟରେ ବେଆଇନ ସଟ୍‌ଡାଉନ୍‌ ଡାକରାକୁ ବଲାଙ୍ଗିର ଜିଲ୍ଲାପାଳ ଏହି ବନ୍ଦକୁ ଭିତରୁ ସମସ୍ତ ସହେଯାଗ ଯୋଗାଇ ଦେବା ପ୍ରତିଶୃତି ଦେବା ଏକ ଭିଡିଓ ସର୍ବ ସାଧାରଣ ହେବା ପରେ, ବୁଦ୍ଧିଜିବୀ ମହଲରେ ସଟ୍‌ଡାଉନ୍‌ କୁ ନେଇ ଚର୍ଚ୍ଚା ଜୋର ଧରିଛି ।

.ଯଦି ସହର ପାଇଁ ସଟ୍‌ଡାଉନ୍‌ ଜରୁରି ଥିଲା ତେବେ ଜିଲ୍ଲାପାଳ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ଏସଂପର୍କରେ ଅବଗତ କରିଛନ୍ତି କି?
.କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ସଟଡାଉନ୍‌ ସତ୍ୱେ ଦେଶରେ କରୋନା ସଂକ୍ରମଣ ବଢିଥୀବା ବେଳେ ଏହି ସଟଡାଉନ୍‌ ବଲାଙ୍ଗିରରେ କରୋନା କୁ କିପରି ନିୟନ୍ତ୍ରଣ କରିବ ?
.ଏହି ସଟ୍‌ଡାଉନ୍‌ କଣ କରୋନା ନିୟନ୍ତ୍ରଣ ର ବିଫଳତା ଓ ଆବଶ୍ୟକ ସ୍ଥାସ୍ଥ୍ୟ ଉପକରଣ ତଥା ଆନୁସଙ୍ଗିକ ବ୍ୟବସ୍ଥା କୁ ଚାପି ଦେବା ପାଇଁ ପ୍ରଶାସନର ଏକ ଉଦ୍ୟମ ବୋଲି ବୁଦ୍ଧିଜୀବି ପ୍ରଶ୍ନ କରୁଛନ୍ତି ।

ଯଦି ସଟ୍‌ଡାଉନ୍‌ ନିହାତି ଜରୁରି ଥିଲା ତେବେ, ଜିଲ୍ଲାପାଳ ନିଜସ୍ୱ ସ୍ୱତନ୍ତ୍ର କ୍ଷମତା ପ୍ରୟୋଗ କରି ସଂକ୍ରମଣକୁ ରୋକିବା ପାଇଁ ୧୪୪ଧାରା କିମ୍ବା କର୍ଫ୍ୟୁ ଭଳି ବିକଲ୍ପ ବ୍ୟବସ୍ଥା ମଧ୍ୟ ପ୍ରୟୋଗ କରି ପାରିଥାନ୍ତେ ବୋଲି ଆଇନଜିବି ପ୍ରମୋଦ ମିଶ୍ର ମତ ପ୍ରକାଶ କରିଛନ୍ତି ।

ବଲାଙ୍ଗିର ରେ କାରୋନା ପରିସ୍ଥିତିର ପ୍ରକୃତ ମୁକାବିଲା ପାଇଁ ଜିଲ୍ଲାରେ ସ୍ୱାସ୍ଥ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ସହ ଅକ୍ସିଜେନ ସିଲିଣ୍ଡର ଓ ପରିକ୍ଷା ସଂଖ୍ୟା ବଢାଇବାକୁ ହେବ ବୋଲି ବଲାଙ୍ଗିର ମତ ପ୍ରକାଶ ପାଇଛି ।

ଅନ୍ୟପଟେ ଅନଲକ ୪ ସମୟରେ ଏହି ବେଆଇନ ବନ୍ଦକୁ ବିଜଡି ି ଦଳ ତରଫରୁ ବିରୋଧ କରାଯାଇ

ତେବେ, ଗରିବ ସାଧାରଣ କରୋନା ରୁ ମୁକ୍ତି ପାଇବା ପାଇଁ ବିନା ସର୍ତରେ ସରକାରଙ୍କ ସମସ୍ତ ନିୟମ ମାନି ଆସୁଥିବା ବେଳେ ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପ ଉଭୟ ସରକାର ଓ ଜନତାଙ୍କ ବିଶ୍ୱାସ ଭଙ୍ଗ କରି ନାହିଁ କି ବୋଲି ସାଧାରଣରେ ପ୍ରଶ୍ନବାଚି ଶୃଷ୍ଟି କରିଛି । ସେ ଯାହା ବି ହେଉ ସଭିଲ ସୋସାଇଟି ର ଏହି ସଟଡାଇନ ଡାକରା କେବଳ ସଟଡାଉନ୍‌ ରେ ସିମିତ ନ ରହି ଏହି ସମୟରେ ବଲାଙ୍ଗିର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ କରିବା ସହ ପ୍ରଶାସନ ଘରକୁ ଘର ପରୀକ୍ଷା କରି,ସାରା ସହରକୁ ସେନିଟାଇଜ କରି ପାରିଲେ ସହରବାସୀ ଏହି ସଟଡାଉନ୍‌ ର ପ୍ରକୃତ ଫାଇଦା ପାଇ ପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

LEAVE A REPLY

Please enter your comment!
Please enter your name here