23.1 C
Bhubaneswar
Friday, January 10, 2025
Homeଦେଶ ବିଦେଶବିଲ୍‌କିସ୍ ବାନୋ ଗଣବଳାତ୍କାର ମାମଲା; ସ୍ୱତନ୍ତ୍ର ପୀଠରେ ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କ ସମ୍ମତି

ବିଲ୍‌କିସ୍ ବାନୋ ଗଣବଳାତ୍କାର ମାମଲା; ସ୍ୱତନ୍ତ୍ର ପୀଠରେ ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କ ସମ୍ମତି

ନୂଆଦିଲ୍ଲୀ : ବିଲକିସ୍ ବାନୋ ଗଣବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡାଦେଶ ପାଇଥିବା ୧୧ ଜଣ ଦୋଷୀଙ୍କୁ ଗୁଜରାଟ ସରକାର ଗତବର୍ଷ ଅଗଷ୍ଟରେ ଖଲାସ କରିଦେଇଛନ୍ତି । ଏହାର ପ୍ରତିବାଦରେ ପୀଡିତା ବିଲ୍‌କିସ୍ ବାନୋଙ୍କ ତରଫରୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରାଯାଇଥିଲା । ବୁଧବାର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ପୀଠରେ ଏହାର ପ୍ରାରମ୍ଭିକ ଶୁଣାଣି ହୋଇଛି । ତେବେ ଖୁବଶୀଘ୍ର ଏକ ସ୍ୱତନ୍ତ୍ର ପୀଠରେ ଏହାର ଶୁଣାଣି କରାଯିବ ବୋଲି ଜଷ୍ଟିସ ଚନ୍ଦ୍ରଚୂଡ ବିଲ୍‌କିସ୍‌ଙ୍କ ଓକିଲ ଶୋଭା ଗୁପ୍ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ପିଟିସନ୍‌ର ଶୀଘ୍ର ଶୁଣାଣି କରିବାକୁ ବିଲ୍‌କିସ୍‌ଙ୍କ ଓକିଲ ସୁପ୍ରିମକୋର୍ଟ ପୀଠକୁ ଅନୁରୋଧ କରିଥିଲେ । ପୂର୍ବରୁ ଜାନୁଆରୀ ୨୪ରେ ଏହି ମାମଲାର ଶୁଣାଣି ଧାର୍ଯ୍ୟ କରାଯାଇଥିଲା । ତେବେ ଏହି ଶୁଣାଣି ପାଇଁ ଉଦ୍ଦିଷ୍ଟ ବିଚାରପତି ଉକ୍ତଦିନ ସାମ୍ବିଧାନିକ ପୀଠରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣିରେ ବ୍ୟସ୍ତ ଥିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ଗୁଜରାଟ ସରକାରଙ୍କ ନିଷ୍ପତ୍ତି ପ୍ରତିବାଦରେ ଦାଏର ଏହି ପିଟିସନ ବ୍ୟତୀତ ବିଲ୍‌କିସ୍ ଆଉ ଏକ ପିଟିସନ ମଧ୍ୟ ଦାଏର କରିଛନ୍ତି । ସୁପ୍ରିମକୋର୍ଟଙ୍କ ୨୦୨୨ ମେ’ ୧୩ ରାୟକୁ ଆଧାର କରି ଗୁଜରାଟ ସରକାର ୧୧ ଦୋଷୀଙ୍କୁ ଖଲାସ କରିଥିବାରୁ ସେହି ରାୟର ସମୀକ୍ଷା ପାଇଁ ମଧ୍ୟ ବିଲ୍‌କିସ୍ ରିଭ୍ୟୁ ପିଟିସନ ଦାଏର କରିଥିବା ଜଣାପଡିଛି ।

ସୂଚନାେଯୋଗ୍ୟ ୨୦୦୨ ଗୋଧ୍ରା ଟ୍ରେନ୍ ପୋଡି ଘଟଣାପରେ ଦଙ୍ଗା ଆଶଙ୍କାରେ ୧୭ ଜଣ ସମ୍ପର୍କୀୟଙ୍କ ସହ ୫ ମାସର ଗର୍ଭବତୀ ବିଲ୍‌କିସ୍ ନିକଟସ୍ଥ ଧାନବିଲରେ ଆତ୍ମଗୋପନ କରିଥିଲେ । ତେବେ ମାର୍ଚ୍ଚ ୩ରେ ଅଭିଯୁକ୍ତମାନେ ସେମାନଙ୍କୁ ଠାବ କରିବାରେ ସଫଳ ହୋଇଥିଲେ । ସେମାନେ ବିଲ୍‌କିସ୍‌, ତାଙ୍କ ମାଆ ଓ ଅନ୍ୟ ତିନିଜଣ ମହିଳାଙ୍କୁ ବଳାତ୍କାର କରିଥିଲେ । ୮ ଜଣଙ୍କୁ ଘଟଣାସ୍ଥଳରେ ହତ୍ୟା କରାଯାଇଥିବାବେଳେ ୬ ଜଣଙ୍କର ପତ୍ତା ମିଳିନଥିଲା । କେବଳ ବିଲ୍‌କିସ, ତାଙ୍କର ୩ ବର୍ଷର କନ୍ୟା ଏବଂ ଜଣେ ପୁରୁଷ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ । ୨୦୦୮ ଜାନୁଆରୀ ୨୧ରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ମାମଲାରେ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଥିୋଲ । ମୁମ୍ବାଇ ହାଇକୋର୍ଟ ୨୦୧୭ ମେ’ରେ ଏହି ଦଣ୍ଡାଦେଶକୁ କାଏମ ରଖିଥିଲେ । ତେବେ ୨୦୨୨ ମେ’ ୧୩ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଆଧାର କରି ଗୁଜରାଟ ସରକାର ଅଗଷ୍ଟ ୧୫ରେ ସମସ୍ତ ୧୧ ଦୋଷୀଙ୍କୁ ଖଲାସ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking