36.1 C
Bhubaneswar
Wednesday, April 29, 2026
Homeଓଡିଶାଡମ୍ପର ଧକ୍କାରେ ବାଇକ୍ ଆରୋହୀ ମୃତ

ଡମ୍ପର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ : ଅତାବିରା ସହର ମଧ୍ୟ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏକ ଲୁହା ବୋଝେଇ ଡମ୍ପର ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଗୋଡ଼ଭଗା ନିକଟସ୍ଥ ବେଲମୁଣ୍ଡାପଡ଼ାର କୁଳମଣି ସୁନା (୩୫) ବୋଲି ଜଣାପଡିଛି। ସୂଚନା ଅନୁସାରେ ମଙ୍ଗଳବାର ବିଳମ୍ବିତ ରାତିରେ କୁଳମଣି ବାଇକ୍ ନେଇ ବରଗଡ଼ ଅଭିମୁଖେ ଯାଉଥିବା ବେଳେ ଅତାବିରା ସିନେମା ହଲ୍ ସମ୍ମୁଖରେ ଏକ ଲୁହା ବୋଝେଇ ଡମ୍ପର ତାଙ୍କୁ ପଛପଟୁ ପ୍ରଚଣ୍ଡ ଧକ୍କା ଦେଇଥିଲା।ଫଳରେ ସେ ବାଇକ ରୁ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ପରେ ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ଭିମସାର ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଥିବାବେଳେ ଦୁର୍ଘଟଣା ଘଟାଇଥିବା ଲୁହା ବୋଝେଇ ଡମ୍ପରଟିକୁ ଜବତ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking