28.1 C
Bhubaneswar
Tuesday, May 5, 2026
Homeଓଡିଶାବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନରେ ଏକଦିନିଆ କର୍ମଶାଳା ଆୟୋଜନ

ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନରେ ଏକଦିନିଆ କର୍ମଶାଳା ଆୟୋଜନ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ, ଇସ୍ପାତ ମନ୍ତ୍ରଳlୟ, ଭାରତ ସରକାର ଝାରସୁଗୁଡାସ୍ଥିତ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ୍ ଲିମିଟେଡ୍ (ରଶ୍ମି ଗ୍ରୁପ୍) ଠାରେ ଏକ ଦିବସୀୟ ଜ୍ଞାନ ଆଦାନପ୍ରଦାନ କର୍ମଶାଳା ଆୟୋଜନ କରିଛନ୍ତି। ଶ୍ରୀ ଆଲୋକ ଅବସ୍ଥି, ସହଯୋଗୀ ଉପାଧ୍ୟକ୍ଷ – ବାଣିଜ୍ୟିକ, ଏବଂ ଶ୍ରୀ ରଞ୍ଜିତ କୁମାର ବିଶ୍ୱାଲ, ଓଏମପିଏଲ, ଝାରସୁଗୁଡାର ମହାପ୍ରବନ୍ଧକ (ଏଚ୍ଆର, ଆଇଆର, ଏବଂ ଆଡମିନ୍) ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ଦ୍ୱାରା ପରିଚାଳିତ ଜ୍ଞାନ ଆଦାନପ୍ରଦାନ କର୍ମଶାଳାକୁ ଉଦ୍ଘାଟନ କରିଥିଲେ। ବିପିଏନଏସଆଇ ପକ୍ଷରୁ ପ୍ରଫେସର ସତ୍ୟପ୍ରିୟ ଶତପଥୀ ଉଦଘାଟନୀ ଭାଷଣ ଦେଇଥିଲେ ଏବଂ ଓଏମପିଏଲ, ଝାରସୁଗୁଡାର କାର୍ଯ୍ୟରତ ବୃତ୍ତିଗତମାନଙ୍କୁ କାର୍ଯ୍ୟକ୍ରମ ସୂଚୀ ଉପସ୍ଥାପନ କରିଥିଲେ। ଆଇଆଇଟି, ଭୁବନେଶ୍ୱରର ଆସୋସାଇଟ ପ୍ରଫେସର ଡକ୍ଟର ରାମା କୃଷ୍ଣ ସାବତା, ଡିଆରଆଇ ଉତ୍ପାଦନ ପ୍ରକ୍ରିୟାର ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଉପରେ ତାଙ୍କର ବକ୍ତୃତା ଶ୍ରେଣୀ ଆରମ୍ଭ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking