ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କୁ ନେଇ ବର୍ଷିଲେ ବିଜୟ ମହାପାତ୍ର । ରାଜ୍ୟ ସରକାର ଓ ଏଏସଆଇକୁ ବିଜୟ ଙ୍କ ସମାଲୋଚନା । ରାଜ୍ୟ ସରକାର ବେଆଇନ କାମ କରିଥିବା କହିଲେ ବିଜୟ ମହାପାତ୍ର । ଏଏସଆଇ ତଦାରଖ ନ କରିବା ଆହୁରି ଏକ ବଡ ଭୁଲ ବୋଲି କହିଛନ୍ତି । ବେଆଇନ କାମ ବେଳେ ଏଏସଆଇ କାହିଁକି ପ୍ରତିରୋଧ କଲା ନାହିଁ । ଯଦି ବେଆଇନ କାମ ହେଉଥିଲା କାହିଁକି ଏଫଆଇଆର କଲାନାହିଁ ଏଏସଆଇ ?କେଉଁ ଅଧିକାରୀଙ୍କ ଦ୍ୱାରା ବାରମ୍ବାର ଡିଜାଇନିଂ ବଦଳୁଥିଲା । ସରକାରଙ୍କ ଅହଙ୍କାର ଓ ଏଏସଆଇର ଅବହେଳା କୁ ନେଇ ଲଢେଇ ଚାଲିଛି । ଅହଙ୍କାର ଏବଂ ଅବହେଳାର ଲଢେଇ ରେ କ୍ଷତି ସହୁଛନ୍ତି ଜଗନ୍ନାଥ ପ୍ରେମୀ ।