38.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗମନ୍ତ୍ରୀ ପଦରେ ୩ ଦିନ ରହିବା ପରେ ଇସ୍ତଫା

ମନ୍ତ୍ରୀ ପଦରେ ୩ ଦିନ ରହିବା ପରେ ଇସ୍ତଫା

ନୂଆଦିଲ୍ଲୀ: ମନ୍ତ୍ରୀ ପଦରେ ୩ ଦିନ ରହିବା ପରେ ଇସ୍ତଫା ଦେଲେ ବିହାର ମନ୍ତ୍ରୀ । ବିହାରର ନବନିଯୁକ୍ତ ଶିକ୍ଷାମନ୍ତ୍ରୀ ମେୱାଲାଲ ଚୌଧୁରୀ ଆଜି ଇସ୍ତଫା ଦେଇଛନ୍ତି । ତେବେ ମେୱାଲାଲଙ୍କ ନାଁରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଥିଲା । ମନ୍ତ୍ରୀ କରାଯିବା ପରେ ବିଭିନ୍ନ ମହଲରୁ ସମାଲୋଚନା ହୋଇଥିଲା । ଗତ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଜେଡିୟୁ ବିଧାୟକ ମେୱାଲାଲ ଚୌଧୁରୀ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତାଙ୍କୁ ଶିକ୍ଷାମନ୍ତ୍ରୀ ପଦ ମିଳିଥିଲା । ରାଷ୍ଟ୍ରୀୟ ଜନତା ଦଳ ଗତ ଦୁଇ ଦିନ ଧରି ମେୱାଲାଲଙ୍କ ବିରୋଧରେ ଦୁର୍ନୀତି ନେଇ ଏହାର ତଦନ୍ତ ଦାବି କରୁଥିଲେ । ଦୁର୍ନୀତି ମାମଲାରେ ଫସିଥିବା ଜଣେ ବ୍ୟକ୍ତିଙ୍କୁ କେମିତି ଏନଡିଏ ମନ୍ତ୍ରୀ କଲା, ତା’କୁ ନେଇ ଚାରିଆଡ଼ୁ ପ୍ରଶ୍ନ ଉଠିଥିଲା। ବିବାଦ ତୀବ୍ର ହେବାରୁ ଆଜି ମେୱାଲାଲ ଚୌଧୁରୀ ଶପଥ ନେବାର ୩ ଦିନ ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ଚୌଧୁରୀ ଭାଗଲପୁର କୃଷି ବିଦ୍ୟାଳୟର କୁଳପତି ଥିବା ବେଳେ ଆସିସଷ୍ଟାଣ୍ଟ ପ୍ରଫେସର ଓ ଜୁନିୟର ବୈଜ୍ଞାନିକଙ୍କ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ତତ୍କାଳୀନ ବିହାର ରାଜ୍ୟପାଳ ରାମନାଥ କୋବିନ୍ଦଙ୍କ ଅନୁମୋଦନ କ୍ରମେ ଶ୍ରୀ ଚୌଧୁରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଥିଲା।  ମନ୍ତ୍ରୀ କରାଯିବା ପରେ ବିଭିନ୍ନ ମହଲରୁ ସମାଲୋଚନା ଆରମ୍ଭ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking