27.1 C
Bhubaneswar
Wednesday, June 26, 2024
Homeବଲିଉଡହସ୍ପିଟାଲରେ ଭର୍ତ୍ତି ହେଲେ ବିଗ ବସ ୧୭ ବିଜେତା ମୁନାୱାର ଫାରୁକି

ହସ୍ପିଟାଲରେ ଭର୍ତ୍ତି ହେଲେ ବିଗ ବସ ୧୭ ବିଜେତା ମୁନାୱାର ଫାରୁକି

ମୁମ୍ବାଇ : ହସ୍ପିଟାଲରେ ଭର୍ତ୍ତି ହେଲେ ବିଗ ବସ ୧୭ ବିଜେତା ତଥା ଷ୍ଟାଣ୍ଡଅପ୍ ହାସ୍ୟ ଅଭିନେତା ମୁନାୱାର ଫାରୁକି । ଅସୁସ୍ଥତା କାରଣରୁ ମେ ୨୪ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୁନାୱରଙ୍କ ଘନିଷ୍ଠ ବନ୍ଧୁ ନିତିନ ମେଙ୍ଗାନି ସୋସିଆଲ ମିଡିଆରେ ହସ୍ପିଟାଲରୁ ତାଙ୍କର ଏକ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି । ଫଟୋରେ ଷ୍ଟାଣ୍ଡଅପ୍ ହାସ୍ୟ ଅଭିନେତା ଡାକ୍ତରଖାନା ଶଯ୍ୟାରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାର ନଜର ଆସିଛନ୍ତି । ମୁନାୱରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜାଣିବା ପରେ ଫ୍ୟାନ୍ସ ଚିନ୍ତିତ ହେବା ସହ ତାଙ୍କର ଶୀଘ୍ର ସୁସ୍ଥତା କାମନା କରିଛନ୍ତି । ଇନଷ୍ଟାଗ୍ରାମରେ ନିତିନ ମେଙ୍ଗାନୀଙ୍କ ଦ୍ୱାରା ସେୟାର କରାଯାଇଥିବା ଫଟୋରେ ମୁନାୱାର ଫାରୁକିଙ୍କ ହାତରେ ଆଇବି ଡ୍ରିପ ଲଗାଯାଇଥିବା ଦେଖିବାକୁ ମିଳିଛି । ଫଟୋ ସେୟାର କରି ସେ ଲେଖିଛନ୍ତି, ”ମୋର ଭାଇର ଶୀଘ୍ର ଆରୋଗ୍ୟ ପାଇଁ ମୁଁ କାମନା କରୁଛି ।” ତାଙ୍କ ଅସୁସ୍ଥତାର କାରଣ ଜଣାପଡିନଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତିତ ହୋଇପଡିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking