ମୁମ୍ବାଇ : ଟିଭିର ସବୁଠୁ ଚର୍ଚ୍ଚିତ ଶୋ ‘ବିଗ୍ ବସ୍ ସିଜନ୍ ୧୬’ ଅକ୍ଟୋବର ୧ ରୁ ଆରମ୍ଭ ହେବାକୁ ଯାଉଛି। ବିଗ୍ ବସ୍ ର ଏହି ସିଜିନ୍ର ଗ୍ରାଣ୍ଡ୍ ପ୍ରିମିୟର୍ ଦୁଇଟି ଭାଗରେ ପ୍ରସାରିତ ହେବ। ବିଗ୍ ବସ୍ ୧୬ ର ଅନେକ ପ୍ରମୋ ରିଲିଜ୍ ହୋଇସାରିଛି। ବିଗ୍ ବସ୍ ର ଏହି ନୂଆ ସିଜିନକୁ ନେଇ ସୋସିଆଲ୍ ମିଡିଆରେ ଅନେକ ଗୁଜବ ହେଉଛି। ଦର୍ଶକଙ୍କ ମଧ୍ୟରେ ଶୋ’କୁ ନେଇ ବହୁତ ଏକ୍ସସାଇଟମେଣ୍ଟ ରହିଛି। କାରଣ ଏଥର ‘ବିଗ୍ ବସ୍ ଖୁଦ୍ ଖେଲେଗା’ ଥିମ୍ ବାରମ୍ବାର ଶୁଭୁଛି। ଏଥି ସହିତ ଶୋ’ର ନିୟମ ମଧ୍ୟ ପରିବର୍ତ୍ତନ କରାଯାଇଛି। ତେବେ ଚାଲନ୍ତୁ ଜାଣିବା ସଲମାନ ଖାନଙ୍କ ଏହି ସୁପରହିଟ୍ ରିଆଲିଟି ଶୋ’କୁ ଆପଣ କେବେ ଓ କେଉଁଠାରେ ଦେଖିପାରିବେ।
ସଲମାନ କ୍ରମାଗତ ଭାବରେ ବିଗ୍ ବସ୍ ହୋଷ୍ଟ କରିଆସୁଛନ୍ତି। ଆଜିଠାରୁ ବିଗ୍ ବସ୍ ସିଜିନ୍ ୧୬ ଆରମ୍ଭ ହେବ। ଦର୍ଶକମାନେ ଏହି ଶୋକୁ କଲର୍ସ ଚ୍ୟାନେଲରେ ରାତି ୯.୩୦ ରେ ଦେଖିପାରିବେ। ଯେଉଁମାନେ ଟିଭିରେ ଏହି ଶୋ’ ଦେଖିପାରିବେ ନାହିଁ ସେମାନେ ଭୁଟ୍ ଆପ୍ ମାଧ୍ୟମରେ ଲାଇଭ୍ ମୋବାଇଲରେ ଦେଖିପାରିବେ। ଫ୍ୟାନ୍ସ ଏହି ଶୋ’କୁ ଯେକୌଣସି ସମୟରେ ଯେଉଁଠି ରହି ବି ଟିଭି ବିନା ଦେଖିପାରିବେ। ଏଥିପାଇଁ ଦର୍ଶକଙ୍କୁ ଭୁଟ୍ ସବସ୍କ୍ରିପସନ୍ ନେବାକୁ ପଡିବ। ଏଠାରେ ଫ୍ୟାନ୍ସ ଦିନକୁ ୨୪ ଘଣ୍ଟା ଲାଇଭ୍ ବିଗ୍-ବସ୍ ଏଞ୍ଜଏ କରିପାରିବେ।
ବିଗ୍ ବସ୍ ସିଜିନ୍ ୧୬ ରେ ଶୋ’ର ଥିମ୍ ଏବଂ ଫର୍ମାଟ୍ ନୂଆ ହେବ। ସଲମାନ ତାଙ୍କର ପ୍ରଥମ ପ୍ରୋମୋରେ କହିଥିଲେ, ଏଥର ବିଗ୍ ବସ୍ ଘରେ, ଗ୍ରାଭିଟିଠାରୁ ନେଇ ଦିନରାତି ପରିବର୍ତ୍ତନ ହୋଇପାରେ। ଏବେ ଦେଖିବାକୁ ବାକି ରହିଲା ଶୋ’ର ପ୍ରତିଯୋଗୀମାନେ ବିଗ୍ ବସ୍ ଘରେ କିପରି ରହିବେ। ଏଥର ବଡ ଟିଭି ତାରକାମାନେ ମଧ୍ୟ ଏହି ଶୋ’ର ଏକ ଅଂଶ ହେବାକୁ ଯାଉଛନ୍ତି।