29.1 C
Bhubaneswar
Thursday, April 25, 2024
Homeଅପରାଧନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଜେଲ ଗଲା ଯୁବକ

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଜେଲ ଗଲା ଯୁବକ

ଭୋଗରାଇ : ଜନୈକା ନାବାଳିକା ସ୍କୁଲ ଛାତ୍ରୀଙ୍କୁ ଟ୍ୟୁସନ ଯିବା ରାସ୍ତାରେ ଅପହରଣ ପରେ ଦୁଷ୍କର୍ମ କରିଥିବା ଯୁବକକୁ ସୁଦୂର ହାଇଦ୍ରାବାଦ ସହରରୁ ଗିରଫ କରିଛି ଭୋଗରାଇ ଥାନା ପୁଲିସ। ଏହାସହିତ ସଂପୃକ୍ତ ନାବାଳିକା ଛାତ୍ରୀକୁ ମଧ୍ୟ ସେଠାରୁ ଉଦ୍ଧାର କରି ଅଦାଲତଙ୍କ ନିର୍ଦ୍ଦେଶରେ ତାଙ୍କ ବାପାଙ୍କ ଜିମା ଦେଇଛି। ଗିରଫ ଯୁବକ ହେଲେ ଭୋଗରାଇ ଥାନା ଅନ୍ତର୍ଗତ ଦେଉଳା (ଅଭୟମହଲ) ଗ୍ରାମର ରାମକୃଷ୍ଣ ରାଉଳଙ୍କ ପୁଅ ପଙ୍କଜ ରାଉଳ (୨୨)। ପ୍ରକାଶ ଯେ, ଦେଉଳା ଅଞ୍ଚଳର ଜନୈକା ୧୫ ବର୍ଷୀୟା ନବମ ଶ୍ରେଣୀ ଛାତ୍ରୀ ଗତ ଅଗଷ୍ଟ ମାସ ୨୯ ତାରିଖ ସୋମବାର ସକାଳେ ପ୍ରତିଦିନ ପରି ସ୍ଥାନୀୟ ଏକ ଟ୍ୟୁସନ ସେଣ୍ଟରକୁ ପାଠ ପଢ଼ିବା ପାଇଁ ଯାଇଥିଲା ବେଳେ ସଂପୃକ୍ତ ଯୁବକ ପଙ୍କଜ ତାଙ୍କ ସହଯୋଗୀ ମାନଙ୍କ ସହାୟତାରେ ତାଙ୍କୁ ଅପହରଣ କରି ନେଇଥିଲେ। ବହୁ ଖୋଜାଖୋଜି ପରେ ଝିଅର କୈାଣସି ସନ୍ଧାନ ନମିଳିବାରୁ ନାବାଳିକା ଛାତ୍ରୀଙ୍କ ବାପା ଝିଅକୁ ଉଦ୍ଧାର କରିବା ପାଇଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏନେଇ ଭୋଗରାଇ ଥାନା କେସ ନଂ ୧୪୧/୨୨ ରେ ପୂଲିସ ଏକ ନାବାଳିକା ଅପହରଣ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ସେମାନେ ହାଇଦ୍ରାବାଦ ସହରରେ ରହୁଥିବା ଜାଣିବାକୁ ପାଇଥିଲେ। ଭୋଗରାଇ ଥାନା ପୁଲିସ ପକ୍ଷରୁ ଏଏସଆଇ ବିଶ୍ବନାଥ କର ଏବଂ ହାବିଲଦାର ନଳିନୀ ପଣ୍ଡା ୨୬ ତାରିଖ ଦିନ ସେଠାରେ ପହଞ୍ଚି ସ୍ଥାନୀୟ ଥାନା ପୁଲିସ ସହଯୋଗରେ ପଙ୍କଜକୁ କାବୁ କରିବା ସହିତ ଅପହୃତା ନାବାଳିକାକୁ ସେଠାରୁ ଉଦ୍ଧାର କରିଥିଲା। ଗୁରୁବାର ସଂପୃକ୍ତ ନାବାଳିକାର ଡାକ୍ତରୀ ପରୀକ୍ଷା ପରେ ଭୋଗରାଇ ଗ୍ରାମ୍ୟ ନ୍ୟାୟାଳୟ ତଥା ଜେଏମଏଫସି କୋର୍ଟରେ ହାଜର କରିଥିଲା। ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶରେ ପୁଲିସ ସଂପୃକ୍ତ ନାବାଳିକାକୁ ତାଙ୍କ ବାପା ମାଆଙ୍କ ଜିମା ଦେଇଥିଲା। ଅନ୍ୟପକ୍ଷରେ ନାବାଳିକା ଛାତ୍ରୀଙ୍କ ବୟାନ ଏବଂ ଡାକ୍ତରୀ ରିପୋର୍ଟକୁ ଭିତ୍ତି କରି ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶରେ ଅପହରଣକାରୀ ଯୁବକ ପଙ୍କଜ ରାଉଳଙ୍କ ବିରୋଧରେ ଅପହରଣ ସହିତ ଦୁଷ୍କର୍ମ ଓ ପକ୍ସୋ ଆଇନ ମୂଳେ ଗିରଫ କରି ଆବଶ୍ୟକୀୟ ଡାକ୍ତରୀ ପରୀକ୍ଷା ପରେ ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ଵର ପକ୍ସୋ ଅଦାଲତରେ ହାଜର କରିଥିଲା। ପରେ ତାଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking