31.1 C
Bhubaneswar
Friday, March 29, 2024
Homeବଜେଟ୍ ବିଶେଷଜ୍ଞଙ୍କ ମତଚଳିତ ବଜେଟ ସେସନ୍‌ରେ ଆସିପାରେ ପିପିଏଫ ନିବେଶକଙ୍କ ପାଇଁ ବଡ଼ ଖବର

ଚଳିତ ବଜେଟ ସେସନ୍‌ରେ ଆସିପାରେ ପିପିଏଫ ନିବେଶକଙ୍କ ପାଇଁ ବଡ଼ ଖବର

ନୂଆଦିଲ୍ଲୀ : ପ୍ରତିବର୍ଷ ଜାନୁଆରୀ ମାସ ସମସ୍ତଙ୍କ ପାଇଁ ନେଇ ଆସେ କିଛି ନୂଆ ଆଶା। ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ କାମ କରୁଥିବା ଲୋକ ଏହି ସମୟରେ ବହୁତ କିଛି ଦିଗ କୁ ଧ୍ୟାନ ରଖିଥାନ୍ତି। ନିଜ କର୍ମକ୍ଷେତ୍ରକୁ ନେଇ ତଥା ଜୀବନଶୈଳୀରେ ଅନେକ ପ୍ରଭାବ ପକାଇଥାଏ ପ୍ରତ୍ୟେକ ବର୍ଷ। କାରଣ ହେଉଛି ବଜେଟ। ପ୍ରତିବର୍ଷ ବଜେଟ ସେସନ୍‌ ରେ ଉଭୟ କର୍ମକ୍ଷେତ୍ର ଓ ତଥା ପରିବାର ଚଳଣିକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଏ। ବଜେଟରେ ସବୁ ଜିନିଷର ଦରଦାମ ସେଟ୍‌ କରାଯାଏ। ଟାକ୍ସ ଠୁ ଆରମ୍ଭ କରି ସବୁ କିଛି ଉପରେ ଥାଏ ନଜର। ଏହାରି ମଧ୍ୟରେ ପିପିଏଫ ଧାରୀଙ୍କ ପାଇଁ ଏକ ବଡ଼ ସୂଚନା ଆସିବାର ଆଶଙ୍କା ରହିଛି। ଧାରା ୮୦ ସି ଅନ୍ତର୍ଗତ ନିବେଶ ସୀମାକୁ ବଢ଼ାଇବାର ଦାବି କରାଯାଇଥିଲା।

ସରକାରୀ ଚାକିରିଆଙ୍କୁ ଏକ ବଡ଼ ଫାଇଦା ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଚାକିରିଆଙ୍କ ଟ୍ୟାକ୍ସ ଫ୍ରି ସୀମା ୫ ଲକ୍ଷକୁ ବୃଦ୍ଧି ନେଇ ହୋଇପାରେ ବଡ଼ ଘୋଷଣା । ଏହାବ୍ୟତୀତ ଆୟକର ଧାରା ୮୦ସି ଅଧିନରେ ନିବେଶ ସୀମା ବୃଦ୍ଧି ନେଇ ମଧ୍ୟ ଦାବି କରାଯାଉଛି । ସାଧାରଣ ଭାବେ ପ୍ରତିବର୍ଷ ଫେବୃଆରୀ ମାସରେ ହେବାକୁ ଥିବା ବଜେଟ ପୂର୍ବରୁ ଜନସାଧାରଣ କିଛି ଆଶା କରି ରହିଥାନ୍ତି ।

ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ)ର ବାର୍ଷିକ ଜମାରାଶି ୧.୫ ଲକ୍ଷରୁ ୩ ଲକ୍ଷକୁ ବୃଦ୍ଧି ନେଇ ଇନଷ୍ଟିଚ୍ୟୁଟ ଅଫ୍ ଚାର୍ଟାଡ ଆକାଉଣ୍ଟସ ଅଫ୍ ଇଣ୍ଡିଆ (ଆଇସିଏଆଇ) ପକ୍ଷରୁ ସୁପାରିଶ କରାଯାଇଛି । ଚାକିରିଆଙ୍କ ସହିତ ବିଜିନେସଧାରୀଙ୍କ ପାଇଁ ଏହା ଏକ ସୁରକ୍ଷିତ ସଞ୍ଚୟ ଯୋଜନା । ଯଦି ସରକାରଙ୍କ ତରଫରୁ ଏହି ପଦକ୍ଷେପ ନିଆଯାଏ ତେବେ ବେତନ ଭୋଗୀଙ୍କ ପାଇଁ ଅଧିକ ଫାଇଦାଯୁକ୍ତ ହେବ । କାରଣ ଏମାନଙ୍କ ପାଇଁ ଇପିଏଫରେ ନିବେଶ କରିବାର ମଧ୍ୟ ବିକଳ୍ପ ରହିନଥାଏ ।

ଆଇସିଏଆଇ ମୁତାବକ ପିପିଏଫ ଡିପୋଜିଟ ସ୍କୀମରେ ନିବେଶ କରିବାର ଲିମିଟକୁ ବଢ଼ାଇବା ବହୁତ ଜରୁରୀ, କାହିଁକିନା ଏହା ଏକମାତ୍ର ସବୁଠାରୁ ସୁରକ୍ଷିତ ଏବଂ ଭଲ ରିଟର୍ଣ୍ଣ ଦେଉଥିବା ଟ୍ୟାକ୍ସ ସେଭିଙ୍ଗ ସ୍କୀମ ମଧ୍ୟରୁ ଗୋଟିଏ। ଆଇସିଏଆଇ ଜଣାଇଛି ଯେ ପିପିଏଫରେ ନିବେଶର ମ୍ୟାକ୍ସିମମ୍‌ ସୀମାକୁ ଅନେକ ବର୍ଷ ଧରି ପରିବର୍ତ୍ତନ କରାଯାଇନାହିଁ। ଆଇସିଏଆଇ ମୁତାବକ ପିପିଏଫରେ ନିବେଶର ସୀମାକୁ ବଢ଼ାଇବା ଦ୍ୱାରା ଜିଡିପିରେ ଘରୋଇ ସେଭିଙ୍ଗର ଅଂଶିଦାର ବଢ଼ାଇବାରେ ସାହାଯ୍ୟ ମିଳିବ।

ଆଇସିଏଆଇ ପକ୍ଷରୁ ପଠାଯାଇଥିବା ସୁପାରିଶରେ କୁହାଯାଇଛି, ପିପିଏଫର ସୀମା ବୃଦ୍ଧି କରାଯିବା ଜରୁରୀ । କାରଣ ଏହା ଏକ ସୁରକ୍ଷିତ ଓ ଟ୍ୟାକ୍ସ ପ୍ରଭାବିତ ସଞ୍ଚୟ ଯୋଜନା । ନିବେଶକଙ୍କୁ ପ୍ରେରିତ କରିବା ପାଇଁ ହାଉସିଂ ଆଲାଉନ୍ସ, ଟ୍ରାଭେଲ ଆଲାଉନ୍ସ, ପର୍ସନାଲ ଆକ୍ସିଡେଣ୍ଟ ଇନ୍ସ୍ୟୁରାନ୍ସ ଆଦିର ପ୍ରିମିୟମ ଉପରେ ରିହାତି ଦେବାକୁ ମଧ୍ୟ କୁହାଯାଇଛି । ତେବେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇ ବ୍ୟତୀତ ଅନ୍ୟ ମେଟ୍ରୋ ସିଟିରେ ବେତନର ୫୦ ପ୍ରତିଶତ ମହଙ୍ଗା ଭତ୍ତା ମିଳିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି ।

ରିଟାୟରମେଣ୍ଟ ଫଣ୍ଡରେ ନିବେଶ କରିବା ପାଇଁ ପବ୍ଲିକ୍‌ ପ୍ରେଭିଡେଣ୍ଟ ଫଣ୍ଟ ବା ପିପିଏଫ୍‌ ହେଉଛି ସବୁଠୁ ଭଲ ବିକଳ୍ପ। ଏହା ସରକାରଙ୍କ ଦ୍ୱାରା ସମର୍ଥିତ ସର୍ଭିଙ୍ଗ୍‌ ସ୍କିମ୍‌। ପିପିଏଫ୍‌ର ବିଶେଷତ୍ୱ ହେଉଛି ଏହା ଇଇଇ ଷ୍ଟାଟସ୍‌ ସହ ଆସୁଛି। ଅର୍ଥାତ୍‌ ଏହି ଯୋଜନାରେ ତିନି ଥର ପାଇଁ ସୁଧରେ ଛାଡ଼ ମିଳୁଛି। ଏହି ଯୋଜନାରେ ନିବେଶ କରି ନିବେଶକ ପ୍ରତିବର୍ଷ ୧.୫ ଲକ୍ଷ ଟଙ୍କାର ଆୟକର ବଞ୍ଚାଇପାରିବେ। ଏହି ଯୋଜନା ୧୫ ବର୍ଷର ଲକ୍‌ ଇନ୍‌ ଅବଧି ସହ ଆସିଥାଏ। ନିବେଶକ ଚାହିଁଲେ ପରେ ଏହାର ଅବଧି ବଢ଼ାଇପାରିବେ। ଏହି ସମୟରେ ପିପିଏଫ୍‌ରେ ସୁଧ ହାର ୭.୧ ପ୍ରତିଶତ ମିଳେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking