31.1 C
Bhubaneswar
Wednesday, February 28, 2024
Homeବଜେଟ୍ ବିଶେଷଜ୍ଞଙ୍କ ମତଏଥର ବି ଓଡ଼ିଶା ଆଣିବ ରାଜସ୍ଵ ବଳକା ବଜେଟ୍: ଅଢ଼େଇ ଲକ୍ଷ କୋଟି ଛୁଇଁପାରେ, କେନ୍ଦ୍ରରୁ...

ଏଥର ବି ଓଡ଼ିଶା ଆଣିବ ରାଜସ୍ଵ ବଳକା ବଜେଟ୍: ଅଢ଼େଇ ଲକ୍ଷ କୋଟି ଛୁଇଁପାରେ, କେନ୍ଦ୍ରରୁ ଅଧିକ ଟଙ୍କା ପାଇବା ଆଶା

ଭୁବନେଶ୍ବର: ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଭଳି ଓଡ଼ିଶା ସରକାର ମଧ୍ୟ ନିଜର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ। ତେଣୁ ୨୦୨୩-୨୪ରେ ରାଜ୍ୟ ବଜେଟ୍‌ରେ ‌କେତେକ ଲୋକପ୍ରିୟ ଘୋଷଣା ହେବାର ସମ୍ଭାବନା ରହିଛି। ସବୁ ବର୍ଗଙ୍କୁ ଖୁସି କରିବା ଭଳି କିଛି ଘୋଷଣ ‌ହୋଇପାରେ। ବିଶେଷ କରି ଚାଉଳକୁ ନେଇ କେନ୍ଦ୍ର-ରାଜ୍ୟ ଭିତରେ ଲଢ଼େଇ ଚାଲିଥିବାରୁ ଏନେଇ ରାଜ୍ୟ ସରକାର କିଛି ଭିନ୍ନ ସ୍କିମ୍ ଉପସ୍ଥାପନ କରିପାରନ୍ତି ବୋଲି ଆଶା କରାଯାଉଛି। ଏଥି ସହିତ ନିଜର ପ୍ରମୁଖ ଯୋଜନା ଯଥା କାଳିଆ, ବଳରାମ ଆଦିରେ ମଧ୍ୟ ସରକାର ବ୍ୟୟବରାଦ ବଢ଼ାଇପାରନ୍ତି। ଗତ ତିନିଟି ଆର୍ଥିକ ବର୍ଷରେ ରାଜ୍ୟ ସରକାର ରାଜସ୍ବ ବଳକା ବଜେଟ୍ ଉପସ୍ଥାପନ କରିଥିଲେ। ୨୦୨୩-୨୪ ପାଇଁ ମଧ୍ୟ ସେହି ଧାରା ଜାରି ରଖିବାକୁ ଉଦ୍ୟମ କରିବେ। ରାଜସ୍ବ ବ୍ୟୟରେ ହ୍ରାସ ଏବଂ ରାଜସ୍ବ ଆୟରେ ବୃଦ୍ଧି ଜରିଆରେ ରାଜସ୍ବ ବଳକା ରାଜ୍ୟ ହୋଇ ରହିବା ଉପରେ ସରକାର ଜୋର ଦେଉଛନ୍ତି।

ରାଜ୍ୟ ସରକାର ଆସନ୍ତା ଆର୍ଥିକ ବର୍ଷ ପାଇଁ ଏକ ବୃହତ ବଜେଟ୍ ଉପସ୍ଥାପନ କରିବା ଉପରେ ବିଚାର କରୁଛନ୍ତି। ଏଥିପାଇଁ ପ୍ରସ୍ତୁତି ଜାରି ରହିଛି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସରକାର ପ୍ରାୟ ଅଢ଼େଇ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିପାରନ୍ତି। କେନ୍ଦ୍ରୀୟ ଟିକସରେ ରାଜ୍ୟର ଭାଗ ବୃଦ୍ଧି ପାଇବ ବୋଲି ଆଶା କରାଯାଉଥିବାରୁ ଚଳିତ ଆର୍ଥିକ ବର୍ଷ ତୁଳନାରେ ଆସନ୍ତା ଆର୍ଥିକ ବର୍ଷର ବଜେଟ୍‌ ଅଟକଳରେ ୧୦-୧୫ ପ୍ରତିଶତ ବୃଦ୍ଧି ଆଣିବା ବିଷୟରେ ରାଜ୍ୟ ସରକାର ବିଚାର କରୁଛନ୍ତି।

ଆସନ୍ତା ଆର୍ଥିକ ବର୍ଷରେ କେନ୍ଦ୍ରୀୟ ଟିକସରେ ରାଜ୍ୟର ରହୁଥିବା ଭାଗ ବାବଦରେ ଅଧିକ ଟଙ୍କା ମିଳିବାର ସମ୍ଭାବନା ରହିଛି। ୨୦୨୨-୨୩ରେ୩୬,୯୭୭ କୋଟି ଟଙ୍କା ମିଳିବ ବୋଲି ବଜେଟ୍‌ରେ ଆକଳନ କରାଯାଇଥିଲା। ଆସନ୍ତା ବର୍ଷରେ ଆଉ ଅଧିକ ୫୦୦୦ କୋଟି ଟଙ୍କା ମିଳିବ ବୋଲି ସରକାର ଆଶା ରଖିଛନ୍ତି। ମୋଟ ରାଜସ୍ବ ଆୟ ୧.୮ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବାର ସମ୍ଭାବନା ରହିଛି। ନିଜସ୍ବ ଉତ୍ସରୁ ୧ ଲକ୍ଷ କୋଟି ଟଙ୍କା ପାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। କେନ୍ଦ୍ରୀୟ ଟିକସରେ ଭାଗ ଓ ଅନ୍ୟାନ୍ୟ ପ୍ରାପ୍ତି ବାବଦରେ କେନ୍ଦ୍ରଠାରୁ ରାଜ୍ୟ ସରକାର ୭୫ ହଜାର କୋଟି ଟଙ୍କା ପାଇବାକୁ ଲକ୍ଷ୍ୟ ରଖିଛନ୍ତି।

ଚଳିତ ଆର୍ଥିକ ବର୍ଷରେ ଟିକସ ଓ ଅଣ ଟିକସ ସଂଗ୍ରହ ଆଶାନୁରୂପ ଭାବେ ବୃଦ୍ଧି ପାଉଛି। ବର୍ଷ ଶେଷ ବେଳକୁ ତାହା ବଜେଟ୍‌ରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟଠାରୁ ଅଧିକ ହେବାର ସମ୍ଭାବନା ରହିଛି। ଟିକସ ଓ ଅଣ-ଟିକସ ଉତ୍ସରୁ ସରକାର ୨୦୨୩-୨୪ରେ ୨୦ ପ୍ରତିଶତ ଅଧିକ ଆୟ କରିବେ ବୋଲି ଆଶା ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking