27.1 C
Bhubaneswar
Sunday, May 3, 2026
Homeଦେଶ ବିଦେଶନନ୍ଦୋତ୍ସବରେ ଅଘଟଣ: ଦହି ହାଣ୍ଡି ଭାଙ୍ଗିବା ବେଳେ ଜଣେ ମୃତ, ୩୦ ଆହତ

ନନ୍ଦୋତ୍ସବରେ ଅଘଟଣ: ଦହି ହାଣ୍ଡି ଭାଙ୍ଗିବା ବେଳେ ଜଣେ ମୃତ, ୩୦ ଆହତ

ମୁମ୍ବାଇ: ମୁମ୍ବାଇରେ ଦହି ହାଣ୍ଡି ମହୋତ୍ସବ ସମୟରେ ଏକ ବଡ଼ ଅଘଟଣ ଘଟିଥିବା ନେଇ ସୂଚନା ମିଳିଛି । ଦହି ହାଣ୍ଡି ଭାଙ୍ଗିବା ବେଳେ ଜଣେ ମୃତ୍ୟୁବରଣ କରିଥିବାବେଳେ ୩୦ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛିସୂଚନା ଅନୁସାରେ, ମାନଖୁର୍ଦ ଅଞ୍ଚଳର ମହାରାଷ୍ଟ୍ର ନଗରରେ ରଶି ବାନ୍ଧୁଥିବା ସମୟରେ, ୩୨ ବର୍ଷୀୟ ଗୋବିନ୍ଦ ଜଗମୋହନ ଶିବକିରଣ ଚୌଧୁରୀ ତଳେ ପଡ଼ଯାଇଥିଲେ। ଏହାପରେ ତାଙ୍କୁ ଶତାବ୍ଦୀ ହସ୍ପିଟାଲକୁ ପଠାଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜଗମୋହନ ବାଲ ଗୋବିନ୍ଦ ପାଠକଙ୍କ ସହିତ ଜଡିତ ଥିଲେ। ତାଙ୍କ ମୃତ୍ୟୁ ଯୋଗୁ ଉତ୍ସବର ପରିବେଶ ଶୋକରେ ପରିଣତ ହୋଇଥିଲା। ବିଏମସି ରିପୋର୍ଟ ଅନୁଯାୟୀ, ଶନିବାର ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁମ୍ବାଇରେ ଦହି ହାଣ୍ଡି ସମ୍ପର୍କିତ ଦୁର୍ଘଟଣାରେ ୩୦ ଜଣ ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ, ପ୍ରତିବର୍ଷ ଦହି ହାଣ୍ଡି ମହୋତ୍ସବ ସମୟରେ ଅନେକ ଗୋବିନ୍ଦ ଆହତ ହେଉଥିବା ସୂଚନା ମିଳିଥାଏ। ଏହାକୁ ଦୃଷ୍ଟିରେ ରଖି, ବିଏମସି ଏଥର ଏକ ସ୍ବତନ୍ତ୍ର ପଦକ୍ଷେପ ନେଇଛି। ଆହତ ଗୋବିନ୍ଦମାନଙ୍କୁ ମାଗଣା ଚିକିତ୍ସା ଯୋଗାଇବା ପାଇଁ ବିଏମସି କମିଶନର ଭୂଷଣ ଗଗରାନି ସମସ୍ତ ମ୍ୟୁନିସିପାଲ ହସ୍ପିଟାଲଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ, ପରିସ୍ଥିତି ଉପରେ ନଜର ରଖିବା ପାଇଁ ହସ୍ପିଟାଲଗୁଡ଼ିକୁ ପ୍ରତି ତିନି ଘଣ୍ଟାରେ ଆହତଙ୍କ ରିପୋର୍ଟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷକୁ ପଠାଇବାକୁ ପଡିବ। ବଡ଼ ଦହି ହାଣ୍ଡି ସ୍ଥାନରେ ମଧ୍ୟ ଟିମ୍‌ ନିୟୋଜିତ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking