32.1 C
Bhubaneswar
Saturday, June 22, 2024
Homeବଲିଉଡ‘ବିଗ ବି’ ଅମିତାଭ ବଚ୍ଚନ ସେୟାର କରିଲେ ନିଜର ଏଆଇ ଫଟୋ, ସୋସିଆଲ ମିଡିଆରେ ହେଉଛି...

‘ବିଗ ବି’ ଅମିତାଭ ବଚ୍ଚନ ସେୟାର କରିଲେ ନିଜର ଏଆଇ ଫଟୋ, ସୋସିଆଲ ମିଡିଆରେ ହେଉଛି ଭାଇରାଲ

ମୁମ୍ବାଇ : ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ । ‘ବିଗ ବି’ ତାଙ୍କର ପର୍ସନାଲ ଏବଂ ପ୍ରଫେସନାଲ ଲାଇଫ ଫ୍ୟାନ୍ସଙ୍କ ସହିତ ସେୟାର କରିଥାନ୍ତି । ଅମିତାଭ ବଚ୍ଚନ ତାଙ୍କ ଫିଲ୍ମ ବିଷୟରେ ମଧ୍ୟ ଖବର ଦିଅନ୍ତି । ଏବେ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ନିଜର ଏଆଇ ଫଟୋ ସେୟାର କରିଛନ୍ତି । ଯାହାକୁ ଫ୍ୟାନମାନେ ବହୁତ ପସନ୍ଦ କରଛନ୍ତି । କିନ୍ତୁ କିଛି ଫ୍ୟାନ୍ସ କହିଛନ୍ତି ଯେ ଏଆଇ କୌଣସି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିପାରି ନାହିଁ ।ଅମିତାଭ ପ୍ରତିଦିନ ନିଜ ଫ୍ୟାନ୍ସଙ୍କ ପାଇଁ ଏକ ପୋଷ୍ଟ ସେୟାର କରିଥାନ୍ତି । ଫ୍ୟାନମାନେ ମଧ୍ୟ ‘ବିଗ ବି’ଙ୍କ ପୋଷ୍ଟକୁ ଅତି ଉତ୍ସାହର ସହ ଅପେକ୍ଷା କରିଥାନ୍ତି । ଅମିତାଭ ବଚ୍ଚନ ନିଜ ଏଆଇ ଫଟୋ ସେୟାର କରି ଲେଖିଛନ୍ତି – ଏଆଇ ଜିନ୍ଦାବାଦ । ଫଟୋରେ ବିଗ ବି କଳା ଏବଂ ଧଳା ସୁଟରେ ବହୁତ ହାଣ୍ଡସମ୍ ଦେଖାଯାଉଛନ୍ତି । ଏହା ସହିତ ସେ ଏକ ପୋଲ୍କା ଡଟ୍ ଟାଇ ପିନ୍ଧିଛନ୍ତି । ଏହି ଲୁକକୁ ‘ବିଗ୍ ବି’ ଏକ ସ୍କୋୟାର ସେପ୍ ଚଷମା ସହିତ କମ୍ପ୍ଲିଟ କରିଛନ୍ତି । ଏହି ଫଟୋର ବିଶେଷ କଥା ହେଉଛି ଏଥିରେ ଅମିତାଭ ବଚ୍ଚନଙ୍କ ଆଖି ବ୍ଲୁ କଲରର ରହିଛି ।ଅମିତାଭଙ୍କ ଏହି ପୋଷ୍ଟରେ ଜଣେ ଫ୍ୟାନ କମେଣ୍ଟ ଦେଇଛନ୍ତି – ଏହା ଏକ ପେଣ୍ଟିଂ ଭଳି ଦେଖାଯାଉଛି । ଅନ୍ୟ ଜଣେ ଫ୍ୟାନ ଲେଖିଛନ୍ତି- ମୁଁ ଏହା ଅପେକ୍ଷା ଭଲ ଡ୍ରଇଂ କରିପାରିବି, ଆପଣ ମୋ ପ୍ରୋଫାଇଲରେ ଦେଖିପାରିବେ । ଅନ୍ୟ ଜଣେ ଲେଖିଛନ୍ତି – ଏବି ଜିନ୍ଦାବାଦ। ଜଣେ ୟୁଜର ଲେଖିଛନ୍ତି- ସାର୍, ଆପଣ ଏଆଇ ଅପେକ୍ଷା ସାଧାରଣ ଫଟୋରେ ଅଧିକ ଭଲ ଦେଖାଯାଉଛନ୍ତି ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ନିକଟରେ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଗଣପତି’ ରିଲିଜ ହୋଇଛି । ଏହି ଚଳଚ୍ଚିତ୍ରରେ ସେ ଟାଇଗର ଶ୍ରଫ ଏବଂ କ୍ରିତି ସାନନଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ବିଗ୍ ବି ଖୁବ୍ ଶୀଘ୍ର ‘କଲକି ୨୮୯୮’ ରେ ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ସହ ନଜର ଆସିବେ । ଏହି ଫିଲ୍ମରୁ ଅମିତାଭଙ୍କ ଲୁକ୍ ମଧ୍ୟ ପ୍ରକାଶ ପାଇଛି । ଦୀର୍ଘ ସମୟ ପରେ ଅମିତାଭ ବଚ୍ଚନ ରଜନୀକାନ୍ତଙ୍କ ସହ ଏକ ଫିଲ୍ମରେ ଆସିବାକୁ ଯାଉଛନ୍ତି। ନିକଟରେ ସେ ଏକ ପୋଷ୍ଟ ସେୟାର କରି ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking