29.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶରାମନବମୀରେ ବଡ ଦୁର୍ଘଟଣା: ଶ୍ରୀରାମଙ୍କ ଦର୍ଶନବେଳେ ଘଟିଲା କିଛି ଏଭଳି...

ରାମନବମୀରେ ବଡ ଦୁର୍ଘଟଣା: ଶ୍ରୀରାମଙ୍କ ଦର୍ଶନବେଳେ ଘଟିଲା କିଛି ଏଭଳି…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଇନ୍ଦୋର ଠାରେ ରାମନବମୀ ପାଳନ ଅବସରରେ ବଡ ଦୁର୍ଘଟଣା ଘଟିଛି । ପଟେଲ ନଗର ନିକଟରେ ଥିବା ବେଲେଶ୍ୱର ମହାଦେବଙ୍କ ଝୁଲେଲାଲ ମନ୍ଦିର ନିକଟରେ ଏହି ଦୁର୍ଘଟଣା ହୋଇଛି । ଏଠାରେ ଥିବା ଏକ ବଡ କୂଅ ଉପରେ ଚଢି ଭକ୍ତମାନେ ଶ୍ରୀରାମଙ୍କ ଦର୍ଶନ କରୁଥିବା ବେଳେ କୁଅର କାନ୍ଥ ଭାଙ୍ଗିଯିବାରୁ ୨୫ରୁ ଅଧିକ ଭକ୍ତ କୁଅ ଭିତରକୁ ଗଳିପଡିଛନ୍ତି । ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ ତରଫରୁ ଖବର ଲେଖାହେବା ପର‌୍ୟ୍ୟନ୍ତ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି ।
ସୂଚନା ମୁତାବକ ମନ୍ଦିର ଭିତରେ ପୂଜାପାଠ ଚାଲୁଥିବା ବେଳେ ହଠାତ ମନ୍ଦିରର ପାଚେରୀ ଭାଙ୍ଗିଯାଇଥିଲା । ଏପଟେ କିଛି ଭକ୍ତ କୁଅ ଉପରେ ଚଢି ଶ୍ରୀରାମଙ୍କ ଦର୍ଶନ କରୁଥିଲେ । ହେଲେ ମନ୍ଦିର ପାଚେରୀ ଭାଙ୍ଗିବା ପରେ ଭକ୍ତଙ୍କ ଭିତରେ ଧାଁ ଦଉଡ ଆରମ୍ଭ ହୋଇଯାଇଥିଲା । ଏସବୁ ଭିତରେ କୁଅ ଉପରେ ଚଢି ଦର୍ଶନ କରୁଥିବା ଭକ୍ତମାନେ କୁଅ ଭିତରକୁ ଗଳିପଡିଥିଲେ ।ସ୍ଥାନୀୟ ପୋଲିସ କମିଶନର ମକରନ୍ଦ ଦେଓସ୍କରଙ୍କ ସମେତ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣା ସ୍ଥଳରେ ପହଂଚିଛନ୍ତି । ପୋଲିସ ତରଫରୁ ଉଦ୍ଧାର କାର‌୍ୟ୍ୟ ଜାରି ରହିଛି । ମନ୍ଦିର ଭିତରେ ଥିବା ସମସ୍ତ ଭକ୍ତଙ୍କୁ ମନ୍ଦିରରୁ ବାହାରକୁ ବାହାର କରିଦିଆଯାଇଛି । ହେଲେ ଯେଉଁ ଲୋକମାନଙ୍କ ଉପରେ ପାଚେରୀ ପଡିଯାଇଥିଲା ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା କିଭଳି ରହିଛି ସେନେଇ କୌଣସି ସୂଚନା ମିଳିପାରି ନାହିଁ ।
ଏ ସମ୍ପର୍କରେ ସିଏମ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ଉଦ୍ଦାରକାର୍ଯ୍ୟରେ ଆମେ ଆମର ସମସ୍ତ ଶକ୍ତି ଲଗାଇଦେଇଛୁ । ଏପର୍ଯ୍ୟନ୍ତ ୧୦ଜଣଙ୍କୁ ଉଦ୍ଧାର କାର୍ଯ୍ୟରେ ସ୍ଥାନାନ୍ତର କରାଯାଇଛି । ଆଉ ୧୦ଜଣ ଭିତରେ ଅଛନ୍ତି । ଆମେ ଉନ୍ନତରୁ ଉନ୍ନତ ଉଓବଗୁଡିକ ମାଧ୍ୟମରେ ପ୍ରୟାସ କରି ସେମାନଙ୍କୁ ଉଦ୍ଧାର କରାଯିବ । ଏ ଘଟଣାରେ ବର୍ତ୍ତମାନ ସୁଦ୍ଧା କେହି ମୃତ ହୋଇନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking