39.1 C
Bhubaneswar
Friday, April 26, 2024
Homeଓଡିଶାଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା : ପଲିଗ୍ରାଫ ଟେଷ୍ଟରେ ବିଦ୍ୟା ଭାରତୀ

ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା : ପଲିଗ୍ରାଫ ଟେଷ୍ଟରେ ବିଦ୍ୟା ଭାରତୀ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପୁଣି ଥରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଆଜି ପଲିଗ୍ରାଫ ଟେଷ୍ଟର ସମ୍ମୁଖୀନ ହୋଇଛନ୍ତି ବିଦ୍ୟା ଭାରତୀ । ପଲିଗ୍ରାଫ ଟେଷ୍ଟ ପାଇଁ ସ୍ୱତନ୍ତ୍ର ପ୍ରଶ୍ନବାଣ ପ୍ରସ୍ତୁତ କରିଛି କ୍ରାଇମବ୍ରାଞ୍ଚ । ଏଥିପାଇଁ ବିଦ୍ୟାଭାରତୀ ଭୁବନେଶ୍ୱରରେ ତାଙ୍କ ବାପାଙ୍କ ସହ ଆସି ପହଞ୍ଚିଛନ୍ତି ।

ସୌମ୍ୟଙ୍କ ମୃତ୍ୟୁ ମାମଲାରେ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ଏତଲା ଦେଇଥିଲେ ସୌମ୍ୟଙ୍କ ପରିବାର । ପୂର୍ବରୁ ଗଜପତି ଡିଏଫଓ ଓ ରୋଷେୟାଙ୍କ ଲାଏ ଡିଟେକସନ୍‌ ଟେଷ୍ଟ ହୋଇଥିଲା । ଲାଏ ଡିଟେକସନ୍‌ ଟେଷ୍ଟରେ କିଛି ତଥ୍ୟ ଲୁଚାଇଥିଲେ ଧରାପଡ଼ିବ ।

ରିପୋର୍ଟ ଆଧାରରେ ତଦନ୍ତର ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବ କ୍ରାଇମବ୍ରାଞ୍ଚ । ପୂର୍ବରୁ ତିନିଟି ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ପାରଳାଖେମୁଣ୍ଡି, ସୌମ୍ୟଙ୍କ ପରିବାର ଏବଂ ବିଦ୍ୟାଭାରତୀ ଓ ତାଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିଥିଲା । ସୌମ୍ୟଙ୍କ ପରିବାର ଲୋକ ବିଦ୍ୟାଭାରତୀଙ୍କ ସମେତ ଚିକିତ୍ସା କରିଥିବା ଡାକ୍ତର ଓ ତହସିଲଦାରଙ୍କ ଲାଏ ଡିଟେକସନ୍‌ ଟେଷ୍ଚ କରିବାକୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking