ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପୁତ୍ର ହଣ୍ଟର ବାଇଡେନ୍ ୨୦୧୮ରେ ହ୍ୟାଣ୍ଡ ଗନ୍ କିଣିବା ସମୟରେ ନିଶା ସେବନ ସମ୍ପର୍କରେ ମିଥ୍ୟା କହିବା ଏବଂ ଅବୈଧ ଭାବେ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
ସରକାରୀ ଓକିଲ ତାଙ୍କୁ ଏଥିରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଫଳରେ ତାଙ୍କ ବିରୋଧରେ ମୋକଦ୍ଦମା ଚାଲିପାରେ । ଏହି ମୋକଦ୍ଦମା ତାଙ୍କ ପିତାଙ୍କ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ବେଳେ ରୁଜୁ ହେବାର ସମ୍ଭାବନା ରହିଛି ।