26.1 C
Bhubaneswar
Wednesday, October 9, 2024
Homeଓଡିଶାହାଇକୋର୍ଟରେ ଭୁବନେଶ୍ୱର  ଏକାମ୍ର ନିର୍ବାଚନ ମାମଲା; ଅନ୍ୟ ଖଣ୍ଡପୀଠରେ ହେବ ଶୁଣାଣି

ହାଇକୋର୍ଟରେ ଭୁବନେଶ୍ୱର  ଏକାମ୍ର ନିର୍ବାଚନ ମାମଲା; ଅନ୍ୟ ଖଣ୍ଡପୀଠରେ ହେବ ଶୁଣାଣି

କଟକ: ଭୁବନେଶ୍ୱର ଏକାମ୍ର ବିଧାନସଭା ନିର୍ବାଚନରେ ଅନିୟମିତତା ହୋଇଥିବା ଦର୍ଶାଇ ବିଜୁ ଜନତା ଦଳର ପରାଜିତ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ପକ୍ଷରୁ ଆଗତ ମାମଲାର ହାଇକୋର୍ଟରେ ଶୁଣାଣି ହୋଇଯାଇଛି । ହାଇକୋର୍ଟର ବିଚାରପତି ଏସ୍‌.କେ ମିଶ୍ର ଏହି ମାମଲାର  ଅନ୍ୟ ଖଣ୍ଡପୀଠରେ ଶୁଣାଣି ହେବ ବୋଲି ଦର୍ଶାଇ ଏହାକୁ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠକୁ ପଠାଇ ଦେଇଛନ୍ତି । ଏଥିସହିତ ଜଷ୍ଟିସ୍ ମିଶ୍ର ଏହି ମାମଲାର ଶୁଣାଣି ପ୍ରକ୍ରିୟାରୁ ଓହରି ଯାଇଛନ୍ତି ।

ସୂଚନାଥାଉକି ଏହି ନିର୍ବାଚନମଣ୍ଡଳରୁ ପରାଜିତ ବିଜୁ ଜନତା ଦଳ ପ୍ରାର୍ଥୀ ଅଶୋକ ପଣ୍ଡା ନିର୍ବାଚନରେ ଅନିୟମିତତା ହୋଇଥିବା ଦର୍ଶାଇ ହାଇକୋର୍ଟରେ ଏକ ନିର୍ବାଚନୀ ମୋକଦ୍ଦମା ଦାଖଲ କରିଥିଲେ । ଶ୍ରୀ ପଣ୍ଡା ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ବିଜେପି ସଦସ୍ୟ  ବାବୁ ସିଂ ତାଙ୍କ ନିର୍ବାଚନୀ ସତ୍ୟପାଠରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଭୁଲ୍ ତଥ୍ୟ ପ୍ରଦାନ କରିଛନ୍ତି । ଏପରିସ୍ଥଳେ ତାଙ୍କ ନିର୍ବାଚନକୁ ହାଇକୋର୍ଟ ଅସିଦ୍ଧ ଘୋଷଣା କରନ୍ତୁ ବୋଲି ଆବେଦନକାରୀ ଶ୍ରୀ ପଣ୍ଡା ପ୍ରାର୍ଥନା କରିଛନ୍ତି । ସୂଚନାଥାଉକି ୨୦୨୪ ବିଧାନସଭା ନିର୍ବାଚନରେ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳରୁ  ବିଜେପିର ବାବୁ ସିଂ ୭୪୮୮୪ ଭୋଟ ପାଇ ବିଜୟୀ ହୋଇଥିବାବେଳେ ଏହି ନିର୍ବାଚନମଣ୍ଡଳୀରୁ ବିଜେଡିର ଅଶୋକ ପଣ୍ଡା ୬୯୮୬୧ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking