27.1 C
Bhubaneswar
Monday, January 20, 2025
Homeଦେଶ ବିଦେଶବିଜେପି ଉପରେ ବର୍ଷିଲେ ପି. ଚିଦାମ୍ବରମ

ବିଜେପି ଉପରେ ବର୍ଷିଲେ ପି. ଚିଦାମ୍ବରମ

ମଣିପୁର: ମଣିପୁରରେ ଜାରି ରହିଛି ହିଂସା । ଏହାକୁ ନେଇ ରାଜନୀତି ମଧ୍ୟ ତେଜିବାରେ ଲାଗିଛି । ଆଉ ଏହାରି ଭିତରେ ମଣିପୁର ହିଂସାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ । ରବିବାର ଟୁଇଟ୍ କରି ସେ ବିଜେପିକୁ ଟାର୍ଗେଟ କରିଥିବାବେଳେ, ମଣିପୁରର ହିଂସା କଣ ବିହାର, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନରେ ହେଉଥିବା ହିଂସା ସହ ସମାନ ବୋଲି ପ୍ରଶ୍ନ କରିଛନ୍ତି ।ଚିଦାମ୍ବରମ ଟୁଇଟ୍ କରି ଲେଖିଛନ୍ତି ଯେ, ଧରିନିଆଯାଉ ବିହାର, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନରେ ମହିଳା ହିଂସାର ଶିକାର ହେଉଛନ୍ତି । ହେଲେ ଏହାର ତୁଳନା କଣ ମଣିପୁର ହିଂସା ସହ କରାଯିବ? କଣ ଘାଟିରେ କୌଣସି କୁକି ପିଲା ବଞ୍ଚିଛନ୍ତି? ଚୁରାଚାନ୍ଦପୁର ଏବଂ ମଣିପୁରର ଅନ୍ୟ ପାହାଡି ଜିଲ୍ଲାରେ କଣ କୌଣସି ମୈଇତି ପିଲା ବଞ୍ଚିଛନ୍ତି ? ଯଦି ରିପୋର୍ଟ ସତ, ତେବେ ମଣିପୁରରେ ଜାତୀୟ ସଫେଇ ପ୍ରାୟତଃ ଶେଷ ହୋଇଛି ।
ଖାଲି ସେତିକି ନୁହେଁ, ଚିଦାମ୍ବରମଙ୍କ କହିବା କଥା ମଣିପୁରରେ ସାମ୍ବିଧାନିକ ସରକାରର ପତନ ଘଟିଛି । ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ କେବଳ ତାଙ୍କ କାର୍ଯ୍ୟାଳୟ ଭିତରେ ସୀମିତ ରହିଛି । ଅନ୍ୟପଟେ କେନ୍ଦ୍ର ସରକାର ଅକ୍ଷମ ରହିବା ସହିତ ପକ୍ଷପୂର୍ଣ୍ଣଭାବେ ନିଷ୍ପତ୍ତି ନେଉଛନ୍ତି । ବିହାର, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନରେ ହେଉଥିବା ମହିଳାଙ୍କ ପ୍ରତି ହିଂସା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର । ହେଲେ ଏହାର ତୁଳନା ମଣିପୁର ହିଂସା ସହିତ କରିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି ।
ଗତ ମେ ୪ ତାରିଖର ଭିଡିଓ ସାମ୍ନାକୁ ଆସିବା ପରେ, ବୁଧବାର ବିରୋଧୀମାନେ ସରକାର ଉପରେ ଜୋରଦାର ବର୍ଷିଥିଲେ । ଏହାପରେ ଏହି ଘଟଣାରେ ଏବେ ସୁଦ୍ଧା ୬ ଜଣଙ୍କୁ ଗିରଫ କରାଯାଇଛି । ହେଲେ ବିରୋଧୀ କିନ୍ତୁ ଏହି ପ୍ରସଙ୍ଗରେ ଲଗାତାର କେନ୍ଦ୍ର ସରକାରକୁ ଦାୟୀ କରୁଥିବାବେଳେ, ତୁରନ୍ତ ମଣିପୁର ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରୁଛନ୍ତି । ଅନ୍ୟପଟେ ବିଜେପି ନେତା କିନ୍ତୁ ଭିନ୍ନ ମତ ରଖିଛନ୍ତି । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ବିରୋଧୀ ଦଳମାନଙ୍କର ଯେଉଁଠି ସରକାର ରହିଛି, ସେହି ରାଜ୍ୟରେ ମହିଳାଙ୍କ ପ୍ରତି ହିଂସାର ଲମ୍ବା ଲିଷ୍ଟ ରହିଛି । ହେଲେ ସେମାନେ କିନ୍ତୁ ମଣିପୁର ପ୍ରସଙ୍ଗରେ ରାଜନୀତି କରୁଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking