36.1 C
Bhubaneswar
Wednesday, June 19, 2024
Homeଦେଶ ବିଦେଶଆଜି ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖାରେ ହାଜର ହେବେ ଭାରତ ପେ’ ସହପ୍ରତିଷ୍ଠାତା ଅସନିର...

ଆଜି ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖାରେ ହାଜର ହେବେ ଭାରତ ପେ’ ସହପ୍ରତିଷ୍ଠାତା ଅସନିର ଗ୍ରୋଭର ଓ ପତ୍ନୀ ମାଧୁରୀ ଜୈନ

ନୂଆଦିଲ୍ଲୀ : ୮୧ କୋଟି ଟଙ୍କାର ଆର୍ଥିକ ଘୋଟାଲା । ମଙ୍ଗଳବାର ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖାରେ ହାଜର ହେବେ ଭାରତ ପେ ସହପ୍ରତିଷ୍ଠାତା ଅସନିର ଗ୍ରୋଭର ଓ ପତ୍ନୀ ମାଧୁରୀ ଜୈନ । ଦିଲ୍ଲୀ ମନ୍ଦିର ମାର୍ଗସ୍ଥିତ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ କାର୍ଯ୍ୟାଳୟରେ ସେମାନେ ଜେରାର ସମ୍ମୁଖୀନ ହେବେ । ଗତ ଗୁରୁବାର ଅସନିର ଓ ପତ୍ନୀ ନ୍ୟୁୟର୍କ ଯିବାକୁ ଉଦ୍ୟମ କରୁଥିବାବେଳେ ଦିଲ୍ଲୀ ବିମାନ ବନ୍ଦରରେ ସେମାନଙ୍କୁ ଅଟକ ରଖାଯାଇଥିଲା । ଅର୍ଥନୈତିକ ଅନିୟମିତତା ନେଇ ଗତ ମେ ମାସରେ ଅସନିର, ପତ୍ନୀ ମାଧୁରୀ, ପରିବାର ସଦସ୍ୟ ଦୀପକ ଗୁପ୍ତା, ସୁରେଶ ଜୈନ ଓ ଶ୍ବେତାଙ୍କ ଜୈନଙ୍କ ନାମରେ ଅର୍ଥନୈତିକ ଅପରାଧ ଶାଖା ମାମଲା ଦାୟର କରିଥିଲା ।ଜାଲିଆତି କରି ଅଭିଯୁକ୍ତମାନେ ୮୧ କୋଟି ୩୦ ଲକ୍ଷ ଟଙ୍କା ବିଭିନ୍ନ ଜାଲ୍ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ । ଫଳରେ କମ୍ପାନି କ୍ଷତିଗ୍ରସ୍ତ ହୋଇଥିବା ବୋଲି ଭାରତ ପେ ପକ୍ଷରୁ ଅଭିଯୋଗ ହୋଇଥିଲା । ଗତ ନଭେମ୍ବର ୭ ତାରିଖରେ କୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଥିଲା ଇଓଡବ୍ଲୁ । ଯଦି କୋର୍ଟରେ ସେମାନେ ଦୋଷୀ ସାବ୍ୟସ୍ତ ହୁଅନ୍ତି ସେମାନଙ୍କୁ ୧୦ ବର୍ଷରୁ ଆଜୀବନ ଜେଲଦଣ୍ଡ ମିଳିବା ଆଶଙ୍କା ରହିଛି । ଗତ ଡିସେମ୍ବର ୨୦୨୨ରେ ବି ଗ୍ରୋଭର ପରିବାର ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକ ସିଭିଲ ସୁଟ୍ ଦାୟର କରିଥିବା ଭାରତ ପେ । ଠକେଇ ମାମଲାରେ ୮୮ କୋଟି ୬୭ ଲକ୍ଷ ଟଙ୍କାର କ୍ଷତିପୂରଣ ଲାଗି ସିଭିଲ ସୁଟରେ କରାଯାଇଥିଲା ଆବେଦନ । ଗତ ୨୦୨୨ ମାର୍ଚ୍ଚରେ ଏମଡି ପଦରୁ ଇସ୍ତଫା ଦେଇଥିଲେ ଅସନିର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking