ଡେରାଡୁନ୍ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଉତ୍ତରାଖଣ୍ଡର ପ୍ରଥମ ଏବଂ ଦେଶ ୧୮ତମ ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଉତ୍ତରାଖଣ୍ଡର ବିକାଶ ଭାରତର ବିକାଶରେ ମଧ୍ୟ ସହାୟତା କରିବ । ଦେଶ ଏବେ ଅଟକିବ ନାହିଁ, ଏହା ବନ୍ଦେ ଭାରତର ବେଗଠାରୁ ଅଧିକ ଗତିରେ ଆଗକୁ ବଢ଼ିଚାଲିବ ।
ଡେରାଡୁନ୍ରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାତ୍ରା କରିବାକୁ ଥିବା ଏହି ଟ୍ରେନ୍ ଚଳିତ ବର୍ଷ ଲଞ୍ଚ୍ ହୋଇଥିବା ପଞ୍ଚମ ବନ୍ଦେ ଭାରତ ଟ୍ରେନ୍ । ଏହି ସହିତ ହିଁ ଉତ୍ତରାଖଣ୍ଡ ରେଳବାଇର ଶତପ୍ରତିଶତ ବିଦ୍ୟୁତୀକରଣ ମଧ୍ୟ ପୂରା ହୋଇଛି । ଉଦ୍ଘାଟନ ପରେ ଏହି ଟ୍ରେନ୍ ୨୭ ତାରିଖରୁ ନିୟମିତ ଆଧାରରେ ଚଳାଚଳ କରିବ । ୮ କୋଚ୍ ବିଶିଷ୍ଟ ଏହି ଟ୍ରେନ୍ ବୁଧବାରକୁ ଛାଡ଼ି ସପ୍ତାହର ଅନ୍ୟ ସମସ୍ତ ଦିନରେ ଚଳଚଳ କରିବ ଏବଂ ଦିଲ୍ଲୀରୁ ଡେରାଡୁନ୍ର ୨୯୨ କିମି ଦୂରତାକୁ ସାଢ଼େ ଚାରିଘଣ୍ଟାରେ ପୂରା କରିବ ।