31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶରାଞ୍ଚି ଆଇଆଇଆଇଟିର ଦୀକ୍ଷାନ୍ତ ସମାରୋହରେ ରାଷ୍ଟ୍ରପତି ମୁର୍ମୁ ସାମିଲ; ୧୦୯ ଛାତ୍ରଙ୍କୁ ପ୍ରଦାନ କଲେ ଉପାଧି

ରାଞ୍ଚି ଆଇଆଇଆଇଟିର ଦୀକ୍ଷାନ୍ତ ସମାରୋହରେ ରାଷ୍ଟ୍ରପତି ମୁର୍ମୁ ସାମିଲ; ୧୦୯ ଛାତ୍ରଙ୍କୁ ପ୍ରଦାନ କଲେ ଉପାଧି

ରାଞ୍ଚି : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଞ୍ଚିସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇନ୍‌ଫର୍ମେସନ୍ ଟେକ୍ନୋଲୋଜିର ଦ୍ୱିତୀୟ ଦୀକ୍ଷାନ୍ତ ସମାରୋହରେ ଗୁରୁବାର ମୁଖ୍ୟଅତିଥି ଭାବେ ଯୋଗଦେଇଛନ୍ତି । ନାମକୁମର ଜେୟୁଟି ସଭାଗୃହରେ ଆୟୋଜିତ ସମାରୋହରେ ରାଷ୍ଟ୍ରପତି ୧୦୯ ଜଣ ଛାତ୍ରଛାତ୍ରୀଙ୍କୁ ଉପାଧି ପ୍ରଦାନ କରିଛନ୍ତି । ସମ୍ବୋଧନରେ ରାଷ୍ଟ୍ରପତି ମୁର୍ମୁ କହିଥିଲେ, ପଦକ ବିଜେତା ୧୦ ଜଣଙ୍କ ମଧ୍ୟରେ ୮ ଛାତ୍ରୀ ସାମିଲ ଥିବାରୁ ସେମାନେ କେଉଁଥିରେ କମ୍ ନଥିବା ଜଣାଇ ଦେଇଛନ୍ତି । ଏହି ସମାରୋହରେ ମୁଖ୍ୟଅତିଥି ରାଷ୍ଟ୍ରପତି ମୁର୍ମୁଙ୍କ ବ୍ୟତୀତ ରାଜ୍ୟପାଳ ସିପି ରାଧାକୃଷ୍ଣନ୍ ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ମଧ୍ୟ ସାମିଲ ଥିଲେ । ଏହା ପୂର୍ବରୁ ରାଷ୍ଟ୍ରପତି ଖୁଣ୍ଟିରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ମହିଳା ସମ୍ମେଳନରେ ଭାଗ ନେଇଥିଲେ ।

ଏହି ଅବସରରେ ସ୍ୱୟଂ ସହାୟିକା ସମୂହର ମହିଳାମାନଙ୍କୁ ସମ୍ବୋଧିତ କରି ସେ କହିଥିଲେ, ମହିଳା ହେବା କିମ୍ବା ଆଦିବାସୀ ସମାଜରେ ଜନ୍ମ ନେବା କୌଣସି ପାପ ନୁହେଁ । ଆମ ଦେଶରେ ମହିଳାଙ୍କ ଯୋଗଦାନର ଅଗଣିତ ପ୍ରେରକ ଉଦାହରଣ ରହିଛି । ମହିଳାମାନେ ସାମାଜିକ ସୁଧାର, ରାଜନୀତି, ଅର୍ଥବ୍ୟବସ୍ଥା, ଶିକ୍ଷା, ବିଜ୍ଞାନ ଓ ଅନୁସନ୍ଧାନ, ବ୍ୟବସାୟ, କ୍ରୀଡ଼ା, ସୈନ୍ୟ ବଳ ସମେତ ଅନ୍ୟ କ୍ଷେତ୍ରରେ ବହୁ ମୂଲ୍ୟବାନ ଯୋଗଦାନ ଦେଇଛନ୍ତି । ସେ ମହିଳାମାନଙ୍କୁ ନିଜ ଭିତରେ ଥିବା ଅସୀମ ଶକ୍ତିକୁ ଜାଗ୍ରତ କରିବା ନିମନ୍ତେ ଆହ୍ୱାନ ଦେଇଛନ୍ତି । ଏହା ବ୍ୟତୀତ ସେ କହିଥିଲେ, ମୁଁ ଓଡ଼ିଶାର ହୋଇଥିଲେ ମଧ୍ୟ ମୋ ଶରୀରରେ ଝାଡ଼ଖଣ୍ଡର ରକ୍ତ ପ୍ରବାହିତ ହେଉଛି । ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଝାଡ଼ଖଣ୍ଡ ଗସ୍ତର ଦ୍ୱିତୀୟ ଦିନ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking