26.1 C
Bhubaneswar
Thursday, September 19, 2024
Homeଓଡିଶାପୁରୀ-ରାଉରକେଲା ମଧ୍ଯରେ ଗଡ଼ିଲା ବନ୍ଦେ ଭାରତ !

ପୁରୀ-ରାଉରକେଲା ମଧ୍ଯରେ ଗଡ଼ିଲା ବନ୍ଦେ ଭାରତ !

ଭୁବନେଶ୍ୱର: ଚଳିତ ମାସ ଶେଷ ସୁଦ୍ଧା ଓଡିଶା ମାଟିରେ ଗଡ଼ିବ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ  । ଏନେଇ ବୁଧବାର ଦିନ ଆରମ୍ଭ ହୋଇଛି ପୁରୀ- ରାଉରକେଲା ମଧ୍ଯରେ ଟ୍ରାଏଲ ରନ୍ । ଷ୍ଟିଲ ସିଟି ରାଉରକେଲାରୁ ପୁରୀ ମଧ୍ୟରେ ରେଳ ଦୂରତା ୫୦୫ କିଲୋମିଟର ଥିବାବେଳେ ଏହି ଟ୍ରେନ୍‌ ଏଥିଲାଗି ପ୍ରାୟ ୭ ଘଣ୍ଟା ୪୫ ମିନିଟ୍‌ ସମୟ ନେବ । ଟ୍ରାଏଲ ରନ୍‌ ସମୟରେ ଟ୍ରେନଟି ଘଣ୍ଟା ପ୍ରତି ହାରାହାରି ୬୩.୩୩ କିମିରୁ ୬୫.୧୬ କିମି ବେଗରେ ଚାଲିବ ବୋଲି ଜଣାପଡ଼ିଛି।

ସୂଚନା ଥାଉ କି,  ଆଜି ପୁରୀ- ରାଉରକେଲା ମଧ୍ଯରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍  ଆରମ୍ଭ ହୋଇଛି । ଆଜି ସକାଳ ୫ଟାରେ ପୁରୀ ଷ୍ଟେସନରୁ ବାହାରିଛି ଏହି ହାଇସ୍ପିଡ଼ ଟ୍ରେନ୍ । ଏହା ଅପରାହ୍ନ ୧୨ଟା ୪୫ ମିନିଟ୍ ରେ ରାଉଲକେଲା ଷ୍ଟେସନରେ ପହଞ୍ଚିବ । ଏହାପରେ ପୂଃର୍ନବାର ୨ଟା ୧୦ ମିନିଟ୍ ରେ ରାଉରକେଲା ଷ୍ଟେସନ ଛାଡ଼ି ରାତି ୯ଟା ୪୦ ମିନିଟରେ ପୁରୀ ଷ୍ଟେସନରେ ପହଁଞ୍ଚିବ ବୋଲି ଜଣାପଡିଛି । ଏହି ହାଇସ୍ପିଡ଼ ଟ୍ରେନ୍ ରେ ୮ଟି କୋଚ ରହିଛି । ଏହି ଟ୍ରାଏଲ ରନ୍ ଅବସରରେ ବନ୍ଦେ ଭାରତ ଏକ୍ସପ୍ରେସ ପୁରୀ ଷ୍ଟେସନରୁ ବାହାରି ଖୋର୍ଦ୍ଧା ରୋଡ, ଭୁବନେଶ୍ବର, କଟକ, ଡେଙ୍କାନାଳ, ଅନୁଗୋଳ, କେରେଜେଙ୍ଗା, ସମ୍ବଲପୁର ସିଟି, ଝାରସୁଗୁଡା ଅର୍ଥାତ୍ ୧୦ଟି ଷ୍ଟେସନରେ ରହିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking