ନୂଆଦିଲ୍ଲୀ : କାର୍ଯ୍ୟକ୍ରମ ଏବଂ ବିଜ୍ଞାପନ ନିୟମ ଉଲ୍ଲଂଘନ କାରଣରୁ ୨୦୧୭ରୁ ୨୦୨୨ ମଧ୍ୟରେ ୯ଟି ଚାନେଲ୍ର ପ୍ରସାରଣ ବନ୍ଦ କରାଯାଇଛି ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଲୋକସଭାରେ ସୂଚନା ଦେଇଛନ୍ତି । ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ସୂଚନା ପ୍ରାଦ୍ୟେଗିକୀ ନିୟମ ଅନୁସାରେ ୨୦୨୧-୨୦୨୨ ମଧ୍ୟରେ ୯୪ଟି ୟୁଟ୍ୟୁବ୍ ଆଧାରିତ ନ୍ୟୁଜ୍ ଚାନେଲ୍ ଏବଂ ୧୯ ସୋସିଆଲ୍ ମିଡିଆ ଆକାଉଣ୍ଟ୍, ୱେବ୍ସାଇଟ୍ ଓ ମୋବାଇଲ୍ ଆପ୍ଲିକେସନ୍କୁ ବନ୍ଦ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଥିଲା ।
ସେହିପରି ୨୦୧୭ରୁ ୨୦୨୨ ମଧ୍ୟରେ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫ୍ସି) ୧୧ଟି ଗୀତକୁ ସାର୍ଟିଫିକେଟ୍ ପ୍ରଦାନ କରିବାକୁ ମନା କରିଦେଇଥିବା କହିଛି ବୋଲି ମନ୍ତ୍ରୀ ଠାକୁର କଂଗ୍ରେସ ସାଂସଦ ତଥା ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ମନୀଷ ତିୱାରୀଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ।