26.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶରିଲ୍ସ ପାଇଁ ଭବିଷ୍ୟତକୁ ବାଜି

ରିଲ୍ସ ପାଇଁ ଭବିଷ୍ୟତକୁ ବାଜି

ନବରଙ୍ଗପୁର: ବିପଜ୍ଜନକ ଭିଡିଓ ରେକର୍ଡିଂ କରି ପୋଷ୍ଟ କରିବା ହେଲା କାଳ । ସ୍କୁଲରେ ପାଠ ପଢା ସମୟରେ ଲୁଚିଛପି କରୁଥିଲେ ଦୁଃସାହସିକ ଭିଡିଓ ରେକର୍ଡିଂ । ବିଦ୍ୟାଳୟ ଛାତରୁ ପ୍ରାୟ ୧୦ ଫୁଟ ଦୂରରେ ଥିବା ଏକ ପରିତ୍ୟକ୍ତ ଏଏନଏମ୍ କ୍ୱାର୍ଟରକୁ ଲମ୍ଫ ମାରୁଥିଲେ । ହେଲେ କ୍ୱାର୍ଟସର ଆଜବେଷ୍ଟ ଭାଙ୍ଗିଯିବାରୁ ତଳକୁ ଖସି ଆହତ ହୋଇଥିଲେ ଛାତ୍ର। ଏପରି ଦୃଶ୍ୟ ସାମ୍ନାକୁ ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରୁ ।

ରାଇଘର ସଦର ମହକୁମାର ଏକ୍ସ ବୋର୍ଡ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ସାମ୍ନାକୁ ଆସିଛି । ଲମ୍ଫ ମାରିଥିବା ଛାତ୍ର ଜଣଙ୍କ ତଳେ ପଡ଼ିଯାଇଥିଲେ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହି ଘଟଣା ଜଣାପଡ଼ିବା ପରେ ସ୍କୁଲ କର୍ତୃପକ୍ଷ ତତ୍ପରତା ପ୍ରକାଶ କରିଛନ୍ତି । ଭିଡିଓ ଆଧାରରେ ୭ ଜଣ ଛାତ୍ରଙ୍କୁ ଚିହ୍ନଟ କରି ବିଦ୍ୟାଳୟକୁ ଡକାଇ ଟିସି ଦେଇଛନ୍ତି । ପିଲାଙ୍କ ଭବିଷ୍ୟତ ନଷ୍ଟ ହେବା ଭୟରେ ଅଭିଭାବକମାନେ ପରୀକ୍ଷା ପର‌୍ୟ୍ୟନ୍ତ ସ୍କୁଲ ଆସିବାକୁ ଅନୁରୋଧ କରିଥିଲେ । ସ୍କୁଲ କର୍ତ୍ତୃପକ୍ଷ ଏନେଇ ପରୀକ୍ଷା ପର୍ଯ୍ୟନ୍ତ ସ୍କୁଲ ଆସିବାକୁୂ ଅନୁମତି ପ୍ରଦାନ କରିଛନ୍ତି ସ୍କୁଲ କର୍ତ୍ତୁପକ୍ଷ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking