25.1 C
Bhubaneswar
Thursday, April 30, 2026
Homeଓଡିଶାଜାତୀୟ ମହିଳା ହକି କ୍ୟାମ୍ପ୍ ; ୩୩ ଜଣିଆ ଟିମ୍‌ରେ ୪ ଓଡ଼ିଆ

ଜାତୀୟ ମହିଳା ହକି କ୍ୟାମ୍ପ୍ ; ୩୩ ଜଣିଆ ଟିମ୍‌ରେ ୪ ଓଡ଼ିଆ

ବେଙ୍ଗାଲୁରୁ: ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜାତୀୟ କୋଚିଂ କ୍ୟାମ୍ପ୍ ପାଇଁ ହକି ଇଣ୍ଡିଆ ଶନିବାର ୩୩ ଜଣିଆ ମହିଳା ଟିମ୍ ଘୋଷଣା କରିଛି। ମହିଳା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରସ୍ତୁତି ନିମନ୍ତେ ଏହି କ୍ୟାମ୍ପ୍ ବେଙ୍ଗାଲୁରୁର ସାଇ ସେଣ୍ଟର୍‌ରେ ହେବ। ମହିଳା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ନଭେମ୍ବର ୧୧ରୁ ୨୦ ତାରିଖ ପର୍ଯ୍ୟନ୍ତ ବିହାରର ରାଜଗିରରେ ଅନୁଷ୍ଠିତ ହେବ। ଭାରତୀୟ ମହିଳା ହକି ଟିମ୍ ଶେଷଥର ପାଇଁ ଏଫ୍‌ଆଇଏଚ୍ ହକି ପ୍ରୋ ଲିଗ୍ ୨୦୨୩/୨୪ ସିଜନ୍‌ରେ ଆର୍ଜେଣ୍ଟିନା, ବେଲ୍‌ଜିୟମ୍‌, ଜର୍ମାନୀ ଏବଂ ଗ୍ରେଟ୍ ବ୍ରିଟେନ୍‌କୁ ଲଣ୍ଡନ ଏବଂ ଆନ୍ତେ୍ୱର୍ପରେ ଭେଟିଥିଲା। ମୁଖ୍ୟ କୋଚ୍ ହରେନ୍ଦ୍ର ସିଂହଙ୍କ ଦିଗ୍‌ଦର୍ଶନରେ ଟିମ୍ କ୍ୟାପ୍‌ଟେନ୍ ସଲିମା ଟେଟେ ଏବଂ ଭାଇସ୍ କ୍ୟାପ୍‌ଟେନ୍ ନଭନୀତ କୌରଙ୍କ ନେତୃତ୍ୱରେ ଖେଳିଥିଲା।

କ୍ୟାମ୍ପ୍ ପାଇଁ ଘୋଷିତ ଟିମ୍‌ରେ ଚାରିଜଣ ଓଡ଼ିଆ ଖେଳାଳିଙ୍କୁ ସୁଯୋଗ ମିଳିଛି। ସେମାନେ ହେଲେ ଗୋଲ୍‌କିପର୍ ମାଧୁରୀ କିଣ୍ଡୋ, ଡିଫେଣ୍ଡର ଜ୍ୟୋତି ଛତ୍ରୀ, ମିଡ୍‌ଫିଲ୍ଡର ଆଜମିନା କୁଜୁର ଏବଂ ଫରୱାଡ୍‌ର୍ ସୁନେଲିତା ଟପ୍ପୋ। ଆଗାମୀ ଜାତୀୟ ମହିଳା କୋଚିଂ କ୍ୟାମ୍ପ୍ ମହିଳା ଚାମ୍ପିଅନ୍ସ ଟ୍ରଫିର ପ୍ରସ୍ତୁତି ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମୁଖ୍ୟ କୋଚ୍ କହିଛନ୍ତି। ଏହି କ୍ୟାମ୍ପ୍ ଆମ ରଣନୀତିକୁ ଆହୁରି ଶାଣିତ କରିବ। ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପ୍ରଥମ ଥର ପାଇଁ ରାଜଗିରିରେ ହେଉଥିବାରୁ ଘରୋଇ ମାଟିରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଏହା ଆମ ଟିମ୍ ପାଇଁ ଏକ ଅପୂର୍ବ ସୁଯୋଗ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking