28.1 C
Bhubaneswar
Saturday, December 28, 2024
Homeବ୍ରେକୀଙ୍ଗଲାଲୁ ପ୍ରସାଦଙ୍କ ଦଳ ଆରଜେଡି କାହା ସହ ଯିବ

ଲାଲୁ ପ୍ରସାଦଙ୍କ ଦଳ ଆରଜେଡି କାହା ସହ ଯିବ

ନୂଆଦିଲ୍ଲୀ: ବାମ ମୋର୍ଚ୍ଚା ଗଠବନ୍ଧନ ତଥା ତୃଣମୂଳ କଂଗ୍ରେସ ସହିତ ଯିବା ନେଇ ରାଷ୍ଟ୍ରୀୟ ଜନତା ଦଳ ନେତା ଓ ବିହାର ବିଧାନସଭାରେ ନେତା ପ୍ରତିପକ୍ଷ ତେଜସ୍ବୀ ଯାଦବ ଏବେ ବି ଦ୍ବନ୍ଦରେ ରହିଛନ୍ତି । ବେଲିୟାଘଟରେ କାର୍ଯ୍ୟକର୍ତାଙ୍କ ସହିତ ହୋଇଥିବା ବୈଠକରେ ତେଜସ୍ବୀ କହିଛନ୍ତି, ତାଙ୍କର ଦଳର ମୁଖ୍ୟ ଲକ୍ଷ୍ୟ ଯେ କୌଣସି ପରିସ୍ଥିତିରେ ବିଜେପି ଓ ଆରଏସଏସକୁ ହରାଇବା । ଏଥିପାଇଁ ସେ ସବୁପ୍ରକାର ପ୍ରସ୍ତୁତ ରହିଛନ୍ତି । ବର୍ତମାନ ସଂଯୁକ୍ତ ମୋର୍ଚ୍ଚା ଓ ତୃଣମୂଳ କଂଗ୍ରେସ ଦୁଇ ପକ୍ଷଙ୍କ ସହିତ ଗଠବନ୍ଧନ ପାଇଁ ତାଙ୍କର କଥାବାର୍ତ୍ତା ଚାଲିଛି । ଯଦି ସବୁ ଦଳ ଏକ ହୋଇ ଭାଜପା ବିରୋଧରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଲଢିବେ, ତେବେ ଭଲ ହେବ । ମାତ୍ର ଏମିତି ହେବା ଜଣାପଡ଼ୁନାହିଁ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ କାହା ସହିତ ସେ ଯିବେ, ସେ ନେଇ ଫଇସଲା ହେବ । ରାଷ୍ଟ୍ରୀୟ ଜନତା ଦଳର ପଶ୍ଚିମବଙ୍ଗ ପ୍ରଦେଶ ଅଧକ୍ଷ ବୃନ୍ଦା ରାୟ କହିଥିଲେ ଯେ , ଦଳର ନେତା ତେଜସ୍ବୀ ଯାଦବ ବ୍ରିଗେଡର କଂଗ୍ରେସ ବାମ ମୋର୍ଚ୍ଚା ଆଇଏସଏଫର ସଂଯୁକ୍ତ ରାଲିରେ ସାମିଲ ହେବେ । ତେଜସ୍ବୀ ଯାଦବ, ଶ୍ୟାମ ରଜକ, ଓ ଅବଦୁଲ ବାରୀ ସିଦ୍ଧକୀ ଙ୍କୁ ସାଥିରେ ନେଇ ରବିବାର ସକାଳେ ଆସାମାରୁ କଲିକତା ପହଂଚିଥିଲେ । ମାତ୍ର ତେଜସ୍ବୀ ବ୍ରିଗେଡ ରାଲିରେ ସାମିଲ ହୋଇନଥିଲେ । ତେଜସ୍ବୀ କହିଛନ୍ତି, ଭାଜପା କୁ ସରକାର ଗଠନରୁ ଦୂରେଇବା ଏକମାତ୍ର ଲକ୍ଷ୍ୟ । କାରଣ ପଶ୍ଚିମବଙ୍ଗରେ ଯଦି ବିଜେପି ହାରୁଛି, ତେବେ ପୁରା ଦେଶକୁ ବଡ ସନ୍ଦେଶ ଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking