40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସହ ଗଠବନ୍ଧନ ପାଇଁ ପ୍ରସ୍ତୁତ ଏଆଇଏମଆଇଏମ

ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସହ ଗଠବନ୍ଧନ ପାଇଁ ପ୍ରସ୍ତୁତ ଏଆଇଏମଆଇଏମ

ନୂଆଦିଲ୍ଲୀ: ବିହାର ନିର୍ବାଚନ ୨୦୨୦ରେ ୫ଟି ସିଟ ଜିତିଥିବା ହାଇଦ୍ରାବାଦ ପାର୍ଟି ଅଲଇଣ୍ଡିଆ ମସଲିସ ଏ ଇତ୍ତ୍ୱେ ହାଦୁଲ ମୁସଲିମିନ ର ପ୍ରମୁଖ ଅସଉଦ୍ଧିନ ଓବୌସୀ ଦାବି କରିଥିଲେ ଯେ , ସେ ପଶ୍ଚିମବଙ୍ଗରେ ତୃଣମୂଳ ଓ ଭାଜପା ଦୁହିଁଙ୍କୁ ହରାଇବା ପାଇଁ ନିଜର ଆଶାୟୀ ପ୍ରାର୍ଥୀଙ୍କୁ ଛିଡା କରିବେ । ଏଥିପାଇଁ ସେ ପଶ୍ଚିମବଙ୍ଗର ପଦାଧିକାରଙ୍କଠୁ ବିନା ପରାମର୍ଶରେ ପିରଜାଦା ଅବାସ ସିଦ୍ଧିକଙ୍କୁ ନିଜ ଦଳ ସମର୍ପିତ କରିଛନ୍ତି । ରାଜନୀତିକ ମହତ୍ବାକାଂକ୍ଷୀ ରଖୁଥିବା ଅବାସ ସିଦ୍ଧିକ କଂଗ୍ରେସ ଲେଫ୍ଝ ଗଠବନ୍ଧନ ସହିତ ରହିଲେ ଏବଂ ଏଆଇଏମଆଇଏମ ଏକା ରହିଗଲେ । ଓବୌସୀଙ୍କ ଦଳ ଏବେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସହିତ ଗଠବନ୍ଧନ ପାଇଁ ପ୍ରସ୍ତୁତ । ଏଆଇଏମଆଇଏମକ ପଶ୍ଚିମବଙ୍ଗ ପ୍ରଦେଶ ଅଧକ୍ଷ ଜମୀରୁଲ ହସନ କହିଛନ୍ତି ଭାଜପାକୁ ହରାଇବା ପାଇଁ ରାଜ୍ୟରେ ତାଙ୍କ ଦଳ ତୃଣମୂଳ ର ବି ଟିମ ବନିବା ପାଇଁ ପ୍ରସ୍ତୁତ ରହିଛନ୍ତି । ଜମିରୁଲ ହସନଙ୍କ କହିବା କଥା ତୃଣମୂଳ କଂଗ୍ରେସଯେଉଁଠି ବି ଦୁର୍ବଳ, ସେଠି ତାଙ୍କ ଦଳ ନିଜ ଆଶାୟୀ ପ୍ରାର୍ଥୀଙ୍କୁ ଛିଡା କରି କିମ୍ବା ତୃଣମୂଳର ସବୁ ପ୍ରକାରରେ ସାହାଯ୍ୟ କରି ଭାଜପା କୁ ଦୂରେଇ ଦେବା ପାଇଁ ଚେଷ୍ଟା କରିବ । ରାଜ୍ୟରେ ପୁଣି ଥରେ ତୃଣମୂଳ ସରକାର ଗଢୁ ସେନେଇ ଏଆଇଏମଆଇଏମ କାମ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking