24.1 C
Bhubaneswar
Wednesday, January 8, 2025
Homeସ୍ୱାସ୍ଥ୍ୟକେତେ ଉପକାରୀ ଜାମୁ କୋଳି ମଞ୍ଜି

କେତେ ଉପକାରୀ ଜାମୁ କୋଳି ମଞ୍ଜି

ଭୁବନେଶ୍ୱର: ଜାମୁ କୋଳି ଏକ ଭଲ ଗୁଣକାରୀ ଫଳ ଅଟେ । ଜାମୁ କୋଳି ଖାଇବା ଦ୍ଵାରା ବିଭିନ୍ନ ପ୍ରକାରର ରୋଗ ଭଲ ହୋଇଯାଏ । ଜାମୁ କୋଳି ଭଳି ଏହାର ମଞ୍ଜି ବି ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହାର ସେବନ ଦ୍ଵାରା ବିଭିନ୍ନ ରୋଗରୁ ମୁକ୍ତି ମିଳି ପାରିବ । ଜାମୁ କୋଳି ମଞ୍ଜିର ସେବନ କରିବା ଦ୍ଵାରା କଣ କଣ ଲାଭ ହୋଇଥାଏ ଚାଲନ୍ତୁ ସେହି ବିଷୟରେ ଜାଣିବା ।

ଜାମୁ କୋଳି ମଞ୍ଜି ସହିତ ଜଡିତ ଲାଭ

ଜାମୁ କୋଳି ଖାଇବା ଦ୍ଵାରା ଡାଇବେଟିସ କଣ୍ଟ୍ରୋଲ କରାଯାଇ ପାରିବ । ଯଦି ଆପଣଙ୍କୁ ଡାଇବେଟିସ ଅଛି ତେବେ ଆପଣ ଏକ ଚାମଚ ଜାମୁ କୋଳି ମଞ୍ଜିର ପାଉଡର ଅଳ୍ପ ଗରମ ପାଣି ସହ ନିଅନ୍ତୁ । ଏହା ଦ୍ଵାର ସୁଗାର ଲେବୁଲ କନ୍ଟ୍ରୋଲରେ ରହିଥାଏ ।

ମାସିକ ଧର୍ମ ସମୟରେ କେତେକ ମହିଳାମାନଙ୍କର ପେଟ ବ୍ୟଥା ହୋଇଥାଏ । ଯଦି ଆପଣଙ୍କର ବି ଏହିଭଳି ସମସ୍ୟା ଅଛି ତେବେ ଆପଣ ବି ଜାମୁ କୋଳିର ପାଉଡର ସେବନ କରନ୍ତୁ । ଆପଣ ଗୋଟିଏ ଚାମଚ ଜାମୁ କୋଳି ମଞ୍ଜୀର ପାଉଡରକୁ ଅଳ୍ପ ଗରମ ପାଣିରେ ମିଶାଇ ପିଇ ନିଅନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଆରାମ ମିଳିବ ।

ଯଦି ଆପଣଙ୍କର ଦାନ୍ତର ବ୍ୟଥା ହେଉଛି ତେବେ ଆପଣ ସବୁଦିନ ଜାମୁ କୋଳି ମଞ୍ଜୀର ପାଉଡର ଦ୍ଵାରା ଦାନ୍ତକୁ ଘସନ୍ତୁ । ଏହା ଦ୍ଵାରା ଆପଣଙ୍କର ଦାନ୍ତ ବ୍ୟଥା ଏକଦମ ଭଲ ହୋଇଯିବ ଓ ଦାନ୍ତର ମାଢି ଉପରେ ବି ଭଲ ପ୍ରଭାବ ପଡିବ ।

ଜାମୁ କୋଳି ପାଉଡର ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ ଜାମୁ କୋଳିର ମଞ୍ଜି ଏକାଠି କରନ୍ତୁ । ଏହା ପରେ ତାହାକୁ ପାଣି ଦ୍ଵାରା ଭଲ ଭାବରେ ଧୋଇ ଦିଅନ୍ତୁ । ଯେତେବେଳେ ମଞ୍ଜି ଗୁଡିକ ଭଲ ଭାବରେ ଶୁଖିଯିବ ତେବେ ତାହାକୁ ପାଉଡର କରି ଦିଅନ୍ତୁ ।

ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking