39.4 C
Bhubaneswar
Thursday, April 18, 2024
Homeଦେଶ ବିଦେଶଭବିଷ୍ୟତ ଆକ୍ରମଣ ପାଇଁ ଏବେଠୁ ସତର୍କ ହେଉଛି ଭାରତୀୟ ସେନା

ଭବିଷ୍ୟତ ଆକ୍ରମଣ ପାଇଁ ଏବେଠୁ ସତର୍କ ହେଉଛି ଭାରତୀୟ ସେନା

ନୂଆଦିଲ୍ଲୀ : ରବିବାର ବିଳମ୍ବିତ ରାତିରେ ଜାମ୍ମୁରେ ଥିବା କାଲୁଚାକ୍ ଏବଂ ରତ୍ନୁଚାକ୍ ସାମରିକ ଷ୍ଟେସନ ଉପରେ ଦୁଇଟି ଡ୍ରୋନ୍ ଦେଖିବାକୁ ମିଳିଥିଲା। ସତର୍କ ସୁରକ୍ଷା କର୍ମୀମାନେ ଡ୍ରୋନ୍ ଉପରକୁ ଗୁଳି ଚଳାଇଥିଲେ ମଧ୍ୟ ସେମାନଙ୍କୁ ତଳକୁ ଆଣିପାରିନଥିଲେ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଲେଫ୍ଟ କଲ ଡିଭେଣ୍ଡର ଆନନ୍ଦ କହିଛନ୍ତି। ଡ୍ରୋନ ଆକ୍ରମଣ ପରେ ଏବେ ଏହାକୁ ନେଇ ଅଧିକ ସତର୍କ ହେଉଛି ଭାରତୀୟ ସେନା । ଭବିଷ୍ୟତରେ ଏଭଳି ଚ୍ୟାଲେଞ୍ଜକୁ ମୁକାବିଲା କରିବାକୁ ଇସ୍ରାଇଲ ଠାରୁ ଡ୍ରୋନ ପ୍ରତିରକ୍ଷା ବ୍ୟବସ୍ଥା କିଣିବ ଭାରତୀୟ ସେନା । ଇସ୍ରାଇଲ ଏୟାରସ୍ପେଶ ଇଣ୍ଡଷ୍ଟ୍ରିଜଠାରୁ ଭାରତ ଏଲି-୪୦୩୦ ଡ୍ରୋନ ଗାର୍ଡ଼ ସିଷ୍ଟମ କିଣିବାକୁ ବୁଝାମଣା ହୋଇଥିବା ଜଣାପଡ଼ିଛି । ଆଇଏଆଇର ରିପୋର୍ଟ ମୁତାବକ ଏକ ଦକ୍ଷିଣ ଏସିୟ ଦେଶକୁ ଏଲି-୪୦୩୦ ବିକ୍ରି କରିଛି । ତେବେ ଏହି ଦକ୍ଷିଣ ଦେଶ ଭାରତ ବୋଲି କୁହାଯାଉଛି । ଇସ୍ରାଏଲର ଏହି ଡ୍ରୋନ ପ୍ରତିରକ୍ଷା ବ୍ୟବସ୍ଥା ସ୍ବଳ୍ପ, ମଧ୍ୟମ ଓ ଦୂରଗାମୀ ରେଞ୍ଜ ସହ ଆସୁଛି । ଏହା ଯେକୌଣସି ଡ୍ରୋନକୁ ଆକାଶ ମାର୍ଗରେ ହିଁ ଧ୍ବଂସ କରିବାକୁ ସକ୍ଷମ । ଏହି ବ୍ୟବସ୍ଥାକୁ ସେନାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନରେ ମୁତୟନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking