36.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶପ୍ରପୋଜ୍ କରିବାରୁ ବୟଫ୍ରେଣ୍ଡ ନାଁରେ କେସ୍ କଲା ଗାର୍ଲଫ୍ରେଣ୍ଡ, ଶେଷରେ କ’ଣ ହେଲା ଜାଣନ୍ତୁ....

ପ୍ରପୋଜ୍ କରିବାରୁ ବୟଫ୍ରେଣ୍ଡ ନାଁରେ କେସ୍ କଲା ଗାର୍ଲଫ୍ରେଣ୍ଡ, ଶେଷରେ କ’ଣ ହେଲା ଜାଣନ୍ତୁ….

ନୂଆଦିଲ୍ଲୀ : ପ୍ରେମରେ ପଡିଥିବା ଝିଅଙ୍କୁ ଏ ଦୁନିଆ ରଙ୍ଗିନ ଲାଗିଥାଏ । ସେମାନେ ନିଜ ପାର୍ଟନରଙ୍କଠାରୁ ଅନେକ କିଛି ଆଶା କରିଥାନ୍ତି । ତା’ ମଧ୍ୟରୁ ଗୋଟିଏ ହେଉଛି ପ୍ରପୋଜ୍ । ଝିଅମାନେ ଚାହାଁନ୍ତି କି, ତାଙ୍କ ପାର୍ଟନର ଆଣ୍ଠୁ ଉପରେ ବସି ତାଙ୍କୁ ବହୁ ପ୍ରେମରେ ପଚାରିବେ କ’ଣ ତୁମେ ମୋତେ ବିବାହ କରିବ? କିନ୍ତୁ ଆପଣ ଏହା ଭାବିବା ବା କରିବା ମହଙ୍ଗା ପଡିବାରେ । କାରଣ ଜମ୍ବିଆରେ ଜଣେ ଯୁବତୀ ପ୍ରପୋଜକୁ ନେଇ ନିଜ ପାର୍ଟନରଙ୍କ ନାଁରେ ମାମଲା ରୁଜୁ କରିଛନ୍ତି । ଯୁବତୀଙ୍କ କହିବା ମୁତାବକ, ସେ ଓ ତାଙ୍କ ପାର୍ଟନର ଗତ ୮ ବର୍ଷ ହେବ ରିଲେସନସିପରେ ଅଛନ୍ତି । କିନ୍ତୁ ତାଙ୍କ ପ୍ରେମିକ ଆଜିଯାଏଁ ଯୁବତୀଙ୍କୁ ପ୍ରପୋଜେ କରିନାହାନ୍ତି । ରିପୋର୍ଟ ଅନୁସାରେ, ଯୁବତୀ କହିଛନ୍ତି ଯେ ସେ ଓ ତାଙ୍କ ପ୍ରେମିକ ଗତ ୮ ବର୍ଷ ହେବ ପରସ୍ପରକୁ ଡେଟ୍ କରୁଛନ୍ତି । କିନ୍ତୁ ତାଙ୍କ ପ୍ରେମିକ ଆଜି ପର୍ଯ୍ୟନ୍ତ ପ୍ରପୋଜ୍ କରିନାହାନ୍ତି । ଏହି କାରଣ ଯୋଗୁଁ ଯୁବତୀ ରାଗିଯାଇଥିଲେ । ଏହା ପରେ ସେ ଏହି ମାମଲାକୁ କୋର୍ଟକୁ ନେଇଯିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ପ୍ରପୋଜ୍ କରିଥିବା ଯୁବକଙ୍କ ନାଁ ହର୍ବର୍ଟ ସାଲାଲିକି ହୋଇଥିବା ବେଳେ କେସ୍ କରିଥିବା ଯୁବତୀଙ୍କ ନାଁ ହେଉଛି ଗେଟରୁଡ ନଗୋମା । ଯୁବତୀଙ୍କ ବୟସ ୨୬ ହୋଇଥିବା ବେଳେ ପ୍ରେମିକଙ୍କ ବୟସ ୨୮ ବର୍ଷ । ୮ ବର୍ଷର ସମ୍ପର୍କରେ ସେ ଏକ ଶିଶୁକୁ ମଧ୍ୟ ଜନ୍ମ ଦେଇଛନ୍ତି । କିନ୍ତୁ ପରେ ସେମାନଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ଯୁବତୀଙ୍କ କହିବା ମୁତାବକ, ତାଙ୍କ ପ୍ରେମିକ କିଛି ପ୍ରତିଶ୍ରୁତି ପୂରଣ କରିନାହାନ୍ତି । ଯେଉଁଥିପାଇଁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ନଚେତ୍ ପୂର୍ବରୁ ସେମାନେ ବହୁତ ଖୁସିରେ ରହୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking